Pratinidhi Odia

ଖରାରୁ ଚର୍ମକୁ ରକ୍ଷା କରିବା ଲାଗି ବାଛନ୍ତୁ ସନ୍‌ସ୍କ୍ରିନ୍‌ ଲୋଶନ୍‌

ସନ୍‌ସ୍କିନ୍‌ ଲୋଶନ୍‌ ଲଗାଇବାବେଳେ ସାଇଡ୍‌ ଇଫେକ୍ଟ ପ୍ରତି ଧ୍ୟାନ ଦିଅନ୍ତୁ

ଖରାଦିନେ ଚର୍ମକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ନିହାତି ଦରକାର। କାରଣ ସୂର୍ଯ୍ୟକିରଣରେ ଥିବା ଅତିବାଇଗଣୀ ରଶ୍ମି(ଅଲଟ୍ରାଭାଓଲେଟ୍‌ ରେ’) ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାଇବାକୁ ଅନେକ ପରାମର୍ଶ ଦେଇଥିାନ୍ତି। ନିଜ ଚର୍ମକୁ ସୁହାଇଲା ଭଳି ସନ୍‌ସ୍କ୍ରିନ୍‌ ଲୋଶନ୍‌ ଚୟନ କରନ୍ତୁ। ନଚେତ ସାଇଡ୍‌ ଇଫେକ୍ଟ ହେବାର ସମ୍ଭାବନା ରହିଛି।

ତ୍ବଚା ଅନୁଯାୟୀ ଲୋଶନ
ଯଦି ଆପଣଙ୍କ ତ୍ବଚା ତେଲିଆ, ତେବେ ଜେଲ୍‌ କିମ୍ବା ସ୍ପ୍ରେରେ ମିଳୁଥିବା ସନ୍‌ସ୍କ୍ରିନ୍‌ କିଣନ୍ତୁ। ଏହା ବ୍ୟବହାର କଲେ ଆପଣଙ୍କ ତ୍ବଚା ଅଧିକ ତେଲିଆ ଦେଖାଯିବନି। ଶୁଷ୍କ ତ୍ବଚା ହୋଇଥିଲେ ଲୋଶନ୍‌ କିମ୍ବା କ୍ରିମ୍‌ଯୁକ୍ତ ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାନ୍ତୁ। ଏହା ଆପଣଙ୍କ ତ୍ବଚାକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିରୁ ରକ୍ଷା କରିଥାଏ।

ରଶ୍ମିର ପ୍ରକାରଭେଦରେ ଲୋଶନ୍ ବଦଳାନ୍ତୁ
ସନ୍‌ସ୍କ୍ରିନ୍‌ ଲଗାଇଲାବେଳେ ଏହା ଯେମିତି ଆପଣଙ୍କ ଚେହେରାକୁ ପ୍ରାକୃତିକ ଲୁକ୍‌ ଦେବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ଚେହେରା ଯେମିତି ଚିପ୍‌ଚିପା କିମ୍ବା ଝାଳୁଆ ଦେଖା ନ ଯାଏ ସେଥିପ୍ରତି ମଧ୍ୟ ନଜର ଦିଅନ୍ତୁ। ଅଲ୍‌ଟ୍ରାଭାଓଲେଟ୍‌ ଏ ଏବଂ ଅଲ୍‌ଟ୍ରାଭାଓଲେଟ୍‌ ବି ରୁ ସୁରକ୍ଷା ପ୍ରଦାନ କରୁଥିବା ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାନ୍ତୁ। କାରଣ ଅଲ୍‌ଟ୍ରାଭାଓଲେଟ୍‌ ଏ ରଶ୍ମି ପାଇଁ ତ୍ବଚାରେ ରିଙ୍କ୍‌ଲ୍ସ ପଡ଼ିବା ସହ ଚର୍ମ କଳା ପଡ଼ିଯାଏ। ସେହିପରି ଅଲ୍‌ଟ୍ରାଭାଓଲେଟ୍‌ ବି ରଶ୍ମି ଚର୍ମରେ ଟ୍ୟାନ୍‌ ସହ ଚର୍ମ କ୍ୟାନ୍‌ସର ହେବାର ସମ୍ଭାବନା ସୃଷ୍ଟି କରେ। ସେଥିପାଇଁ ଏହି ଦୁଇ କ୍ଷତିକାରକ କିରଣରୁ ଚର୍ମକୁ ରକ୍ଷା କରୁଥିବା ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାନ୍ତୁ।

