Pratinidhi Odia

ନରସିଂହ ମିଶ୍ରଙ୍କ ଘରେ ପ୍ରସାଦ ବିରୋଧୀଙ୍କ ମେଳି


ଭୁବନେଶ୍ବର: କଂଗ୍ରେସର ପାଣି ପୁରି ଗୋଳିଆ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ତାଙ୍କ ବିରୋଧୀ ଭାବେ ଜଣାଶୁଣା ନେତା ଓ ବିଧାୟକମାନେ ଏକାଠି ହୋଇଛନ୍ତି। ଶନିବାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ କଂଗ୍ରେସ ନେତାଙ୍କ ମେଳି ଦେଖିବାକୁ ମିଳିଥିଲା। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଉପସ୍ଥିତ ଥିବା ଜଣାଯାଇଛି। ବୈଠକରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ କିଛି ବିଧାୟକଙ୍କ ଉପସ୍ଥିତି ଏହାର ଆଭିମୁଖ୍ୟକୁ ପ୍ରକାରାନ୍ତରେ ଦର୍ଶାଇଛି।

ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ଏହି ନେତାମାନେ ଏକାଠି ହୋଇଥିବା କୁହାଯାଉଛି। କିଛିଦିନ ତଳେ ତାରା ପ୍ରସାଦ ବାହିନୀପତି ନିରଞ୍ଜନଙ୍କୁ ପିସିସି ସଭାପତି ଦାୟିତ୍ବ ଦେଲେ ଦଳର ଦୁର୍ବଳ ଦୂର ହେବ ବୋଲି କହିଥିଲେ। ଏହି ବୈଠକରେ ନିରଞ୍ଜନଙ୍କୁ ସଭାପତି କରିବା ପାଇଁ ଏଆଇସିସି ନିକଟରେ ଦାବି କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିବା ଶୁଣାଯାଉଛି। ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିବା ପରଠାରୁ କଂଗ୍ରେସରେ ଆଭ୍ୟନ୍ତରୀଣ କଳହର ସୂତ୍ରପାତ ହୋଇଛି ଏବଂ ବାକ୍‌ବିତଣ୍ଡା ବ୍ୟକ୍ତିଗତ ସ୍ତରରେ ଯାଇ ପହଞ୍ଚିଲାଣି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?