Pratinidhi Odia

ମୁଖ୍ୟ ଖବର

ଶପଥ ଗ୍ରହଣ ଉତ୍ସବକୁ କାହିଁକି
କର୍ଣ୍ଣାଟକରେ ୟେଦୁରପ୍ପା ସରକାର ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବା ପରେ ରାଜ୍ୟପାଳ ସରକାର ଗଢ଼ିବା ପାଇଁ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟକୁ ନିମନ୍ତ୍ରଣ କରିଛନ୍ତି। ବୁଧବାର ଏହି ମେଣ୍ଟ ପକ୍ଷରୁ ଏଚ.ଡି.କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହକୁ ଅଣବିଜେପି ଶକ୍ତିମାନଙ୍କର ଶକ୍ତି ପ୍ରଦର୍ଶନ ପାଇଁ ପୁଡୁଚେରି, ପଞ୍ଜାବ ଓ ପରିବାର ମଧ୍ୟରେ ସୀମିତ ରହିଯାଇଥିବା କଂଗ୍ରେସ ଦଳ ଯୋଗାଡ଼ରେ ଲାଗିପଡ଼ିଛି। ଶପଥ ଗ୍ରହଣ ସମାରୋହରେ ଅଣବିଜେପି ନେତାମାନଙ୍କ ଦ୍ବାରା ୩୩୯ ଲୋକସଭା ଆସନରେ କିଭଳି ଶକ୍ତି ରହିଛି, ତାହା ବିଜେପି ଆଗରେ ଉପସ୍ଥାପିତ କରାଯିବ ବୋଲି ଜେଡିଏ(ସ୍‌) ଓ କଂଗ୍ରେସର ନେତାମାନେ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଅଣବିଜେପି ନେତାଏ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ସେ ଦିଗରେ କଂଗ୍ରେସ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି।
କୁସୁମିତ ନା କଣ୍ଟକିତ
ଆସ୍ଥାଭୋଟ ପୂର୍ବରୁ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଏସ ୟେଦୁରପ୍ପା। ଏଚଡି କୁମାରସ୍ବାମୀଙ୍କ ମୁଖ୍ୟମନ୍ତ୍ରୀ ହେବା ଏବେ ଏକପ୍ରକାର ନିଶ୍ଚିତ। ୭୮ ଆସନରେ ବିଜୟୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଫର ଦେଇ ଜେଡି(ଏସ) ସହ ମେଣ୍ଟ କରୁଥିଲେ ହେଁ ଅସଲରେ କଂଗ୍ରେସ ଯେ ତାର ଖେଳ ଦେଖାଇବ, ଏହା ସ୍ପଷ୍ଟ ହେବାରେ ଲାଗିଛି। ମନ୍ତ୍ରୀ ପରିଷଦ ଗଠନର ଚିତ୍ର ସାମ୍ନାକୁ ଆସି ନ ଥିବା ବେଳେ ଜେଡି(ଏସ) ମୁଖ୍ୟମନ୍ତ୍ରୀ ପଦବୀ ସହିତ ୧୩ଟି ମନ୍ତ୍ରୀ ପଦ ନେବାକୁ ଚାହୁଁଥିବା ଜଣାଯାଇଛି। କଂଗ୍ରେସ ହାତରେ ଉପମୁଖ୍ୟମନ୍ତ୍ରୀ ପଦବୀ ସମେତ ୨୦ଟି ମନ୍ତ୍ରୀ ପଦ ରହିବ। କଂଗ୍ରେସ ଓ ଜେଡିଏସ ମଧ୍ୟରେ ପୂରା ୫ ବର୍ଷର ମେଣ୍ଟ ଅତୁଟ ରହିବାକୁ ନେଇ ଦଳର ଶୀର୍ଷସ୍ତରୀୟ ନେନତାମାନେ ଭରସା ଦେଇଥିଲେ ହେଁ ଅନେକ ବିଧାୟକ ମନ୍ତ୍ରୀପଦ ନ ପାଇଲେ ଜହର ଓଗାଳିବାକୁ ସଜ ହେଲେଣି। କଂଗ୍ରେସ ଓ ଜେଡିଏସ ମେଣ୍ଟକୁ ସମର୍ଥନ କରୁଥିବା ଦୁଇ ସ୍ବାଧୀନ ସଭ୍ୟ ଓ ଜଣେ ବହୁଜନ ସମାଜ ପାର୍ଟିର ବିଧାୟକଙ୍କୁ କିଭଳି ସନ୍ତୁଷ୍ଟ କରାଯାଇ ମେଣ୍ଟରେ ରଖାଯାଇ ପାରିବ, ତାକୁ ନେଇ ମଧ୍ୟ ମୁଣ୍ଡବ୍ୟଥା ସୃଷ୍ଟି ହେବାର ସମ୍ଭାବନା ରହିଛି। ଲିଙ୍ଗାୟତ ସମ୍ପ୍ରଦାୟର କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନେ ନିଜ ସମ୍ପ୍ରଦାୟର ଚାପରେ ରହି ମେଣ୍ଟକୁ ବିରୋଧ ଯେ ନ କରିବେ ତାହା ବର୍ତ୍ତମାନ ଠାରୁ କହିହେଉନି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ମହାଭିଯୋଗ ପ୍ରସଙ୍ଗ: ପଛକୁ
