ୟେସ୍‌ ବ୍ୟାଙ୍କ୍‌ରୁ ଫେରିଲା ମହାପ୍ରଭୁଙ୍କ ବଳକା ଟଙ୍କା

ଆମେରିକାରେ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ଯାଏ

ୱାଶିଂଟନ୍: ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଊର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ଏଠାରେ ଲକଡାଉନ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯନ୍ତ ଆମେରିକା ଲକଡାଉନଜନିତ କଟକଣା ଜାରି ରହିବ ବୋଲି ରବିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଦେଶରେ ସ୍ବାସ୍ଥ୍ୟସେବା ସହ ଜଡ଼ିତ ବିଶେଷଜ୍ଞମାନେ ଆଗାମୀ ଦିନରେ ଆମେରିକାରେ ସ୍ଥିତି ଭୟାବହ ହେବ ବୋଲି ପୂର୍ବାନୁମାନ କରିଛନ୍ତି। ସେମାନଙ୍କ ମତରେ ଯଥେଷ୍ଟ ପ୍ରଭାବଶାଳୀ ପଦକ୍ଷେପ ନିଆ ନ ଗଲେ, ଆମେରିକାରେ ଖୁବଶୀଘ୍ର ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଛୁଇଁବ। ଏପରିକି ଏହି ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ମଧ୍ୟ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନଙ୍କ ଏହି ଆଶଙ୍କା ପରିପ୍ରେକ୍ଷୀରେ ଟ୍ରମ୍ପ୍ କଠୋର ନିଷ୍ପତ୍ତି ପୂର୍ବକ ଆସନ୍ତା ଏପ୍ରିଲ୍ ୩୦ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଏଥିସହ କିଛି ଦିନ ତଳେ ଦେଶରେ ଅଳ୍ପ ସପ୍ତାହ ଭିତରେ ପରିସ୍ଥିତି ସ୍ବାଭାବିକ ହେବ ଓ ସବୁକିଛି ପୂର୍ବବତ୍ ଚାଲିବ ବୋଲି କହୁଥିବା ଟ୍ରମ୍ପଙ୍କ ସବୁ ବାହାଦୁରୀ ପଦାରେ ପଡ଼ିଯାଇଛି।
ଆମେରିକାରେ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ଯାଏ ବଢ଼ାଇଲେ ଟ୍ରମ୍ପ୍
ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଊର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ଏଠାରେ ଲକଡାଉନ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯନ୍ତ ଆମେରିକା ଲକଡାଉନଜନିତ କଟକଣା ଜାରି ରହିବ ବୋଲି ରବିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଦେଶରେ ସ୍ବାସ୍ଥ୍ୟସେବା ସହ ଜଡ଼ିତ ବିଶେଷଜ୍ଞମାନେ ଆଗାମୀ ଦିନରେ ଆମେରିକାରେ ସ୍ଥିତି ଭୟାବହ ହେବ ବୋଲି ପୂର୍ବାନୁମାନ କରିଛନ୍ତି। ସେମାନଙ୍କ ମତରେ ଯଥେଷ୍ଟ ପ୍ରଭାବଶାଳୀ ପଦକ୍ଷେପ ନିଆ ନ ଗଲେ, ଆମେରିକାରେ ଖୁବଶୀଘ୍ର ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଛୁଇଁବ। ଏପରିକି ଏହି ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ମଧ୍ୟ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନଙ୍କ ଏହି ଆଶଙ୍କା ପରିପ୍ରେକ୍ଷୀରେ ଟ୍ରମ୍ପ୍ କଠୋର ନିଷ୍ପତ୍ତି ପୂର୍ବକ ଆସନ୍ତା ଏପ୍ରିଲ୍ ୩୦ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଏଥିସହ କିଛି ଦିନ ତଳେ ଦେଶରେ ଅଳ୍ପ ସପ୍ତାହ ଭିତରେ ପରିସ୍ଥିତି ସ୍ବାଭାବିକ ହେବ ଓ ସବୁକିଛି ପୂର୍ବବତ୍ ଚାଲିବ ବୋଲି କହୁଥିବା ଟ୍ରମ୍ପଙ୍କ ସବୁ ବାହାଦୁରୀ ପଦାରେ ପଡ଼ିଯାଇଛି।
