ପିଏମ୍ କେୟାର୍ସ ଫଣ୍ଡକୁ ୧୫୧ କୋଟି ଦାନ କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ସମଗ୍ର ବିଶ୍ବ ଲଢ଼େଇ ଜାରି ରଖିଥିବା ବେଳେ ଭାରତ ସରକାର ଏଥିପାଇଁ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଏଥିସହ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୁଦ୍ଧରେ ଯେପରି କୌଣସି ଆର୍ଥିକ ସମସା ସୃଷ୍ଟି ନ ହୁଏ ସେଥିପାଇଁ ଜନସାଧାରଣଙ୍କୁ ହାତଖୋଲା ଦାନ ଦେବା ସକାଶେ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଗଠନ କରାଯାଇଛି ଓ ଏହି ଫଣ୍ଡକୁ ସେଲିବ୍ରିଟିମାନେ ବେଶ୍ ହାତଖୋଲା ଦାନ ଦେଉଛନ୍ତି। ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଥିବା ବେଳେ ଟାଟା ଗ୍ରୁପ୍ ପକ୍ଷରୁ ୫୦୦ କୋଟି ଟଙ୍କାର ଦାନ ଦିଆଯାଇଛି। ସେହିପରି ବିସିସିଆଇ ମଧ୍ୟ ୫୧ କୋଟି ଟଙ୍କା ସହାୟତା ଘୋଷଣା କରିସାରିଛି। ଏପରି ସ୍ଥିତିରେ ରେଳ ବିଭାଗ ଆଦୌ ପଛରେ ପଡ଼ିନାହିଁ। ରେଳ ବିଭାଗ ମନ୍ତ୍ରୀ ପୀୟୂଷ ଗୋଏଲ୍ ଓ ବିଭାଗର ସମସ୍ତ କର୍ମଚାରୀ ସେମାନଙ୍କର ଗୋଟିଏ ଦିନର ଦରମା ଦାନ କରିଛନ୍ତି। ଏ ବାବଦରେ ସର୍ବମୋଟ ୧୫୧ କୋଟି ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ଦିଆଯାଇଥିବା ଗୋଏଲ୍ ରବିବାର ଟ୍ବିଟ୍ କରି ଜଣାଇଛନ୍ତି।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଆର୍ଥିକ ସହାୟତା ଆଶା ରଖିଲେ ୮୦ ଦେଶ
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମୁଖ୍ୟ କିଷ୍ଟଲିନା ଜର୍ଜିଭା ଶୁକ୍ରବାର କହିଛନ୍ତି, କୋରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ୱର ଅର୍ଥବ୍ୟବସ୍ଥା ସଙ୍କଟ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ବଡ଼ଧରଣର ପାଣ୍ଠିର ଆବଶ୍ୟକତା ଅଛି। ଗଣମାଧ୍ୟମକୁ ସେ କହିଛନ୍ତି, ଏହା ସ୍ପଷ୍ଟ ହୋଇଯାଇଛି ଯେ, ଆମେ ସଙ୍କଟ ଆଡ଼କୁ ଅଗ୍ରସର ହେଉଛୁ। ବର୍ତ୍ତମାନର ସ୍ଥିତି ୨୦୦୯ରେ ଦେଖାଯାଇଥିବା ଗ୍ଲୋବାଲ ଆର୍ଥିକ ସ୍ଥିତିଠାରୁ ଅଧିକ ଖରାପ। ଜର୍ଜିଭା କହିଛନ୍ତି, ବିଶ୍ୱବ୍ୟାପି ଆର୍ଥିକ ଗତିବିଧି ଅଚାନକ ଠପ ହେବା ସହ ଏହି ସଙ୍କଟରୁ ବର୍ତ୍ତିବା ପାଇଁ ୨୫୦୦ ମିଲିୟନ ଡଲାର ଆର୍ଥିକ ପୋଷଣର ଆବଶ୍ୟକ ହେବ। ମାତ୍ର ସେ କହିଛନ୍ତି, ଏହି ତଥ୍ୟ କମ। ଏପର୍ଯ୍ୟନ୍ତ ୮୦ରୁ ଅଧିକ ଦେଶ ମୁଦ୍ରାପାଣ୍ଠିରୁ ଜରୁରୀ ସହାୟତା ପାଇବାକୁ ଆଶା ରଖିଛନ୍ତି।
ବୀମା ନବୀକରଣ ପାଇଁ
ବର୍ତ୍ତମାନ ସମୟରେ କୋରୋନା ଭୂତାଣୁଜନିତ ବିଭୀଷିକା ଜାରି ରହିଥିବା ବେଳେ ଜୀବନ ବୀମା କମ୍ପାନୀମାନଙ୍କୁ ସେମାନଙ୍କ ଉପଭୋକ୍ତାଙ୍କୁ ଅତିରିକ୍ତ ମହଲତ ଦେବା ସକାଶେ ବୀମା ନିୟାମକ ଉନ୍ନୟନ ପ୍ରାଧିକରଣ (ଆଇଆର୍‌ଡିଏ) ପକ୍ଷରୁ ନିର୍ଦେଶ ଦିଆଯାଇଛି। କମ୍ପାନୀମାନେ ଅତି କମ୍‌ରେ ନିଜ ନିଜର ଉପଭୋକ୍ତାଙ୍କୁ ୩୦ ଦିନର ମହଲତ ଦେବାକୁ ଏହି ନିର୍ଦେଶନାମାରେ କୁହାଯାଇଛି। କୋରୋନା ଭୂତାଣୁ ତା’ର କାୟା କ୍ରମଶଃ ବୃଦ୍ଧି କରିଚାଲିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସ୍ବରୂପ ଅଧିକାଂଶ ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇସାରିଛି। ତେଣୁ ଉପଭୋକ୍ତାମାନଙ୍କୁ ଏପରି ପରିସ୍ଥିତିରେ ଜୀବନ ବୀମା କମ୍ପାନୀମାନେ ସାମାନ୍ୟ ଆଶ୍ବସ୍ତି ଦେବାର ଆବଶ୍ୟକତା ରହିଛି ବୋଲି ଆଇଆର୍‌ଡିଏ ପକ୍ଷରୁ କୁହାଯାଇଛି। ବିଶେଷକରି ସ୍ବାସ୍ଥ୍ୟ ବୀମା ଉପଭୋକ୍ତାଙ୍କୁ ସେମାନଙ୍କ ପଲିସି ନବୀକରଣ ପାଇଁ ଏହି ମହଲତ ଦେବା ସକାଶେ କୁହାଯାଇଛି।
ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ
କୋରୋନା ଭୂତାଣୁର ବର୍ଦ୍ଧିତ ପ୍ରଭାବ କାରଣରୁ ପାଖାପାଖି ମାସେ ଧରି ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଆୟୋଜକ ଏହି ପ୍ରତିଯୋଗିତାକୁ ନିର୍ଦ୍ଧାରିତ ସମୟରେ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଆସୁଥିଲେ। କିନ୍ତୁ ମଙ୍ଗଳବାର ସେମାନେ କୋରୋନାର ବ୍ୟାପକ ପ୍ରଭାବ ପରିପ୍ରେକ୍ଷୀରେ ଏହି ମହାକୁମ୍ଭକୁ ବର୍ଷେ ପାଇଁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଏବଂ ସ୍ଥାନୀୟ ଆୟୋଜକମାନେ ଏଥିରେ ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହି ପ୍ରତିଯୋଗିତା ଆୟୋଜିତ ହେଲେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରଭାବିତ ହେବାର ଆଶଙ୍କା ରହିଛି। କିନ୍ତୁ ଚଳିତ ବର୍ଷ ଏହା ଆୟୋଜିତ ନ ହେବା ସପକ୍ଷରେ ନିଷ୍ପତ୍ତି ହେବାରୁ ବିଶ୍ବର ବିଭିନ୍ନ ଦେଶର ଆଥଲେଟ୍‌ମାନେ ବେଶ୍‌ ଆଶ୍ବସ୍ତ ହୋଇଛନ୍ତି। ଏନେଇ ଆଇଓସି ପକ୍ଷରୁ ଜାରି ଏକ ବିବୃତିରେ ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଗ୍ରୀଷ୍ମୠତୁରେ ହିଁ ହେବ ବୋଲି କୁହାଯିବା ସହ ଏହି ପ୍ରତିଯୋଗିତାର ନାମ ୨୦୨୦ ଟୋକିଓ ଅଲିମ୍ପିକ୍ସ ରହିବ ବୋଲି କୁହାଯାଇଛି।
ସ୍ପେନୀୟ ଫୁଟବଲ୍‌ କୋଚ୍‌ଙ୍କ ଜୀବନ
