Pratinidhi Odia

ଝିଅଙ୍କୁ ପ୍ରଭାବିତ କରିବାକୁ କୁହନ୍ତୁ ନାହିଁ ମିଛ

ପରେ ଜଣାପଡ଼ିଲେ ସମ୍ପର୍କ ତିକ୍ତ ହେବା ସାର

ଝିଅଟିଏ ଦେଖି ତା’ ପ୍ରେମରେ ପଡ଼ିଯିବା ବଡ଼ କଥା ନୁହେଁ। ମାତ୍ର ହୃଦୟର କଥାକୁ ସାଥୀଙ୍କୁ ଜଣାଇବାରେ ଲାଗିଯାଏ ଦୀର୍ଘ ସମୟ । ବିଶେଷକରି ପୁଅମାନେ ନିଜ ମନ କଥା ଝିଅ ଆଗରେ ପ୍ରକାଶ କରିବା ପାଇଁ ଡରିଥାନ୍ତି । ତେଣୁ ଝିଅକୁ ଇମ୍ପ୍ରେସ୍‌ କରିବା ଲାଗି ସମ୍ପର୍କର ଆରମ୍ଭ ଫ୍ଲର୍ଟିଙ୍ଗରୁ କରିଥାନ୍ତି । ଅନେକ ପୁଅ ଏଥିପାଇଁ ମିଛର ଆଶ୍ରୟ ମଧ୍ୟ ନେଇଥାନ୍ତି । ଅଧିକ ଉତ୍ସାହିତ ହୋଇ ସ୍ମାର୍ଟ ଲାଗିବା ଚକ୍କରରେ ପୁଅମାନେ ଅନେକ ଭୁଲ୍‌ କରିବସନ୍ତି । ଯାହାଫଳରେ ଚାଲାକି ନିଜ ଉପରେ ଭାରି ପଡ଼େ ।  ତେଣୁ ଯଦି ଆପଣ ଜଣଙ୍କୁ ପ୍ରକୃତରେ ଜୀବନ ସାଥୀ ବନାଇବାକୁ ଚାହୁଁଥାନ୍ତି, ତେବେ ଏପରି ଭୁଲ୍‌ କରନ୍ତୁ ନାହିଁ ।

ମିଛ, ଦେଖାଇ ହେବାରୁ ଦୂରେଇ ରହନ୍ତୁ

ଝିଅଙ୍କୁ ପ୍ରଭାବିତ କରିବା ଲାଗି ଅନେକ ପୁଅ ବହୁତ ଦେଖାଇ ହୋଇଥାନ୍ତି(ଶୋ ଅଫ୍‌) । ଏଥିପାଇଁ ଏମିତି କିଛି କରି ବସନ୍ତି, ଯାହା ବିଶ୍ବାସ କରିବା ଅସମ୍ଭବ । କିଛି କିଛି ଝିଅଙ୍କ ଉପରେ ଏହା କାମ କରିଥାଏ, ମାତ୍ର ଚାଲାକ ଝିଅମାନେ ପୁଅଙ୍କ ଏହି ଶୋ ଅଫ୍‌କୁ ବୁଝିପାରନ୍ତି । ଏଭଳି ପୁଅଙ୍କୁ ଝିଅମାନେ ଭରସା କରି ନ ଥାନ୍ତି ।

ବହୁତ କମ୍‌ ପୁଅ ଅଛନ୍ତି, ଯେଉଁମାନେ ଝିଅଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ମିଛ କହି ନ ଥାନ୍ତି । ମାତ୍ର ଅଧିକାଂଶ ପୁଅ ମିଛର ଆଶ୍ରୟ ନେଇ ହିଁ ଝିଅଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥାନ୍ତି । ପରେ ଯେତେବେଳେ ଝିଅଟି ସତ ଜାଣିବାକୁ ପାଏ, ସେତେବେଳେ ପରିସ୍ଥିତି ଅଲଗା ପ୍ରକାର ହୋଇଯାଏ । ଝିଅ ତ ହାତରୁ ଯାଏ, ତା’ ସହିତ ସମ୍ମାନହାନି ମଧ୍ୟ ହୋଇଥାଏ ।

ବୃଥା ପ୍ରଶଂସା ହାନିକାରକ

କିଛି ପୁଅ ଫ୍ଲର୍ଟ କରିବା ସମୟରେ ବିନା କିଛି କାରଣରେ ପ୍ରଶଂସା କରିବାରେ ଲାଗନ୍ତି । କଥା ବଢ଼ାଇ ଚଢ଼ାଇ କହିଥାନ୍ତି । ଏହି ଚକ୍କରରେ ଏମିତି କିଛି କହିଥାନ୍ତି, ଯାହା ଝିଅଟି ସହଜରେ ବୁଝିଯାଇଥାଏ । କିଛି ଝିଅ ମିଛ ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି, ମାତ୍ର ଅଧିକାଂଶ ଝିଅ ଏମିତି କିଛିଶୁଣିବାକୁ ପସନ୍ତ କରନ୍ତି ନାହିଁ । କାରଣ ନିଜ ସମ୍ପର୍କରେ ସେମାନେ ଭଲ ଭାବେ ଜାଣିଥାନ୍ତି ।

କିଛି ପୁଅ ଝିଅଙ୍କୁ ଇମ୍ପ୍ରେସ୍‌ କରିବା ଲାଗି ନିଜ ବିଷୟରେ ବଢ଼ାଇ ଚଢ଼ାଇ ବହୁତ କଥା ଶୁଣାଇଥାନ୍ତି । ଏଥିମଧ୍ୟରୁ ଅନେକ କଥା ମିଛ ହୋଇଥାଏ। ଯାହା ଆପେ ଆପେ ଧରା ପଡ଼ିଯାଏ । ମିଛ ଧରା ପଡ଼ିଯିବା ପରେ ଝିଅ ଇମ୍ପ୍ରେସ୍‌ ହେବା ତ ଦୂରର କଥା, ସେହି ପୁଅଙ୍କ ମୁହଁ ବି  ଦେଖିବାକୁ ଚାହିଁ ନ ଥାନ୍ତି ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!