ବୀମା ନବୀକରଣ ପାଇଁ
ବର୍ତ୍ତମାନ ସମୟରେ କୋରୋନା ଭୂତାଣୁଜନିତ ବିଭୀଷିକା ଜାରି ରହିଥିବା ବେଳେ ଜୀବନ ବୀମା କମ୍ପାନୀମାନଙ୍କୁ ସେମାନଙ୍କ ଉପଭୋକ୍ତାଙ୍କୁ ଅତିରିକ୍ତ ମହଲତ ଦେବା ସକାଶେ ବୀମା ନିୟାମକ ଉନ୍ନୟନ ପ୍ରାଧିକରଣ (ଆଇଆର୍‌ଡିଏ) ପକ୍ଷରୁ ନିର୍ଦେଶ ଦିଆଯାଇଛି। କମ୍ପାନୀମାନେ ଅତି କମ୍‌ରେ ନିଜ ନିଜର ଉପଭୋକ୍ତାଙ୍କୁ ୩୦ ଦିନର ମହଲତ ଦେବାକୁ ଏହି ନିର୍ଦେଶନାମାରେ କୁହାଯାଇଛି। କୋରୋନା ଭୂତାଣୁ ତା’ର କାୟା କ୍ରମଶଃ ବୃଦ୍ଧି କରିଚାଲିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସ୍ବରୂପ ଅଧିକାଂଶ ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇସାରିଛି। ତେଣୁ ଉପଭୋକ୍ତାମାନଙ୍କୁ ଏପରି ପରିସ୍ଥିତିରେ ଜୀବନ ବୀମା କମ୍ପାନୀମାନେ ସାମାନ୍ୟ ଆଶ୍ବସ୍ତି ଦେବାର ଆବଶ୍ୟକତା ରହିଛି ବୋଲି ଆଇଆର୍‌ଡିଏ ପକ୍ଷରୁ କୁହାଯାଇଛି। ବିଶେଷକରି ସ୍ବାସ୍ଥ୍ୟ ବୀମା ଉପଭୋକ୍ତାଙ୍କୁ ସେମାନଙ୍କ ପଲିସି ନବୀକରଣ ପାଇଁ ଏହି ମହଲତ ଦେବା ସକାଶେ କୁହାଯାଇଛି।
ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ
କୋରୋନା ଭୂତାଣୁର ବର୍ଦ୍ଧିତ ପ୍ରଭାବ କାରଣରୁ ପାଖାପାଖି ମାସେ ଧରି ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଆୟୋଜକ ଏହି ପ୍ରତିଯୋଗିତାକୁ ନିର୍ଦ୍ଧାରିତ ସମୟରେ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଆସୁଥିଲେ। କିନ୍ତୁ ମଙ୍ଗଳବାର ସେମାନେ କୋରୋନାର ବ୍ୟାପକ ପ୍ରଭାବ ପରିପ୍ରେକ୍ଷୀରେ ଏହି ମହାକୁମ୍ଭକୁ ବର୍ଷେ ପାଇଁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଏବଂ ସ୍ଥାନୀୟ ଆୟୋଜକମାନେ ଏଥିରେ ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହି ପ୍ରତିଯୋଗିତା ଆୟୋଜିତ ହେଲେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରଭାବିତ ହେବାର ଆଶଙ୍କା ରହିଛି। କିନ୍ତୁ ଚଳିତ ବର୍ଷ ଏହା ଆୟୋଜିତ ନ ହେବା ସପକ୍ଷରେ ନିଷ୍ପତ୍ତି ହେବାରୁ ବିଶ୍ବର ବିଭିନ୍ନ ଦେଶର ଆଥଲେଟ୍‌ମାନେ ବେଶ୍‌ ଆଶ୍ବସ୍ତ ହୋଇଛନ୍ତି। ଏନେଇ ଆଇଓସି ପକ୍ଷରୁ ଜାରି ଏକ ବିବୃତିରେ ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଗ୍ରୀଷ୍ମୠତୁରେ ହିଁ ହେବ ବୋଲି କୁହାଯିବା ସହ ଏହି ପ୍ରତିଯୋଗିତାର ନାମ ୨୦୨୦ ଟୋକିଓ ଅଲିମ୍ପିକ୍ସ ରହିବ ବୋଲି କୁହାଯାଇଛି।
ସ୍ପେନୀୟ ଫୁଟବଲ୍‌ କୋଚ୍‌ଙ୍କ ଜୀବନ
