Pratinidhi Odia

ମ୍ୟାଲେରିଆରେ ଘାଣ୍ଟି ହେଉଥିବା କୋରାପୁଟରେ ବାଜିବ ଘଣ୍ଟ


କୋରାପୁଟ: ଜିଲ୍ଲାରେ ମ୍ୟାଲେରିଆ କାୟା ବିସ୍ତାର କରିଛି । ପ୍ରତି ହଜାରେ ଜନସଂଖ୍ୟାରେ ୨୯ଜଣ ଏହି ରୋଗରେ ପ୍ରାଣପୀଡ଼ା ଭୋଗୁଛନ୍ତି । ରାଜ୍ୟରେ ଏହି ସଂଖ୍ୟା ୧୦ ଥିବାବେଳେ କୋରାପୁଟରେ ଏହା ୨୯ । ଜିଲ୍ଲା ପ୍ରଶାସନ ମ୍ୟାଲେରିଆ ନିରାକରଣ ପାଇଁ ନୂଆ ଏକ ଯୋଜନା ହାତକୁ ନେଇଛି । ଏପିଆଇ-୧୦ ନାମକ ଏହି ଯୋଜନାରେ ଗାଁ ଗାଁରେ ଘଣ୍ଟ ପିଟି ଲୋକଙ୍କୁ ମ୍ୟାଲେରିଆ ବାବଦରେ ସତର୍କ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।

ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ବଢିବାରେ ଲାଗିଛି । ୨୦୧୦ ମସିହାରେ ପ୍ରତି ହଜାରେ ଲୋକଙ୍କ ମଧ୍ୟରୁ ମ୍ୟାଲେରିଆ ପୀଡ଼ିତଙ୍କ ସଂଖ୍ୟା ୩୬୭ ଥିବାବେଳେ ଏବେ ଏହା କମିବା ପରିବର୍ତ୍ତେ ୨୯.୩ରେ ପହଞ୍ଚିଛି । ଗତ ୩ ବର୍ଷ ହେଲା ସରକାର ‘ଦମନ’ କାର୍ୟ୍ୟକ୍ରମରେ ମଶାରୀ ବାନ୍ଧିବା ସହିତ ବ୍ୟାପକ ସଚେତନତା ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଗତ ତିନିବର୍ଷ ହେଲା ଜିଲ୍ଲାରେ ମ୍ୟାଲେରିଆ ପୀଡ଼ିତଙ୍କ ହାର ବଢି ବଢି ଚାଲିଛି ।

ଜିଲ୍ଲାରେ ୮ଲକ୍ଷ ମଶାରୀ ବଣ୍ଟା ସରିଛି । ମଶାରୀ ବାନ୍ଧିବା ପାଇଁ ଜିଲ୍ଲାର ପ୍ରତି ଗାଁରେ ସନ୍ଧ୍ୟାରେ ଘଣ୍ଟ ପିଟାଯିବ । ମଶାରୀ ବନ୍ଧାଗଲା କି ନାହିଁ ତାହା ଯାଞ୍ଚ କରିବେ ଅଙ୍ଗନବାଡ଼ି କର୍ମୀ ଆଉ ସ୍ୱୟଂସହାୟକ ଦଳର ସଦସ୍ୟ । ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକରେ ପୀଡ଼ିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢୁଥିବାବେଳେ ଘଣ୍ଟପିଟା ଯୋଜନା କିଭଳି ସୁଫଳ ଆଣିଦେଉଛି ଦେଖିବାକୁ ବାକି ରହିଲା ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?