ଅଲ୍‌ଟ୍ରାଭାଓଲେଟ୍‌ ରଶ୍ମିରୁ ରକ୍ଷା ପାଇବା ପାଇଁ ସନ୍‌ ପ୍ରୋଟେକ୍ସନ୍‌ ଫ୍ୟାକ୍ଟର (ଏସ୍‌ପିଏଫ୍‌) ଯୁକ୍ତ  ଓ ଅଲ୍‌ଟ୍ରାଭାଓଲେଟ୍‌ ଏ ରୁ ରକ୍ଷା ପାଇବା ଲାଗି ପିଏ ଯୁକ୍ତ ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାନ୍ତୁ। ପ୍ରଚଣ୍ଡ ଖରାକୁ ବାହାରିବା ପୂର୍ବରୁ ଏସ୍‌ପିଏଫ୍‌ ୩୦ ଏବଂ ପିଏ ପ୍ଲସ୍‌ ପ୍ଲସ୍‌ ଲଗାନ୍ତୁ। ଏସ୍‌ପିଏଫ୍‌ ୩୦ରୁ ମଧ୍ୟ ଅଧିକ ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇପାରିବେ।

ସାବଧାନତା ଅବଲମ୍ବନ କରନ୍ତୁ
ଖରାକୁ ବାହାରିବାର ଅଧଘଣ୍ଟା ପୂର୍ବରୁ ସନ୍‌ସ୍କ୍ରିନ୍‌ ଲୋଶନ୍‌ ବେଶୀ ମାତ୍ରାରେ ଚର୍ମରେ ଲଗାନ୍ତୁ। କାରଣ ଅଳ୍ପ ବୁନ୍ଦା ଲୋଶନ୍‌ ସେମିତି କିଛି ପ୍ରଭାବ ପକାଇ ନ ଥାଏ। ସନ୍‌ସ୍କ୍ରିନ୍‌ରେ ଅକ୍ସିଜେନ୍‌ବୋନ୍‌ ଭଳି କ୍ଷତିକାରକ କେମିକାଲ ରହିବା ଉଚିତ ନୁହେଁ। କାରଣ ଏହା ଆପଣଙ୍କ ହର୍‌ମୋନ୍‌ ଉପରେ ପ୍ରଭାବ ପକାଇବା ସହ ଚର୍ମ ପୋଡ଼ିବା, କୁଣ୍ଡାଇ ହେବା ଭଳି ସମସ୍ୟା ସୃଷ୍ଟି କରେ।  

ଏକ୍ସପୟାରି ଲୋଶନ୍‌ ଆପଣଙ୍କ ଚର୍ମକୁ ଅଧିକ କ୍ଷତି ପହଞ୍ଚାଇବ। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଶରୀରର ଖୋଲା ଭାଗରେ ସନ୍‌ସ୍କ୍ରିନ୍‌ ଲଗାନ୍ତୁ। ଯଦି ଘରେ କିମ୍ବା ଅଫିସ୍‌ ଭିତରେ ରହି କାମ କରୁଛନ୍ତି, ତେବେ ପ୍ରତ୍ୟେକ ୪ ଘଣ୍ଟାରେ ହାତ ଏବଂ ମୁହଁରେ ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାଇ ପାରିବେ। ସ୍ବିମିଂ କିମ୍ବା ବ୍ୟାୟାମ କରୁଥିଲେ ଏହା ପରେ ସନ୍‌ସ୍କ୍ରିନ୍‌ ଲୋଶନ୍ ଲଗାଇପାରିବେ।

ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇଲାବେଳେ ଯଦି ଏହା ଆଖି ଭିତରେ ପଡ଼ିଯାଉଛି, ତେବେ ତୁରନ୍ତ ଥଣ୍ଡା ପାଣିରେ ମୁହଁ ଧୁଅଁନ୍ତୁ। ଛୋଟ ପିଲାଙ୍କୁ କେବେ ବି ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାନ୍ତୁ ନାହିଁ। କାରଣ ସେମାନଙ୍କ କୋମଳ ଚର୍ମ ଯାହାକିଖୁବ୍‌ଶୀଘ୍ର କେମିକାଲ ଶୋଷିନେବ ଓ ସେମାନଙ୍କୁ କ୍ଷତି ପହଞ୍ଚାଇବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?