ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧୀଙ୍କ ନିନ୍ଦା, ସଫେଇ

ଭୁବନେଶ୍ବର: ଗତକାଲି ବିଦ୍ୟୁତ୍‌ ଦର ବୃଦ୍ଧି କରିଛନ୍ତି ସରକାର। ଅକ୍ଟୋବର ମାସରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରିଛି ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ। ତେବେ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିବା ସହ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ୍‌ ଦର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ତେବେ ଦର ବୃଦ୍ଧି ଯଥାର୍ଥ ବୋଲି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ବିଦ୍ୟୁତ ଦର ପ୍ରସଙ୍ଗରେ ନିଷ୍ପତ୍ତି ନିଏ ଓଇଆରସି। ଗତ ୭ ବର୍ଷ ଧରି ବିଦ୍ୟୁତ ଦର ବଢ଼ି ନ ଥିଲା। ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି। ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ ଖର୍ଚ୍ଚ ବଢ଼ିଥିବାରୁ ଶୁଳ୍କ ବୃଦ୍ଧି ହୋଇଛି। ତେଣୁ ଓଇଆର୍‌ସିର ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।

ରାଜନୀତିରେ ଯୋଗଦେବେ ଗୁପ୍ତେଶ୍ବର, ମଙ୍ଗଳବାର

ପାଟନା: ମଙ୍ଗଳବାର ବିହାରର ପୋଲିସ୍ ମହାନିର୍ଦେଶକ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ବର ପାଣ୍ଡେ ରାଜନୀତିରେ ଯୋଗଦେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଅବସର ନେବା ପରେ ଗୁପ୍ତେଶ୍ବର ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ସେତେବେଳେ ସେ କିଛି ବି ସ୍ପଷ୍ଟ କରି ନ ଥିଲେ। କିନ୍ତୁ ଅବସର ନେବାର ଦୁଇ ଦିନ ପରେ ସେ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି। ତଥାପି ସେ କେଉଁ ଦଳରେ ଯୋଗଦେବେ ସେନେଇ କିଛି ବି କହିନାହାନ୍ତି। ବିହାରରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତାଙ୍କ ଉପରେ ଦୁଇ ପ୍ରମୁଖ ରାଜନୈତିକ ଦଳ ଜେଡି (ୟୁ) ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନଜର ଗୁପ୍ତେଶ୍ବରଙ୍କ ଉପରେ ରହିଛି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରାଯିବାରେ ଗୁପ୍ତେଶ୍ବରଙ୍କ ପ୍ରମୁଖ ଭୂମିକା ଥିବାରୁ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ। ବିହାରରେ ଜନ୍ମିତ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ଦେବା ସକାଶେ ଗୁପ୍ତେଶ୍ବରଙ୍କ ଉଦ୍ୟମକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯିବା ଫଳରେ ସେ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ।