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ଅନ୍ୟ ୬ଟି ରାଜନୈତିକ ଦଳ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ। ଉପରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା କଂଗ୍ରେସ। କଂଗ୍ରେସର ଦୁଇଜଣ ସାଂସଦ ପ୍ରତାପ ସିଂହ ବାଦବା ଏବଂ ଅମି ହର୍ଷାଦ୍ରୟ ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ପାଞ୍ଚଜଣିଆ ଖଣ୍ଡପୀଠଙ୍କ ନିକଟରେ ମାମଲାଟି ଶୁଣାଣି ହେବାକୁ ଥିବାବେଳେ ହଠାତ୍‌ କଂଗ୍ରେସ ଏହି ମହାଭିଯୋଗ ପ୍ରସ୍ତାବକୁ ଫେରାଇ ନେଇଥିଲା। ପ୍ରସ୍ତାବ ଫେରାଇ ନିଆଯିବା ପ୍ରସଙ୍ଗକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ସିବଲ ସାମ୍ବାଦିକମାନଙ୍କୁ ଯେଉଁ ସୂଚନା ଦେଇଛନ୍ତି, ତାହା ବିବାଦ ସୃଷ୍ଟି କରିଛି।
ଦୋଳପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ
ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଗୁରୁବାର ଦୋଳ ପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ସେନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୋଳପୂର୍ଣ୍ଣିମା ଉପଲକ୍ଷେ ବୁଧବାର ରାତି ୩ ଟାରୁ ଦ୍ୱାର ଫିଟିବ। ଗୁରୁବାର ଦିନ ୧୦ଟାରୁ ୧୧ଟା ମଧ୍ୟରେ ଦୋଳବେଦୀକୁ ବିଜେ ହେବେ ଦିଅ। ସେହିଦିନ ରାତି ୯ଟାରେ ବାହୁଡ଼ା ଏବଂ ୯ଟା ୩୦ରେ ଶ୍ରୀଜିଉଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଠାକୁରଙ୍କ ଏହି ବେଶକୁ ଶ୍ରଦ୍ଧାଳୁମାନେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କରି ପାରିବେ। ସବୁ ନୀତିକାନ୍ତ ଯେଭଳି ଠିକ୍‌ ଭାବେ ସମ୍ପନ୍ନ ହେବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ବିବାହ ବିଳମ୍ବ କଲେ ହୋଇପାରେ
ମଣିଷ ଜୀବନ ଅନେକ କିଛି ପାହାଚ ଦେଇ ଗତି କରେ। ଯେମିତିକି ବାଲ୍ୟାବସ୍ଥା, ଯୁବାବସ୍ଥା ଏବଂ ବୃଦ୍ଧାବସ୍ଥା। କୁହାଯାଏ ଜୀବନରେ ସବୁ କାମ ଠିକ୍‌ ସମୟରେ କରିବା ନିହାତି ଦରକାର। ସେହିପରି ବାହାଘର ପାଇଁ ମଧ୍ୟ ଉପଯୁକ୍ତ ବୟସ ରହିଛି। କମ୍‌ ବୟସରେ ବିବାହ କଲେ ଯେଭଳି ପରସ୍ପରକୁ ବୁଝିବାରେ ସମସ୍ୟା ହୋଇଥାଏ, ଠିକ୍‌ ସେହିପରି ଯୁବାବସ୍ଥା ଚାଲିଗଲା ପରେ ବିବାହ କଲେ ମଧ୍ୟ ଅନେକ ସମସ୍ୟା ଦେଖାଯାଏ। କ୍ୟାରିଅରର ବାହାନା କରି କେହି କେହି ବିଳମ୍ବରେ ବିବାହ କରିବା ଲାଗି ନିଷ୍ପତ୍ତି ନେଇଥାନ୍ତି। ତେବେ ଯୁବାବସ୍ଥାରେ ପତି ପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିଲେ ହିଁ ବୃଦ୍ଧାବସ୍ଥାରେ ଉଭୟେ ଊଭୟଙ୍କ ସାହାରା ହୋଇପାରିବେ। ଯଦି ଆପଣଙ୍କର ମଧ୍ୟ ବିବାହ ବୟସ ଗଡ଼ି ଯାଉଛି ତେବେ ଜାଣନ୍ତୁ କ’ଣ ସବୁ କ୍ଷତି ହୋଇପାରେ।