ସ୍ପେନ୍‌ ଫୁଟବଲ୍‌ କୋଚ୍‌ ଫ୍ରାନ୍‌ସିସ୍‌କୋ ଗାର୍ସିଆଙ୍କର ଗତ ରବିବାର ରାତିରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସମଗ୍ର ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଥିବା କୋରୋନା ଭାଇରସ୍‌ ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କ ଜୀବନ ନେଇଛି। ୨୧ ବର୍ଷୀୟ ଗାର୍ସିଆ ପାଖାପାଖି ୪ ବର୍ଷ ହେଲା ମାଲାଗାଭିତ୍ତିକ ଆଟ୍‌ଲେଟିକୋ ପୋର୍ଟାଡା ଆଲ୍‌ଟା ଦଳର କୋଚ୍‌ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ନିକଟରେ ତାଙ୍କଠାରେ କୋରୋନା ଭୂତାଣୁ ସଂକ୍ରମଣ ପରି ଲକ୍ଷଣ ଦେଖାଯିବାରୁ ଗାର୍ସିଆଙ୍କୁ ନିଃସଙ୍ଗବାସରେ ରଖାଯାଇଥିଲା। ତା’ଛଡ଼ା ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ସେ ଲିଉକୋମିଆ ରୋଗରେ ମଧ୍ୟ ପୀଡ଼ିତ ଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ସ୍ପେନ୍‌ରେ ୩ ଶହ ଲୋକ ଏହି ଭୂତାଣୁ ଆକ୍ରମଣରେ ମୃତ୍ୟୁବରଣ କରିସାରିଥିବା ବେଳେ ମାଲାଗା ଅଞ୍ଚଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମାଲାଗା ଅଞ୍ଚଳର ମୃତକମାନଙ୍କ ବୟସ ୭୦ରୁ ୮୦ ବର୍ଷ ମଧ୍ୟରେ ଥିବା ବେଳେ ଗାର୍ସିଆ ସର୍ବକନିଷ୍ଠ ବୋଲି କୁହାଯାଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ମେଡ୍ ଇନ୍ ଚାଇନା: ଗୋଟିଏ ଦେଶର ଭୁଲ୍ ଭୋଗୁଛି ସାରା ଦୁନିଆ
କୋରୋନା ଭାଇରସ୍ ଆତଙ୍କରେ ଆଜି ସାରା ବିଶ୍ଵ ଆତଙ୍କିତ। ଚୀନର ଉହାନ୍ ସହରରୁ ଆରମ୍ଭ ଏହି ମହାମାରୀ ଭାଇରସ୍ ଆଜି ସାରା ଦୁନିଆକୁ ମାଡ଼ିଯିବା ଫଳରେ ପୋକ ମାଛି ପରି ଲୋକ ମରିଯାଉଛନ୍ତି। ଇଟାଲୀ, ଆମେରିକା, ଫ୍ରାନ୍ସ ଆଦି ଅନେକ ଦେଶରେ ପରିସ୍ଥିତି ଅଣାୟତ୍ତ। କିନ୍ତୁ ଚୀନ କହୁଛି, ତାଙ୍କ ଦେଶରେ ଏବେ ଏହାକୁ ଆୟତ୍ତ କରାଯାଇଛି। ଜାନୁଆରୀ ୩୦ ପର୍ଯ୍ୟନ୍ତ ଚୀନ ଦୁନିଆକୁ ଏ ବାବଦରେ ଲୁଚାଇ ରଖିଲା। ଜାନୁୟାରୀ ୩୧ ତାରିଖରେ ଚୀନ ଏ ବାବଦରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନକୁ ଜଣାଇଲା। କିନ୍ତୁ ଏହା ଉପରେ ସେମାନେ ନିୟନ୍ତ୍ରଣ କରି ସାରିଲେଣି ବୋଲି ଚୀନ କହିଲା। ଜାନୁୟାରୀ ୧ ତାରିଖରେ ନୂଆ ବର୍ଷ ପାଳନ ପାଇଁ ଲକ୍ଷାଧିକ ଲୋକ ଉହାନସହରରୁ ନିଜ ଗାଁକୁ ଚୀନର ବିଭିନ୍ନ ସ୍ଥାନକୁ ଯାଇଥିଲେ। ଏହା ସହ ଉହାନ ସହରରୁ ଲୋକେ ବିଶ୍ୱର ବିଭିନ୍ନ ଦେଶକୁ ଗସ୍ତ କଲେ।
ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ୍
