Pratinidhi Odia

ଯୋଗାସନ ମାଧ୍ୟମରେ ବଢ଼ାନ୍ତୁ ଆଖିର ଶକ୍ତି

ଚଷମାକୁ କହନ୍ତୁ ବାଏ ବାଏ

ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଆଗରେ କଟୁଛି। ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଯାହାଫଳରେ ବହୁତ କମ୍ ବୟସରେ ଯୁବପିଢ଼ି ଚଷମା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଆଖିକୁ ଆରାମ ଦେବା ପାଇଁ କେବଳ ନିଦ ଯଥେଷ୍ଟ ନୁହେଁ। ଯଦି ଆପଣଙ୍କ ଆଖିରେ ଚଷମା ନ ଲାଗିବାକୁ କିମ୍ବା ଖୁବ୍‌ଶୀଘ୍ର ଚଷମା ଛାଡ଼ିବାକୁ ଚାହୁଛନ୍ତି, ତେବେ  ଆଖିକୁ ସୁସ୍ଥ ରଖିବା ପାଇଁ କରନ୍ତୁ କିଛି ଯୋଗାସନ। ଚାଲନ୍ତୁ ଜାଣିବା କେଉଁ ଆସନ କଲେ ଆପଣଙ୍କ ଆଖିରେ ଚଷମା ଲାଗିବ ନାହିଁ।

ସର୍ବାଙ୍ଗ ଆସନ
ଚଷମାରୁ ମୁକ୍ତ ପାଇବା ଲାଗି ସର୍ବାଙ୍ଗ ଆସନ କରିବା ଦରକାର।  ଏକ ସମତଳ ସ୍ଥାନରେ ଦରି ବିଛାନ୍ତୁ। ଭୂମିକୁ ପିଠି ଲଗାଇ ଶୁଅନ୍ତୁ। ଦୁଇ ଗୋଡ଼କୁ ସିଧା କରି ଏକା ସାଙ୍ଗରେ ରଖନ୍ତୁ। ହାତକୁ ଭୂମିକୁ ଲଗାଇ ଶରୀର ପାଖରେ ସିଧା କରି ରଖନ୍ତୁ। ଶରୀରକୁ ଢିଲା କରନ୍ତୁ। ଗଭୀର ଶ୍ବାସ ନେଇ ଗୋଡ଼କୁ ଧିରେ ଧିରେ ଉପରକୁ ସିଧା ଭାବେ ଉଠାନ୍ତୁ। ୯୦ ଡିଗ୍ରୀରେ ଗୋଡ଼ ସିଧା ଭାବେ ରଖିବା ପାଇଁ ପିଠିକୁ ଭାର ଦିଅନ୍ତୁ। ଅଣ୍ଟାକୁ ସପୋର୍ଟ ଦେବା ପାଇଁ ହାତର ସହାୟତା ନେଇ ପାରିବେ। ମାତ୍ର କହୁଣୀକୁ ଭୂମିକୁ ଲଗାଇ ରଖିବାକୁ ପଡ଼ିବ। ଏମିତି ସ୍ଥିତିରେ ଯେତିକି ସମୟ ସମ୍ଭାଳିପାରିବେ ରହନ୍ତୁ। ପରେ ଧିରେ ଧିରେ ନିଶ୍ବାସ ଛାଡ଼ି ଗୋଡ଼କୁ ତଳକୁ କରି ପୂର୍ବ ସ୍ଥିତିକୁ ଫେରନ୍ତୁ।  ଏପରି ଭାବେ ୩ ଥର କରନ୍ତୁ।