ଫଟୋ ଗ୍ୟାଲେରୀ

ବିଚ୍‌ ଫ୍ୟାଶନ୍‌ରେ ଫେରୁଛି ୮୦
ଫ୍ୟାଶନ୍‌ କେବଳ ଅଫିସ୍‌ କିମ୍ବା ବାହାଘର ପରିଧାନରେ ସୀମିତ ନୁହେଁ। ଖରାଦିନେ ଯଦି ଆପଣ ଏମିତି କୌଣସି ସ୍ଥାନକୁ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଉଛନ୍ତି ଯେଉଁଠାରେ ବେଳାଭୂମି କିମ୍ବା ୱାଟର ପାର୍କ ରହିଛି, ଆପଣଙ୍କୁ ସେହି ଅନୁସାରେ ପୋଷାକ ଚୟନ କରିବାକୁ ପଡ଼ିବ। ଫ୍ୟାଶନ୍‌ ଡିଜାଇନ୍‌ର ଅନିକେତ ସତମଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ ବିଚ୍‌ ଫ୍ୟାଶନ୍‌ରେ ବହୁତ କିଛି ବିକଳ୍ପ ରହିଛି। ଫ୍ଲୋରାଲ ପ୍ରିଣ୍ଟର ଲଙ୍ଗ ମ୍ୟାକ୍ସି ସହିତ ଷ୍ଟାଇଲିଶ୍‌ ଟୋପି ପିନ୍ଧିପାରିବେ। ଏଥିସହିତ ଆପଣ ଯଦି କମ୍ଫର୍ଟେବଲ ତେବେ ନିଜ ହିସାବରେ ଆକର୍ଷଣୀୟ ବିକିନି ଚୟନ କରିପାରିବେ। ଯଦି ଆପଣ କୌଣସି ବିଚ୍‌ ପାର୍ଟି ଯାଉଛନ୍ତି, ତେବେ ମିନି ସ୍କର୍ଟ ସହିତ ଟି ସାର୍ଟ ପିନ୍ଧି ପାରିବେ। ଏହା ସହିତ ସନ୍‌ଗ୍ଲାସ୍‌ ମଧ୍ୟ ଆପଣଙ୍କ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିଦେବ। ସୁଇମିଂ ସୁଟ୍‌ ସହିତ ଆପଣ ସନ୍‌ଗ୍ଲାସ ଟ୍ରାଏ କରିପାରିବେ।
ତୁମକୁ କଂଗ୍ରେସ ଲାଗିଲା
ଦୃଶ୍ୟଟି ଥିଲା ପିସିସି ନୂଆ କପ୍ତାନ ନିରଞ୍ଜନ ନନାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀର। ଆଉ କେତେଟା ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ନନାଙ୍କ ମୁଣ୍ଡରେ ଏବେ ଗୁରୁଦାୟିତ୍ବ। ଏମିତିକି କିଏ ଶ୍ରଦ୍ଧାରେ ପଗଡ଼ି ପିନ୍ଧେଇ ଦେଲେ ମଧ୍ୟ ମୁଣ୍ଡରେ ପଥର କଚିଦେଲା ଭଳି ନାଗୁଛି। କାର୍ଯ୍ୟାଳୟରେ ନନା ସାମ୍ବାଦିକମାନଙ୍କ ପ୍ରଶ୍ନବାଣର ସାମନା କରୁଥିବା ବେଳେ ନୂଆ ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟ ମଝିରେ ମଝିରେ ନିରୁ ନନାଙ୍କୁ ଫୁସୁଫୁସ କରି କ’ଣ କହି ପକାଉଥିଲେ। ଆପଣ ବୁଝୁ ନାହାନ୍ତି ନନା ଏମିତି ସମୟରେ ପଡ଼ିଆକୁ ଓହ୍ଲାଇଛନ୍ତି ଯେ ଦଳକୁ ଜିତେଇବାକୁ ହେଲେ ଆଣ୍ଠୁ ଗଣ୍ଠି ଛିଣ୍ଡିଯିବ। ତା’ପରେ ଏ ହେଲା କଂଗ୍ରେସ ଦଳ। ଏଠିସବୁ ଯେଝା ହାତରେ ଚଉଦପା। କେହି କାହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ଏମିତି ଗୋଳିଆ ପାଣି ପାଖରେ ଦଳକୁ ନନା କେମିତି ଧାରାରେ ପକାଉଛନ୍ତି, ସେକଥା ଦେଖିବାକୁ ବାକି ରହିଲା।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!