ବର୍ତ୍ତମାନ ସମୟରେ ସମଗ୍ର ଦେଶରେ କୋରୋନା ଭୂତାଣୁର ବ୍ୟାପକତାକୁ ରୋକିବା ସକାଶେ ଲକଡାଉନ ଘୋଷଣା କରାଯାଇଥିବାରୁ ପ୍ରବାସୀ ଶ୍ରମିକମାନେ ଢେର୍ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ସମସ୍ତ ପ୍ରତିଷ୍ଠାନ ବନ୍ଦ ହୋଇଯିବାରୁ ସେମାନେ ବେରୋଜଗାର ହେବା ସହ ଖାଇବା ରହିବା ଆଦି ସମସ୍ୟାର ସମ୍ମୁଖୀନ ହେବାରୁ ନିଜ ରାଜ୍ୟକୁ ଫେରିବା ସକାଶେ ଉତ୍ତରପ୍ରଦେଶ-ଦିଲ୍ଲୀ ସୀମାରେ ଏକାଠି ହୋଇଛନ୍ତି। ସେଠାରେ ହଜାର ହଜାର ସଂଖାରେ ଶ୍ରମିକ ଏକାଠି ହେବା ଫଳରେ ଲକଡାଉନର ଉଦ୍ଦେଶ୍ୟ ସଫଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପରି ଅବ୍ୟବସ୍ଥା ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସରକାରଙ୍କର ଲକଡାଉନ୍ ନିଷ୍ପତ୍ତିରୁ ଅପରିଣାମଦର୍ଶିତାର ପ୍ରମାଣ ମିଳୁଛି, ଯାହାକି କୁପରିଣାମ ଆଜି ଦେଶର ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ରାହୁଲ୍ ମତ ଦେଇଛନ୍ତି।
ଖବରକାଗଜ ବିକ୍ରେତାଙ୍କୁ ପୋଲିସର ମାଡ଼ ଅଭିଯୋଗ
ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବା ଫଳରେ ଅନେକ ପ୍ରିଣ୍ଟ୍ ମିଡିଆ ଖବରକାଗଜ ଛାଡ଼ିବା ବନ୍ଦ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଖବରକାଗଜକୁ ଆବଶ୍ୟକ ସୂଚୀରେ ସାମିଲ୍ କରିବା ଫଳରେ ପୁନର୍ବାର ମୁଦ୍ରଣ ଆରମ୍ଭ ହୋଇଛି। ଖବରକାଗଜ ବିତରଣରେ ସହଯୋଗ କରିବା ସକାଶେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। କିନ୍ତୁ ଭଦ୍ରକରେ ଜଣେ ଖବରକାଗଜ ବିକ୍ରେତାଙ୍କୁ ପୋଲିସ ମାଡ଼ ମାରିବା ଫଳରେ ଗଣମାଧ୍ୟମର କଣ୍ଠରୋଧ କରାଯିବା ସକାଶେ ଉଦମ ହେଉଥିବା ଅଭିଯୋଗ ହେଉଛି। ଏନେଇ ସବିଶେଷ ସୂଚନା ମିଳି ନ ଥିଲେ ମଧ୍ୟ ଖବରକାଗଜ ବିକ୍ରେତା ଜଣକ ସମାଜ ସହ ଜଡ଼ିତ ଓ ତାଙ୍କ ନାମ ଶ୍ରୀକାନ୍ତ କୁମାର ମହାନ୍ତି ବୋଲି ଜଣାପଡ଼ିଛି।
କରୋନା ପ୍ରଭାବ: ବିଶ୍ବର ଏସବୁ
ଏବେ ସାରା ବିଶ୍ବରେ ସମସ୍ତଙ୍କ ମୁହଁରେ କୋରୋନା ଭାଇରସ କଥା ଶୁଣିବାକୁ ମିଳୁଛି। ସମସ୍ତେ ଏହି ଭାଇରସକୁ ଡରିମରି ରହିଛନ୍ତି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ପୂରା ଦୁନିଆକୁ ନିଜ ଶିକାର କରିଛି। ଏପରିସ୍ଥଳେ ଗୋଟିଏ ପଟେ ଲୋକେ ନିଜକୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି ଲୋକେ ଘରୁ ବାହାରକୁ ଯିବାରୁ ଦୂରେଇ ରହୁଛନ୍ତି। ଏପରିସ୍ଥଳେ ବିଶ୍ବର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଯେଉଁଠି ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲା, ସେହି ସବୁ ସ୍ଥାନ ଏବେ ଖାଁ ଖାଁ ଦେଖାଯାଉଛି। କୌଣସି ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି ଓ ସେସବୁ ସ୍ଥାନରେ ଶାନ୍ତି ଦେଖିବାକୁ ମିଳୁଛି। ଚାଲନ୍ତୁ ଜାଣିବା ଏଭଳି କିଛି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ, ଯାହା ଏବେ ଖାଲି ଖାଲି ରହିଛି।