ସ୍ପେନ୍‌ ଫୁଟବଲ୍‌ କୋଚ୍‌ ଫ୍ରାନ୍‌ସିସ୍‌କୋ ଗାର୍ସିଆଙ୍କର ଗତ ରବିବାର ରାତିରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସମଗ୍ର ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଥିବା କୋରୋନା ଭାଇରସ୍‌ ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କ ଜୀବନ ନେଇଛି। ୨୧ ବର୍ଷୀୟ ଗାର୍ସିଆ ପାଖାପାଖି ୪ ବର୍ଷ ହେଲା ମାଲାଗାଭିତ୍ତିକ ଆଟ୍‌ଲେଟିକୋ ପୋର୍ଟାଡା ଆଲ୍‌ଟା ଦଳର କୋଚ୍‌ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ନିକଟରେ ତାଙ୍କଠାରେ କୋରୋନା ଭୂତାଣୁ ସଂକ୍ରମଣ ପରି ଲକ୍ଷଣ ଦେଖାଯିବାରୁ ଗାର୍ସିଆଙ୍କୁ ନିଃସଙ୍ଗବାସରେ ରଖାଯାଇଥିଲା। ତା’ଛଡ଼ା ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ସେ ଲିଉକୋମିଆ ରୋଗରେ ମଧ୍ୟ ପୀଡ଼ିତ ଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ସ୍ପେନ୍‌ରେ ୩ ଶହ ଲୋକ ଏହି ଭୂତାଣୁ ଆକ୍ରମଣରେ ମୃତ୍ୟୁବରଣ କରିସାରିଥିବା ବେଳେ ମାଲାଗା ଅଞ୍ଚଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମାଲାଗା ଅଞ୍ଚଳର ମୃତକମାନଙ୍କ ବୟସ ୭୦ରୁ ୮୦ ବର୍ଷ ମଧ୍ୟରେ ଥିବା ବେଳେ ଗାର୍ସିଆ ସର୍ବକନିଷ୍ଠ ବୋଲି କୁହାଯାଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ପିଏମ୍ କେୟାର୍ସ ଫଣ୍ଡର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଲେ ଥରୁର୍
ନିକଟରେ କୋରୋନା ଭୂତାଣୁ ବିରୋଧରେ ଚାଲିଥିବା ଯୁଦ୍ଧରେ ଯେପରି ଅର୍ଥର ଅଭାବ ନ ରହେ, ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାର୍ସ ଫଣ୍ଡ୍ ଗଠନ କରିଛନ୍ତି। ଏହି ଫଣ୍ଡକୁ ମଧ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସେଲିବ୍ରିଟି ଦାନ କରିଆସୁଛନ୍ତି। ତେବେ ଏହି ଫଣ୍ଡର ନାମକରଣ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର୍। ଏହି ଫଣ୍ଡକୁ କୋଟି କୋଟି ଟଙ୍କା ଦାନ ଆକାରରେ ଆସୁଥିବା ବେଳେ ଏହାର ପରିଚାଳନା ଉପରେ ମଧ୍ୟ ଥରୁର୍ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ କ’ଣ ପାଇଁ ଏହି ଫଣ୍ଡର ନାମ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ ନ ରଖି ପିଏମ୍ କେୟାର୍ସ ଫଣ୍ଡ୍ ରଖିଛନ୍ତି ବୋଲି ଥରୁର୍ ପ୍ରଶ୍ନ କରିଛନ୍ତି। ଟ୍ବିଟ୍ କରି ଥରୁର୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବେଶ୍ ସୁମଧୁର ଭାଷଣ ଦେଇ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଉଛନ୍ତି। କିନ୍ତୁ ଦାନ ଅର୍ଥ ସଂଗ୍ରହ ପାଇଁ ଟ୍ରଷ୍ଟ ଗଠନ କରିବା ଏକ ଅସ୍ପଷ୍ଟ ଅଭିସନ୍ଧି। ଏହାର ନିୟମାବଳୀକୁ ବୁଝିବା କଷ୍ଟକର। ତେଣୁ ଏପରି ଏକ ଭିନ୍ନ ପଦକ୍ଷେପର କାରଣ କ’ଣ ହୋଇପାରେ, ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ ବୋଲି ଥରୁର୍ ମତ ଦେଇଛନ୍ତି।
ଖବରକାଗଜ ବିକ୍ରେତାଙ୍କୁ
ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବା ଫଳରେ ଅନେକ ପ୍ରିଣ୍ଟ୍ ମିଡିଆ ଖବରକାଗଜ ଛାଡ଼ିବା ବନ୍ଦ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଖବରକାଗଜକୁ ଆବଶ୍ୟକ ସୂଚୀରେ ସାମିଲ୍ କରିବା ଫଳରେ ପୁନର୍ବାର ମୁଦ୍ରଣ ଆରମ୍ଭ ହୋଇଛି। ଖବରକାଗଜ ବିତରଣରେ ସହଯୋଗ କରିବା ସକାଶେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। କିନ୍ତୁ ଭଦ୍ରକରେ ଜଣେ ଖବରକାଗଜ ବିକ୍ରେତାଙ୍କୁ ପୋଲିସ ମାଡ଼ ମାରିବା ଫଳରେ ଗଣମାଧ୍ୟମର କଣ୍ଠରୋଧ କରାଯିବା ସକାଶେ ଉଦମ ହେଉଥିବା ଅଭିଯୋଗ ହେଉଛି। ଏନେଇ ସବିଶେଷ ସୂଚନା ମିଳି ନ ଥିଲେ ମଧ୍ୟ ଖବରକାଗଜ ବିକ୍ରେତା ଜଣକ ସମାଜ ସହ ଜଡ଼ିତ ଓ ତାଙ୍କ ନାମ ଶ୍ରୀକାନ୍ତ କୁମାର ମହାନ୍ତି ବୋଲି ଜଣାପଡ଼ିଛି।
କରୋନା ପ୍ରଭାବ: ବିଶ୍ବର ଏସବୁ
ଏବେ ସାରା ବିଶ୍ବରେ ସମସ୍ତଙ୍କ ମୁହଁରେ କୋରୋନା ଭାଇରସ କଥା ଶୁଣିବାକୁ ମିଳୁଛି। ସମସ୍ତେ ଏହି ଭାଇରସକୁ ଡରିମରି ରହିଛନ୍ତି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ପୂରା ଦୁନିଆକୁ ନିଜ ଶିକାର କରିଛି। ଏପରିସ୍ଥଳେ ଗୋଟିଏ ପଟେ ଲୋକେ ନିଜକୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି ଲୋକେ ଘରୁ ବାହାରକୁ ଯିବାରୁ ଦୂରେଇ ରହୁଛନ୍ତି। ଏପରିସ୍ଥଳେ ବିଶ୍ବର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଯେଉଁଠି ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲା, ସେହି ସବୁ ସ୍ଥାନ ଏବେ ଖାଁ ଖାଁ ଦେଖାଯାଉଛି। କୌଣସି ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି ଓ ସେସବୁ ସ୍ଥାନରେ ଶାନ୍ତି ଦେଖିବାକୁ ମିଳୁଛି। ଚାଲନ୍ତୁ ଜାଣିବା ଏଭଳି କିଛି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ, ଯାହା ଏବେ ଖାଲି ଖାଲି ରହିଛି।

ଫଟୋ ଗ୍ୟାଲେରୀ

ସମ୍ପର୍କ ମଜବୁତ କରିବାକୁ ନିକ-
ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ କେବଳ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ଭାବେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ନୁହନ୍ତି, ବରଂ ଯେଉଁଭଳି ଭାବେ ଏମାନେ ଦୁଇଟି ଭିନ୍ନ ଦେଶ ଓ ଭିନ୍ନ ସଂସ୍କୃତିର ହୋଇ ମଧ୍ୟ ନିଜ ସମ୍ପର୍କକୁ ମଜବୁତ କରିଛନ୍ତି, ତାହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଛି। ଲୋକେ ଏହି ଷ୍ଟାର୍‌ କପଲଙ୍କ ପ୍ରଶଂସା କରିବାରେ ଲାଗିଥାନ୍ତି। ଏତେ ବ୍ୟସ୍ତ ଶିଡ୍ୟୁଲ ପରେ ମଧ୍ୟ ଏମାନଙ୍କ ମଧ୍ୟରେ ଥିବା ବଣ୍ଡ ଓ ପ୍ରେମ ଏବେ ବି ଅକ୍ଷୂଣ୍ଣ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ନିଜ ବୈବାହିକ ଜୀବନର ମଜବୁତ ବଣ୍ଡ ଓ ପ୍ରେମ ଅକ୍ଷୂଣ୍ଣ ରଖିବା ଲାଗି ପ୍ରିୟଙ୍କା ଓ ନିକ କେତେକ ନିୟମ ପାଳନ କରିଥାନ୍ତି। ଯାହାକୁ ସମସ୍ତ କପଲ୍ସ ବିଶେଷକରି ୱାର୍କିଂ ଯୋଡ଼ିଙ୍କୁ ମଧ୍ୟ ଅନୁସରଣ କରିବା ଉଚିତ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