Pratinidhi Odia

ମୋହନ ଭାଗବତଙ୍କୁ ଆତଙ୍କବାଦୀ ତାଲିକାଭୁକ୍ତ କରିଥାନ୍ତେ ମନମୋହନ ସରକାର: ରିପୋର୍ଟ


ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧୀବେସନ ଆରମ୍ଭ ହେବାକୁ ଯାଉଥିବାବେଳେ କଂଗ୍ରେସର ୟୁପିଏ ସରକାରଙ୍କୁ ନେଇ ଏକ ବଡ଼ ପର୍ଦ୍ଦାଫାସ ହୋଇଛି। ଏକ ଇଂରାଜୀ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଦାବି କରାଯାଇଛି ଯେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ପ୍ରମୁଖ ମୋହନ ଭାଗବତଙ୍କୁ ଆତଙ୍କବାଦୀ ତାଲିକାରେ ସ୍ଥାନିତ କରିବାକୁ ଚାହୁଥିଲେ। ନିଜ ପାଖରେ ଥିବା ଦସ୍ତାବିଜ ଆଧାରରେ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ୟୁପିଏ ସରକାର ଶାସନର ଶେଷ ପର୍ଯ୍ୟାୟରେ ଭାଗବତଙ୍କୁ ହିନ୍ଦୁ ଆତଙ୍କବାଦୀ ଭାବେ ଫସାଇବାକୁ ଯାଉଥିଲା। 

ଚ୍ୟାନେଲ ପକ୍ଷରୁ ମିଳିଥିବା ସୂଚନାନୁସାରେ ଅଜମେର ଏବଂ ମାଲେଗାୱଁରେ କଠୋରପନ୍ଥୀ ହିଂସା ପରେ ୟୁପିଏ ସରକାର ହିନ୍ଦୁ ଆତଙ୍କବାଦୀ ପ୍ରସଙ୍ଗ ଉଠାଇବା ସହ ମୋହନ ଭାଗବତଙ୍କୁ ଗିରଫ କରିବା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଉପରେ ଚାପ ପକାଉଥିଲା। ଏହି ଷଡ଼ଯନ୍ତ୍ରରେ ତତ୍କାଳୀନ ଗୃହ ମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେ ମଧ୍ୟ ସାମିଲ ଥିଲେ ବୋଲି ଏହି ଟିଭି ଚ୍ୟାନେଲ ରିପୋର୍ଟରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?