Pratinidhi Odia

କ୍ୟୁବାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବର୍ମୁଡେଜ୍‌


ସାଣ୍ଟା କ୍ଲାରା: ୫୭ ବର୍ଷୀୟ ପ୍ରଥମ ଉପରାଷ୍ଟ୍ରପତି ମିଗୁଏଲ୍‌ ମାରିଓ ଡାଏଜ୍‌-କାନେଲ୍‌ ବର୍ମୁଡେଜ୍‌ କ୍ୟୁବାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ। କ୍ୟୁବା ରାଷ୍ଟ୍ରପତି ରଲ୍‌ କାଷ୍ଟ୍ରୋଙ୍କ ଉତ୍ତରାଧିକାରୀ ଭାବେ ବର୍ମୁଡେଜ୍‌ଙ୍କୁ ଚୟନ କରାଯାଇଛି। ରାଷ୍ଟ୍ରପତି ଆସନ ଅଳଂକୃତ କରିବା ପରେ ବର୍ମୁଡେଜ୍‌ ଦେଶର ପ୍ରଥମ ଅଣକାଷ୍ଟ୍ରୋ ରାଷ୍ଟ୍ରପତି ହେବେ।

ପାଖାପାଖି ୬ ଦଶନ୍ଧି ଧରି କ୍ୟୁବାରେ କାଷ୍ଟ୍ରୋ ପରିବାରର ସଦସ୍ୟ ରାଷ୍ଟ୍ରପତି ଭାବେ ଶାସନ କରିଆସିଛନ୍ତି। କିନ୍ତୁ ଏବେ ପ୍ରଥମ ଥର ପାଇଁ କାଷ୍ଟ୍ରୋ ପରିବାର ବାହାରୁ କୌଣସି ରାଜନେତା ରାଷ୍ଟ୍ରପତି ଭାବେ ଶାସନ କରିବାର ସୁଯୋଗ ପାଇବେ। ଏହି ପଦ ପାଇଁ ପ୍ରାର୍ଥୀ ମନୋନୟନ କ୍ଷମତା ନ୍ୟାସନାଲ୍‌ ଆସେମ୍ବଲି ପାଖରେ ରହିଛି। ଦେଶର ସମ୍ବିଧାନ ଅନୁସାରେ ୮୬ ବର୍ଷୀୟ କାଷ୍ଟ୍ରୋ କମ୍ୟୁନିଷ୍ଟ ପାର୍ଟିର ନେତା ଭାବେ ଦାୟିତ୍ବ ନେବା ଜାରି ରଖିବେ। ତେଣୁ ରାଷ୍ଟ୍ରପତି ପଦରୁ ହଟିବା ପରେ ବି କାଷ୍ଟ୍ରୋ ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷମତା କେନ୍ଦ୍ର ଭାବେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ ଯେ ୬୦ ବର୍ଷ ଧରି କ୍ୟୁବାରେ କାଷ୍ଟ୍ରୋ ପରିବାରର ଏକଛତ୍ରବାଦୀ ଶାସନ ଜାରି ରହିଛି। ପ୍ରଥମେ ଫିଡେଲ୍‌ କାଷ୍ଟ୍ରୋ ଓ ଗତ ଦଶ ବର୍ଷ ହେଲା ତାଙ୍କ ସାନ ଭାଇ ରଲ୍‌ କାଷ୍ଟ୍ରୋ ଦେଶକୁ ଶାସନ କରିଆସୁଛନ୍ତି। ବର୍ମୁଡେଜ୍‌ଙ୍କ ବ୍ୟତୀତ ନୂତନ ଉପରାଷ୍ଟ୍ରପତି ଭାବେ ୭୨ ବର୍ଷୀୟ ସାଲଭାଡୋର୍‌ ଭାଲ୍‌ଡେସ୍‌ ମେସା ମନୋନୀତ ହୋଇଛନ୍ତି। ମେସା କ୍ୟୁବା ସରକାରରେ ବେଶ୍‌ କିଛି ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳି ଆସିଛନ୍ତି। ଏହାଛଡ଼ା କାଉନ୍‌ସିଲ୍‌ ଅଫ୍ ଷ୍ଟେଟ୍ସ ପାଇଁ ୫ ଜଣଙ୍କୁ ଉପରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ପୂର୍ବାଞ୍ଚଳ ସିଏରା ମାଷ୍ଟ୍ରୋ ପାର୍ବତ୍ୟାଞ୍ଚଳରେ କାଷ୍ଟ୍ରୋ ପରିବାର ବିରୋଧରେ ବିଦ୍ରୋହ କରିଥିବା ୮୫ ବର୍ଷୀୟ ରାମିରୋ ଭାଲ୍‌ଡେଜ୍‌ ମଧ୍ୟ ସାମିଲ୍‌ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!