Pratinidhi Odia

ନିଆରା ଡେଜର୍ଟ ବ୍ରେଡ୍‌ ପୁଡିଂ

ସହଜରେ କରି ହୁଏ, ଏଣୁ ଚାହିଦା ବେଶୀ

ବ୍ରେଡ୍‌ ପୁଡିଂ ହେଉଛି ବ୍ରେଡ୍‌ରେ ପ୍ରସ୍ତୁତ ଏକ ଡେଜର୍ଟ, ଯାହା ଆର୍ଜେଣ୍ଟିନା, ବ୍ରାଜିଲ୍‌, କଲମ୍ବିଆ, ବେଲ୍‌ଜିୟମ୍‌, କାନାଡ଼ା, କ୍ୟୁବା, ଫ୍ରାନ୍ସ, ଜର୍ମାନୀ, ଆୟରଲ୍ୟାଣ୍ଡ, ମାଲ୍ଟା, ମେକ୍ସିକୋ, ନେଦରଲ୍ୟାଣ୍ଡ, ସ୍ଲୋଭାକିଆ, ଫିଲ୍‌ପାଇନ୍ସ, ଭାରତ, ୟୁନାଇଟେଡ୍‌ କିଙ୍ଗଡମ୍‌ ଓ ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଭଳି ଦେଶରେ ବେଶ୍‌ ଲୋକପ୍ରିୟ। ଚାଲନ୍ତୁ ଜାଣିବା ଏହି ଲୋକପ୍ରିୟ ଡେଜର୍ଟର

କ’ଣ ଦରକାର
୬ ଖଣ୍ଡ ବ୍ରେଡ୍‌, ୧୦୦ ଗ୍ରାମ୍‌ ଲହୁଣୀ, ଅଧ ଲିଟର କ୍ଷୀର, ୧୨୫ ଗ୍ରାମ୍‌ ଚିନି, ୨-୩ଟି ଗୁଜୁରାତିର ଗୁଣ୍ଡ, ୧୦ ଗ୍ରାମ୍‌ କିସ୍‌ମିସ୍‌, ୧ ଟି ଅଣ୍ଡା ଓ ବଜାରରେ ମିଳୁଥିବା ୧୦୦ ଗ୍ରାମ୍‌ ଡବଲ କ୍ରିମ୍‌ ।

ପ୍ରସ୍ତୁତି ପ୍ରଣାଳୀ
ବ୍ରେଡ୍‌ରେ ଭଲ ଭାବେ ଲହୁଣୀ ଲଗାଇ ଏକ ପ୍ଲେଟ୍‌ରେ ସଜାଇ ରଖନ୍ତୁ । କ୍ଷୀର ଅଧା ହେବା ପର୍ଯ୍ୟନ୍ତ ଧିମା ଆଞ୍ଚରେ ସିଝାନ୍ତୁ । ଏଥିରେ ଡବଲ କ୍ରିମ୍‌, ଚିନି ଏବଂ କିସ୍‌ମିସ୍‌ ପକାଇ କିଛି ସମୟ ଗୋଳାନ୍ତୁ । ଯେବେ ଏହା ଫୁଟିବା ଆରମ୍ଭ କରିବ ଏଥିରେ ଅଣ୍ଡା ଫେଣ୍ଟି ପକାନ୍ତୁ । ଲଗାତର ଗୋଳାନ୍ତୁ, ଯେମିତି ତଳେ ଲାଗି ନ ଯାଏ । ଏବେ କ୍ଷୀରର ଏହି ମିଶ୍ରଣକୁ ବ୍ରେଡ୍‌ ଉପରେ ଢାଳନ୍ତୁ । ଥଣ୍ଡା ହୋଇଗଲା ପରେ ଫ୍ରିଜ୍‌ରେ ଘଣ୍ଟାଏ ପର୍ଯ୍ୟନ୍ତ ରଖନ୍ତୁ । ଥଣ୍ଡା ଥଣ୍ଡା ପରଷି ଦିଅନ୍ତୁ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?