ଫଟୋ ଗ୍ୟାଲେରୀ

ସମ୍ପର୍କ ମଜବୁତ କରିବାକୁ ନିକ-
ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ କେବଳ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ଭାବେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ନୁହନ୍ତି, ବରଂ ଯେଉଁଭଳି ଭାବେ ଏମାନେ ଦୁଇଟି ଭିନ୍ନ ଦେଶ ଓ ଭିନ୍ନ ସଂସ୍କୃତିର ହୋଇ ମଧ୍ୟ ନିଜ ସମ୍ପର୍କକୁ ମଜବୁତ କରିଛନ୍ତି, ତାହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଛି। ଲୋକେ ଏହି ଷ୍ଟାର୍‌ କପଲଙ୍କ ପ୍ରଶଂସା କରିବାରେ ଲାଗିଥାନ୍ତି। ଏତେ ବ୍ୟସ୍ତ ଶିଡ୍ୟୁଲ ପରେ ମଧ୍ୟ ଏମାନଙ୍କ ମଧ୍ୟରେ ଥିବା ବଣ୍ଡ ଓ ପ୍ରେମ ଏବେ ବି ଅକ୍ଷୂଣ୍ଣ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ନିଜ ବୈବାହିକ ଜୀବନର ମଜବୁତ ବଣ୍ଡ ଓ ପ୍ରେମ ଅକ୍ଷୂଣ୍ଣ ରଖିବା ଲାଗି ପ୍ରିୟଙ୍କା ଓ ନିକ କେତେକ ନିୟମ ପାଳନ କରିଥାନ୍ତି। ଯାହାକୁ ସମସ୍ତ କପଲ୍ସ ବିଶେଷକରି ୱାର୍କିଂ ଯୋଡ଼ିଙ୍କୁ ମଧ୍ୟ ଅନୁସରଣ କରିବା ଉଚିତ।
ରୋଗ ପ୍ରତିରୋଧକ ଶକ୍ତି କମାଏ
କୋରୋନା ଭାଇରସ ଇତିମଧ୍ୟରେ ସାରା ବିଶ୍ବରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଶିକାର ହୋଇସାରିଲେଣି। ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାରା ବିଶ୍ବରେ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିସାରିଲେଣି। କୋରୋନା ଭାଇରସ ଅଧିକ ବୟସର ଲୋକଙ୍କୁ ଶୀଘ୍ର ନିଜ ଶିକାର କରୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଯେଉଁ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଶୀଘ୍ର କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଉଛନ୍ତି। ଏଥିସହିତ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇ ଯେଉଁ ଲୋକମାନଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ମଧ୍ୟ ଜଣାପଡ଼ିଛି। ମଣିଷର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ପାଇଁ ତାଙ୍କ ଡାଏଟ୍‌ ମଧ୍ୟ ଦାୟୀ ହୋଇପାରେ। ଚାଲନ୍ତୁ ଜାଣିବା କେଉଁ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରେ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