ଆମେରିକାରେ କୋରୋନାଜନିତ ମୃତ୍ୟୁସଂଖ୍ୟା

ୱାଶିଂଟନ୍: ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବେଶ୍ ଉଦବେଗଜନକ ଭାବେ ବଢ଼ିଚାଲିଥିବା ବେଳେ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି ଦେଶରେ ଗୁରୁବାର ପୂର୍ବାହ୍ନ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷକୁ ଅତିକ୍ରମ କରିଯାଇଛି। ସେହିପରି ବିଶ୍ବରେ ଅଦ୍ୟାବଧି ୩୧.୬ ନିୟୁତ ସଂକ୍ରମିତଙ୍କୁ ଠାବ କରାଯାଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୯ ଲକ୍ଷ ୮୨ ହଜାର ଟପିଯାଇଛି। ଏହାଛଡ଼ା ୨ କୋଟି ୩୬ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ଅବା ସୁସ୍ଥତା ଲାଭ କରିସାରିଥିବା ରଏଟର୍ସରେ ପ୍ରକାଶିତ ଖବରରୁ ଜଣାପଡ଼ିଛି। ଇତିମଧ୍ୟରେ ବ୍ରିଟେନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ସକାଶେ ପୁଣିଥରେ ଲକଡାଉନ୍ କଟକଣା ଜାରି ହୋଇଛି। ସମଗ୍ର ୟୁରୋପରେ କୋରୋନା ଭୂତାଣୁ ସଂକ୍ରମଣ ଦ୍ବିତୀୟ ଥର ପାଇଁ ତୀବ୍ର ହେବା ପରେ ବ୍ରିଟିଶ୍ ସରକାର ଏହି କଟକଣାକୁ ପୁଣିଥରେ ଲାଗୁ କରିଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଘରୁ କାର୍ଯ୍ୟ କରିବା ସକାଶେ ବିଭିନ୍ନ କର୍ମଚାରୀମାନଙ୍କୁ ନିବେଦନ କରିବା ସହ ସମସ୍ତ ବାର୍ ଓ ରେସ୍ତୋରାଁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଦେଶରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଏହା ହିଁ ଏକମାତ୍ର ଉପାୟ ବୋଲି ଜନସନ୍ କହିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଟ୍ରମ୍ପଙ୍କୁ ସମର୍ଥନ ଦେଲେ ହଙ୍ଗେରୀ ପ୍ରଧାନମନ୍ତ୍ରୀ
ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ସକାଶେ ଉଭୟ ଡେମୋକ୍ରାଟ୍ ଓ ରିପବ୍ଲିକ୍ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ବେଶ୍ ଜୋରଦାର କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁନର୍ବାର ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଜୋ ବିଡେନ୍ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି। ତେବେ ସୋମବାର ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓରବାନ୍ ରିପବ୍ଲିକ୍ ପାର୍ଟି ପ୍ରାର୍ଥୀ ଟ୍ରମ୍ପଙ୍କୁ ତାଙ୍କ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାରେ ଡେମୋକ୍ରାଟିକ୍ ପାର୍ଟି ରାଜକୀୟ ଢାଞ୍ଚାରେ ଶାସନ କରିବାର ଉଦାହରଣ ରହିଛି। ଡେମୋକ୍ରଟିକ୍ ପାର୍ଟି ନିର୍ବାଚନ ଜିତିବା ପରେ ଏହାର କୂଟନୀତି ମୁଖ୍ୟତଃ ରାଜକୀୟ ଢାଞ୍ଚା ଉପରେ ପର୍ଯ୍ୟବସିତ ରହିଆସିଛି। ବିଗତ ଦିନରେ ଆମେ ଏହାର ଅନୁଭୂତି ହାସଲ କରିବାକୁ ବାଧ୍ୟ ହୋଇଛୁ। ଆଗାମୀ ଦିନରେ ପୁନର୍ବାର ଏପରି ଅଭିଜ୍ଞତା ହାସଲ କରିବାକୁ ଆମେ ଆଦୌ ପ୍ରସ୍ତୁତ ନୋହୁଁ। ତେଣୁ ଆମର ସମର୍ଥନ ଟ୍ରମ୍ପଙ୍କୁ ରହିବ ବୋଲି ଓରବାନ୍ କହିଛନ୍ତି। ହଙ୍ଗେରୀରେ ଆସନ୍ତା ୨୦୨୨ ପ୍ରାରମ୍ଭରେ ସଂସଦୀୟ ନିର୍ବାଚନ ହେବାକୁ ଥିବା ବେଳେ ସେଥିରେ ନ୍ୟାସନାଲିଷ୍ଟ୍ ଓରବାନଙ୍କୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପାର୍ଟି ପକ୍ଷରୁ କଡ଼ା ଟକ୍କର ମିଳିବା ନିଶ୍ଚିତ। ଏହାଦ୍ବାରା ସେ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଭୋଗ କରିଆସୁଥିବା କ୍ଷମତାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ମଧ୍ୟ ରହିଛି। ବିଶେଷକରି ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ହାସଲ କରାଯାଇଥିଲେ ହେଁ ନିକଟରେ ଦ୍ବିତୀୟ ଦଫା ସଂକ୍ରମଣ ତାଙ୍କ ପାଇଁ ଆଗାମୀ ସଂସଦୀୟ ନିର୍ବାଚନରେ ଯଥେଷ୍ଟ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।
ଏଫଏଟିଏଫ ତାଗିଦକୁ ପାକିସ୍ତାନର ବେଖାତିର: ଆତଙ୍କବାଦୀଙ୍କୁ କରୁଛି ଭିଆଇପି ଚର୍ଚ୍ଚା
ପାକିସ୍ତାନ ମୁଣ୍ଡ ଉପରେ ଏବେ ବି ଝୁଲୁଛି ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫଏଟିଏଫ)ର ଖଣ୍ଡା। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ନେଇ ପାକିସ୍ତାନକୁ ଏଫଏଟିଏଫ ଗ୍ରେ ତାଲିକାଭୁକ୍ତ କରିସାରିଥିବା ବେଳେ ଆଗାମୀ ଦିନରେ କଳା ତାଲିକାଭୁକ୍ତ କରିବାର ସମ୍ଭାବନା ରହିଛି। କିନ୍ତୁ ପାକିସ୍ତାନର ଏଥିପ୍ରତି ତିଳେମାତ୍ର ନିଘା ନାହିଁ। ଆତଙ୍କବାଦୀଙ୍କ ବିରୋଧରେ କୌଣସି ପ୍ରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ପାକିସ୍ତାନ ସରକାର। ଓଲଟା ସେମାନଙ୍କୁ ଭିଆଇପିଙ୍କ ପରି ଚର୍ଚ୍ଚା କରୁଛନ୍ତି। ପାକ୍‌ ସରକାର ୨୧ ଜଣ ପ୍ରମୁଖ ଆତଙ୍କବାଦୀଙ୍କୁ ଏଭଳି ଚର୍ଚ୍ଚା କରୁଥିବାର ଜଣାପଡିଛି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ, ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ରଣଜିତ ସିଂ ନିଟା, ବାବର ଖାଲସା ଇଣ୍ଟରନ୍ୟାସନାଲର ମୁଖ୍ୟ ୱାଧୱା ସିଂ, ଇଣ୍ଡିଆନ ମୁଜାହିଦ୍ଦିନର ମୁଖ୍ୟ ରିୟାଜ ଭଟ୍ଟକଲ, ମୀରଜା ସହଦାବ ବେଗ, ଅଫିଫ ହାସନ ସିଦିବାପା ପ୍ରମୁଖ ଅନ୍ତର୍ଭୁକ୍ତ।