ଯେତିକି ସମୟ ସର୍ବାଙ୍ଗ ଆସନ କରୁଛନ୍ତି, ସେତିକି ସମୟ ଶବାସନ କରି ବିଶ୍ରାମ ନିଅନ୍ତୁ। ଏହି ଆସନ କରିବା ସମୟରେ ଆଖି ଖୋଲା ରଖନ୍ତୁ।  ଏହା ଆପଣଙ୍କ ଆଖିର ଜ୍ୟୋତି ଶୀଘ୍ର ବଢ଼ାଇଥାଏ। ଏହି ଆସନ କରିବା ଦ୍ବାରା ଆଖି ଚାରିପାଖରେ ଥିବା ମାଂସପେଶୀରେ ରକ୍ତ ସଞ୍ଚାର ଭଲ ଭାବେ ହୋଇଥାଏ। ଏହି ଆସନ ନିୟମିତ କରିଲେ କ୍ରୋଧ ଏବଂ ଚିଡ଼ଚିଡ଼ାପଣ ଦୂର ହୋଇଯାଏ। ଏହା ଥାଇରଏଡ ଗ୍ରନ୍ଥିକୁ କ୍ରିୟାଶୀଳ କରାଏ। ପିଠି ଏବଂ କାନ୍ଧକୁ ମଜ୍‌ବୁତ କରେ। ପାଚନ ଶକ୍ତି ବଢ଼ାଇବା ସହ ପେଟ ସମ୍ବନ୍ଧିତ ରୋଗ ମଧ୍ୟ ଦୂର କରେ। ନିୟମିତ ଏହି ଆସନ କଲେ ଚେହେରାରେ ରିଙ୍କ୍‌ଲ୍ସ ପଡ଼େ ନାହିଁ। ଏହି ଆସନ ଶରୀରରୁ ଅତିରିକ୍ତ ଚର୍ବି ବାହାର କରି ମୋଟାପଣ ଦୂର କରେ। ନିୟମିତ ଏହି ଆସନ କଲେ ମୁଣ୍ଡ ବ୍ୟଥା ଦୂର ହୁଏ। ମହିଳାମାନଙ୍କ ଗର୍ଭାଶୟ ଏବଂ ମାସିକ ଧର୍ମ ସହିତ ଜଡ଼ିତ ସମସ୍ୟା ଓ ବାଞ୍ଝପଣ ଦୂର କରିବାରେ ସହାୟକ ହୁଏ। ଏହି ଆସନ ପିଲାଙ୍କ ମସ୍ତିଷ୍କକୁ ଦ୍ରୁତ ଗତିରେ ବୃଦ୍ଧି କରିବାରେ ସହାୟକ ହୁଏ। ଏହି ଆସନ କରିବା ଦ୍ବାରା ଥକାପଣ, ମାନସିକ ଚାପ ଦୂର ହୁଏ।

ଉଚ୍ଚ ରକ୍ତଚାପ, ହୃଦରୋଗୀ, ସ୍ପଣ୍ଡିଲାଇଟ୍‌ସ, ଅଣ୍ଟାରୋଗୀ, ମୁଣ୍ଡ ବୁଲାଉଥିଲେ, ମାସିକ ଧର୍ମ ଏବଂ ଗର୍ଭାବସ୍ଥା, ଗଳଗଣ୍ଡ ରୋଗୀ ସର୍ବାଙ୍ଗ ଆସନ କରିବା ଉଚିତ ନୁହେଁ।

ଶବାସନ
ଶବାସନ କରିବା ଦ୍ବାରା ଶରୀର ସହିତ ଆଖିକୁ ମଧ୍ୟ ଆରାମ ମିଳିଥାଏ। ଏହା ଉଚ୍ଚ ରକ୍ତଚାପ, ମଧୁମେହ, ମାନସିକ ବିକାର, ଅବସାଦ ଏବଂ ହୃଦରୋଗ ଭଳି ରୋଗ ସହିତ ଲଢ଼ିବାରେ ସହାୟତା କରିଥାଏ।

ପ୍ରାଣାୟାମ
ପ୍ରାଣାୟାମ କରିବା ଦ୍ବାରା ମସ୍ତିଷ୍କ ସ୍ଥିର ରହିବା ସହ ଆଖିର ଜ୍ୟୋତି ବୃଦ୍ଧି ପାଇଥାଏ। ପ୍ରାଣାୟାମରେ ଶରୀର ଓ ମନ ସୁସ୍ଥ ରହିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?