Pratinidhi Odia

ଏପ୍ରିଲରେ ରଜନୀକାନ୍ତ-ଅକ୍ଷୟଙ୍କ ୨.୦ର ଟିଜର

ତାମିଲ ନୂଆବର୍ଷକୁ ଟାର୍ଗେଟ୍‌ କରିଛି ରୋବୋର ଏହି ସିକ୍ବେଲ ଫିଲ୍ମ

ନୂଆ ସାଇ-ଫାଇ ଫିଲ୍ମ ୨.୦ର ପୋଷ୍ଟରରେ ରଜନୀକାନ୍ତ ଓ ଅକ୍ଷୟ
ଦକ୍ଷିଣ ଭାରତୀୟ ମେଗାଷ୍ଟାର ରଜନୀକାନ୍ତଙ୍କ ପ୍ରତ୍ୟେକ ଫିଲ୍ମକୁ ଯେଉଁଭଳି ଭାବେ ତାଙ୍କ ପ୍ରଶଂସକମାନେ ଚାହିଁ ରହିଥାନ୍ତି, ଠିକ୍‌ ସେହିଭଳି ତାଙ୍କ ନୂଆ ଫିଲ୍ମ ୨.୦ ଉତ୍ସୁକତା ବଜାୟ ରଖିଛି। ରଜନୀକାନ୍ତଙ୍କ ସୁପରହିଟ୍‌ ସାଇ-ଫାଇ ଫିଲ୍ମ ମଧ୍ୟରେ ଅନ୍ୟତମ ରୋବୋର ଏହି ସିକ୍ବେଲ ଫିଲ୍ମ।

ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ବଲିଉଡ୍‌ ତଡ଼କା ରହିଛି। ରୋବୋର ନାୟିକା ଚରିତ୍ରରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଖଳନାୟକ ଭୂମିକାରେ ଡ୍ୟାନି ଡେଞ୍ଜୋଙ୍ଗ୍‌ପା କରିଥିବା ବେଳେ ଏଥର ଏହାର ସିକ୍ବେଲ ଫିଲ୍ମ ୨.୦ର ଖଳନାୟକ ଚରିତ୍ରରେ ବଲିଉଡ୍‌ ଆକ୍ସନ ଷ୍ଟାର ଅକ୍ଷୟ କୁମାର ଓ ନାୟିକା ଚରିତ୍ରରେ ଆମି ଜ୍ୟାକ୍‌ସନ ଅଛନ୍ତି।

ଏପ୍ରିଲ ୧୪ରେ ତାମିଲ ନୂଆ ବର୍ଷ ଆରମ୍ଭ ହେଉଥିବାରୁ ଏହାକୁ ଟାର୍ଗେଟ୍‌ କରିଛନ୍ତି ଫିଲ୍ମର ନିର୍ମାତା ଓ ନିର୍ଦେଶକ। ଏହି ଅବସରରେ ଦର୍ଶକ ତଥା ପ୍ରଶଂସକଙ୍କୁ ନୂଆ ବର୍ଷର ଭେଟି ସ୍ବରୂପ ସେମାନେ ୨.୦ର ଟିଜର ଦେବାକୁ ମନ ବଳାଇଛନ୍ତି। ଭାରତର ବ୍ୟୟବହୁଳ ଫିଲ୍ମ ମଧ୍ୟରେ ଏହା ଅନ୍ୟତମ ବୋଲି ଜାଣିବାକୁ ମିଳିଛି।

ତାମିଲ ନୂଆବର୍ଷ ପ୍ରାରମ୍ଭରେ ୨.୦ର ଟିଜର ରିଲିଜ ପାଇଁ ଏବେଠୁ କାମ ଆରମ୍ଭ କରିଦେଇଛନ୍ତି ଫିଲ୍ମର ନିର୍ଦେଶକ ଶଙ୍କର ଓ ସମ୍ପାଦକ ଆଣ୍ଟୋନୀ। ଏହି ଫିଲ୍ମଟିରେ ଅନେକ ସ୍ପେଶାଲ ଏଫେକ୍ଟ ରହିଥିବାରୁ ପୋଷ୍ଟ ପ୍ରଡକ୍ଟନ କାର୍ଯ୍ୟ ପ୍ରାୟ ୭ ମାସ ଲାଗିବ ବୋଲି ଶୁଣାଯାଉଛି।

ଅପରପକ୍ଷେ ଅକ୍ଷୟ କୁମାର ଏହି ଫିଲ୍ମ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ଜାଣିବାକୁ ମିଳିଛି। ଫିଲ୍ମରେ ତାଙ୍କ ଚରିତ୍ରଟି ହେଭି ମେକ୍‌ଅପ୍‌, ଏଫେକ୍ଟ ଓ ପ୍ରୋସ୍ଥେଟିକ୍ସ ଆଦି ବ୍ୟବହାର କରୁଛି। ଅକ୍ଟୋବରରେ ୨.୦ର ରିଲିଜ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦୁଇ ଆକ୍ସନ ସୁପରଷ୍ଟାର ରଜନୀକାନ୍ତ ଓ ଅକ୍ଷୟଙ୍କ ମଧ୍ୟରେ ଜୋରଦାର ଟକ୍କର ଦର୍ଶକଙ୍କ ପାଇଁ ଭରପୂର ରୋମାଞ୍ଚ ଆଣିଦେବ ବୋଲି ଆଶା କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?