ଏଲଇଡି ଆମଦାନି ନେଇ
କେନ୍ଦ୍ର ସରକାର ଚୀନ୍ ସାମଗ୍ରୀର ଆମଦାନିକୁ ନିରୁତ୍ସାହିତ କରିବା ସକାଶେ ଲଗାତର ପଦକ୍ଷେପମାନ ନେଇଚାଲିଛନ୍ତି। ଏହି କ୍ରମରେ ଶୁକ୍ରବାର କେନ୍ଦ୍ର ସରକାର ଚୀନରୁ ଆମଦାନି ହେଉଥିବା ଏଲଇଡିର ମାନ ଯାଞ୍ଚ୍ ପାଇଁ ନିର୍ଦେଶ ଦେଇଛନ୍ତି। ଚୀନ୍ ସହ ଅନ୍ୟାନ୍ୟ ଦେଶରୁ ଭାରତକୁ ଆମଦାନୀ ହେଉଥିବା ଏଲଇଡି ଉତ୍ପାଦର କଡ଼ାକଡ଼ି ମାନ ଯାଞ୍ଚ୍ ପାଇଁ ନିର୍ଦେଶ ଦିଆଯାଇଥିବାରୁ ଚୀନ୍ ଉତ୍ପାଦନ ବିରୋଧରେ ଭାରତର ଏହା ଆଉ ଏକ ଠୋସ୍ ପଦକ୍ଷେପ ବୋଲି କୁହାଯାଉଛି। ଏ ସଂକ୍ରାନ୍ତରେ ଶୁକ୍ରବାର ବୈଦେଶିକ ବ୍ୟାପାର ମହାନିର୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କୌଣସି ଏଲଇଡି ଉତ୍ପାଦ ଆମଦାନି ପୂର୍ବରୁ ଏହାର ନମୁନାର କଡ଼ା ଯାଞ୍ଚ୍ କରାଯିବ। ମାନ ପରୀକ୍ଷା ସକାଶେ ଏହି ନମୁନାକୁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ସ୍ବୀକୃତିପ୍ରାପ୍ତ ଲାବୋରେଟୋରୀକୁ ପଠାଯିବା ବାଧ୍ୟତାମୂଳକ। ବୈଦ୍ୟୁତିକ ଓ ଆଇଟି ଉତ୍ପାଦ (ବାଧ୍ୟତାମୂଳକ ପଞ୍ଜୀକରଣ) ନିର୍ଦେଶନାମା, ୨୦୧୨ ଅନୁସାରେ ଏହି ମାନ ଯାଞ୍ଚ୍ କରାଯିବ ବୋଲି ଜାରି ବିଜ୍ଞପ୍ତିରେ ଡିଜିଏଫଟି ପକ୍ଷରୁ କୁହାଯାଇଛି। ସେହିପରି ଦେଶର ପ୍ରମୁଖ ବନ୍ଦର କାଣ୍ଡଲା, ପାରାଦୀପ, କୋଚି ଓ ମୁମ୍ବାଇ ଆଦି ଦେଇ ଭାରତକୁ ଆମଦାନୀ ହେଉଥିବା ଏଲ୍ଇଡି ଉତ୍ପାଦନର ମାନ ଯାଞ୍ଚ୍ ପାଇଁ ମଧ୍ୟ ବାଣିଜ୍ୟ ମନ୍ତ୍ରାଳୟ ଅଧୀନସ୍ଥ ବିଆଇଏସ୍ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଇମ୍ରାନଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ବିରୋଧୀଙ୍କ ମହାଯୋଜନା
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୁଇ ବର୍ଷ ହେଲା ଦେଶ ଶାସନ କରିଆସିଥିଲେ ହେଁ ଏବେ ବି ଦେଶର ସ୍ଥିତି ପୂର୍ବବତ୍ ରହିଛି। ପ୍ରଧାନମନ୍ତ୍ରୀଙ୍କ ବହିଷ୍କାର ଦାବି କରି ସୋମବାର ପାକିସ୍ତାନ ରାଜରାସ୍ତାରେ ହଜାର ହଜାର ଆନ୍ଦୋଳନକାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଇମ୍ରାନଙ୍କ ବିରୋଧୀ ଦଳମାନେ ଏହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି। ଇମ୍ରାନଙ୍କ ନେତୃତ୍ବାଧୀନ ସରକାର ବିରୋଧରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ୍ (ପିଡିଏମ୍) ପକ୍ଷରୁ ବିଶାଳ ଆନ୍ଦୋଳନର ଆୟୋଜନ କରାଯାଇଛି। ଏକାଧିକ ସ୍ଥାନରେ ଶୋଭାଯାତ୍ରା ଓ ବିକ୍ଷୋଭର ଆୟୋଜନ କରାଯିବା ସହ ଏଥିରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ପଦ ଛାଡ଼ିବା ସକାଶେ ସ୍ଲୋଗାନ୍ ଦିଆଯାଉଛି। ଏହି ଆନ୍ଦୋଳନ ପାଇଁ ପାକିସ୍ତାନର ସମସ୍ତ ବିରୋଧୀ ଦଳ ନେତାମାନେ ଏକ ବୈଠକରେ ଏକାଠି ହୋଇଥିଲେ। ଦେଶବ୍ୟାପୀ ଆନ୍ଦୋଳନ ସକାଶେ ନିଷ୍ପତ୍ତି ହୋଇଥିବା ବେଳେ ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍, ତାଙ୍କ ସୁପୁତ୍ରୀ ମରୟମ୍ ନୱାଜ୍ ଓ ପୂର୍ବତନ ମହିଳା ପ୍ରଧାନମନ୍ତ୍ରୀ ବେନଜିର୍ ଭୁଟ୍ଟୋଙ୍କ ପୁତ୍ର ବିଲାୱଲ୍ ଭୁଟ୍ଟୋ ଜରଦାରୀ ମଧ୍ୟ ଯୋଗ ଦେଇଥିଲେ। ବୈଠକ ପରେ ବିରୋଧୀ ଦଳମାନେ ଇମ୍ରାନଙ୍କ ବିରୋଧରେ ସମସ୍ତ ପ୍ରକାର ରାଜନୈତିକ ଓ ଗଣତାନ୍ତ୍ରିକ ବିକଳ୍ପର ଉପଯୋଗ କରିବେ ବୋଲି ଘୋଷଣା କରିଥିଲେ।
କୋଭିଡ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦେଶ
କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ଅଗ୍ନିଶମ ଓ ବିଦ୍ୟୁତ୍‌ ବିଭାଗକୁ ମିଳିତ ଭାବେ ତଦନ୍ତ କରି ୨୪ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ଅନିଲ କୁମାର ସାମଲ ନିଆଁ ଲାଗିବାର କାରଣ ସମ୍ପର୍କରେ ଘଟଣାର ତଦନ୍ତ ନିର୍ଦେଶ ଦେବା ସହ କେଉଁ ଭଳି ପରିସ୍ଥିତିରେ ନିଆଁ ଲାଗିଲା, ସେ ନେଇ ତଦନ୍ତ କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ହସ୍ପିଟାଲ୍‌ର ଫାୟାର ସେଫ୍ଟି ଲାଇସେନ୍ସ ନ ଥିବା ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ।

ଫଟୋ ଗ୍ୟାଲେରୀ

ବାହାଘରର ପ୍ରାରମ୍ଭିକ ଦିନରେ କରନ୍ତୁନି ଏସବୁ ଭୁଲ, ଛାଡ଼ପତ୍ର ଯାଏ ପହଞ୍ଚିପାରେ କଥା
ଯେତେବେଳେ ଦୁଇ ଜଣ ବିବାହ କରନ୍ତି, ସେତେବେଳେ ଦୁଇଟି ପରିବାର ଏକ ହୋଇଥାନ୍ତି ଓ ବିବାହିତ ଯୋଡ଼ି ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତି। ଭାରତୀୟ ପରମ୍ପରାରେ ବାହାଘରକୁ ଗୁରୁତ୍ବ ଦିଅଯାଏ। ବିବାହ କେବଳ କିଛି ଦିନର ସାଥୀ ନୁହେଁ, ବରଂ ସାତ ଜନ୍ମର ସମ୍ପର୍କ ଭାବେ ଗ୍ରହଣ କରାଯାଏ। ଜଣେ ଝିଅ ଓ ପୁଅ ପାଇଁ ବାହାଘର ଏକ ନୂଆ ବନ୍ଧନ ହୋଇଥାଏ। କିନ୍ତୁ ଝିଅମାନଙ୍କ ପାଇଁ ଏହି ଅନୁଭବ କିଛି ମାତ୍ରାରେ ନିଆରା ହୋଇଥାଏ। କାରଣ ବାହାଘର ପରେ ଝିଅଙ୍କୁ ହିଁ ଘର ଛାଡ଼ି ଶାଶୂ ଘରକୁ ଯିବାକୁ ପଡ଼ିଥାଏ। ସେଠାରେ ସେ ଏକ ନୂଆ ପରମ୍ପରାକୁ ଆପଣାଇବାକୁ ଚେଷ୍ଟା କରିଥାନ୍ତି। ବାହାଘରର ପ୍ରାରମ୍ଭିକ ଅବସ୍ଥାରେ ଦମ୍ପତିମାନେ କେତେକ ଭୁଲ କରିବା ସ୍ବାଭାବିକ କଥା। କିନ୍ତୁ ଅନେକ ସମୟରେ ଏହି ଭୁଲ ପାଇଁ ଛାଡ଼ପତ୍ର ଯାଏ ବି କଥା ପହଞ୍ଚି ଯାଏ। ଚାଲନ୍ତୁ ଜାଣିବା ବାହାଘରର ପ୍ରାରମ୍ଭିକ ଅବସ୍ଥାରେ ଦମ୍ପତିମାନେ କେଉଁସବୁ ଭୁଲ ନ କରିବା ଉଚିତ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