Pratinidhi Odia

ମୁହଁର ସୌନ୍ଦର୍ଯ୍ୟ ପାଇଁ ପ୍ରାକୃତିକ ଉପାୟ

ବିନା ରାସାୟନିକ ପଦାର୍ଥରେ ଏହା ସମ୍ଭବ

ସୁନ୍ଦର ଦେଖାଯିବାକୁ କିଏ ବା ଇଚ୍ଛା ନ କରେ । ଏଣୁ ସୌନ୍ଦର୍ଯ୍ୟ ନିଶାରେ ମହିଳାମାନେ ବଜାରରେ ମିଳୁଥିବା ନାନା ରକମର ଉତ୍ପାଦକୁ ମୁହଁରେ ଲଗାଇଥାନ୍ତି । ଯଦିଓ ଏହା କିଛି ସମୟ ପାଇଁ ଆପଣଙ୍କ ମୁହଁଙ୍କୁ ସୁନ୍ଦର କରିଥାଏ, ପରବର୍ତ୍ତୀ ସମୟରେ ଏଥିରେ ଥିବା ରାସାୟନିକ ପଦାର୍ଥ ମୁହଁକୁ ଖରାପ ମଧ୍ୟ କରିପାରେ । ତେଣୁ ଯଥା ସମ୍ଭବ ବଜାରରେ ମିଳୁଥିବା ଉତ୍ପାଦଠାରୁ ଦୂରେଇ ରହନ୍ତୁ । ଘରେ ପ୍ରାକୃତିକ ଉପାୟରେ ମୁହଁର ସୌନ୍ଦର୍ଯ୍ୟକୁ ଚମକାନ୍ତୁ । 

  • ମୁହଁରୁ ଦାଗ ହଟାଇବା ପାଇଁ ନିୟମିତ ପଇଡ଼ ପାଣି ଲଗାନ୍ତୁ । କିଛି ମାସ ମଧ୍ୟରେ ଫରକ ଜାଣିପାରିବେ । 
  • କ୍ଷୀର ଭଲ କ୍ଲିନ୍‌ଜର କାମ କରିଥାଏ । ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଏକ ଛୋଟ ଗିନାରେ କ୍ଷୀର ନିଅନ୍ତୁ । ସେଥିରେ ତୁଳା ଭିଜାଇ ମୁହଁ, ବେକ ଓ ହାତକୁ ଭଲ ଭାବେ ସଫା କରନ୍ତୁ । ତା’ ପରେ ପାଣିରେ ଧୋଇ ଦିଅନ୍ତୁ ।
  • ଦୁଇ ଚାମଚ କ୍ଷୀରରେ କେସର ଏବଂ ଲିକୋରିସ୍‌ ପାଉଡର ମିଶାଇ ମୁହଁରେ ଲଗାନ୍ତୁ । ଏହାଦ୍ବାରା ମୁହଁର ରଙ୍ଗରେ ଚମକ ଆସିଯିବ ।
  • ନଡ଼ିଆ ପାଣିରେ ଚିନି ମିଶାଇ ହାଲୁକା ଭାବେ ଓଠକୁ ରଗଡ଼ନ୍ତୁ । ଏହାଦ୍ବାରା ଓଠର ସ୍ବାଭାବିକ ଚମକ ଅକ୍ଷୁର୍ଣ୍ଣ ରହେ।
  • ଏକ ଚାମଚ ମୁଲ୍‌ତାନି ମାଟି ପାଉଡରରେ ଅଧ ଟେବୁଲସ୍ପୁନ୍ ଚନ୍ଦନ ପାଉଡର, ଏକ ଚିମୁଟା ହଳଦୀ ଗୁଣ୍ଡ, ଗୋଲାପ ଜଳ ଓ ମହୁ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଏହା ଏକ ଭଲ ଫେସ୍‌ପ୍ୟାକ୍‌ର କାମ ଦେବ ।
  • ଘି କୁଆଁରି ଆପଣଙ୍କ ଚେହେରାର ମଏଶ୍ଚର ଅକ୍ଷୁର୍ଣ୍ଣ ରଖିବାରେ ସହାୟକ ହୋଇଥାଏ ।
  • ଆପଣଙ୍କ ତ୍ବଚା ତେଲିଆ ହୋଇଥିଲେ ସ୍ବାସ୍ଥ୍ୟକର ଡାଏଟ ନିଅନ୍ତୁ । ପ୍ରଚୁର ସବୁଜ ପନିପରିବା ଓ ଫଳ ଖାଆନ୍ତୁ । ତେଲଛଣା ଓ ଜଙ୍କ ଫୁଡ୍‌ଠାରୁ ଦୂରେଇ ରହନ୍ତୁ । ସବୁବେଳେ ମୁହଁ ସଫା ରଖନ୍ତୁ ।
  • ଆପଣଙ୍କ ତ୍ବଚା ଶୁଷ୍କ ହୋଇଥିଲେ ଗରମ ପାଣିରେ ଗାଧାନ୍ତୁ ନାହିଁ । ମଏଶ୍ଚରାଇଜର ଲଗାନ୍ତୁ । ଗାଧୋଇବା ପରେ ଏକ ନରମ ଟାୱଲରେ ମୁହଁ ପୋଛନ୍ତୁ ।
  • ଦିନକୁ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ । ହାଇଡ୍ରେଟ୍‌ ଏବଂ ଟକ୍ସିନ୍‌ ମୁକ୍ତ ଶରୀର ପାଇଁ ଏହା ନିହାତି ଦରକାର ।
  • ନିୟମିତ ବ୍ୟାୟାମ କରନ୍ତୁ । 

 

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?