ଯୋଗୀଙ୍କୁ ଆଶ୍ବସ୍ତି: ୨୦୦୭ ଗୋରଖପୁର ଦଙ୍ଗାରେ ସଂପୃକ୍ତି ଆବେଦନ ହାଇକୋର୍ଟରେ ଖାରଜ


ଆହ୍ଲାବାଦ: ୨୦୦୭ ମସିହାରେ ଗୋରଖପୁରରେ ସଂଘଟିତ ଦଙ୍ଗାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଂପୃକ୍ତି ରହିଛି ବୋଲି ଦର୍ଶାଇ ଏହି ମାମଲାର ପୁନଃ ଯାଞ୍ଚ୍‌ ସଂକ୍ରାନ୍ତରେ ଏକ ଆବେଦନ କରାଯାଇଥିଲା। ଏହି ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ଆବେଦନକାରୀ ଜଣକ ଆହ୍ଲାବାଦ ହାଇକୋର୍ଟରେ ଦାଖଲ କରିଥିବା ଆବେଦନ ଦାବି କରିଥିଲେ। କିନ୍ତୁ ଏବେ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳସ୍ବରୂପ ଏହି ମାମଲାରେ ଏବେ ଯୋଗୀ ଆଦିତ୍ୟନାଥଙ୍କୁ ଆଶ୍ବସ୍ତି ମିଳିଛି।

୨୦୦୭ ମସିହା ଜାନୁଆରୀ ୨୭ ତାରିଖରେ ଗୋରଖପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି ହେବା ଫଳରେ ଏଥିରେ ଜଣେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଜୀବନ ଯାଇଥିଲା। ଏହି ମାମଲାରେ ସେତେବେଳେ ଆଦିତ୍ୟନାଥ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତିବିଶେଷମାନଙ୍କୁ ଉସକାଇବା ଭଳି ଭାଷଣ ଦେଇଥିଲେ ବୋଲି ପୋଲିସ୍‌ ଏକ ମାମଲା ରୁଜୁ କରିଥିଲା। ଅବଶ୍ୟ ଏଥିପାଇଁ ଆହ୍ଲାବାଦ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଦଙ୍ଗା ପରିପ୍ରେକ୍ଷୀରେ ସମଗ୍ର ସହରରେ କର୍ଫ୍ୟୁ ଜାରି ହୋଇଥିଲେ ମଧ୍ୟ ଆଦିତ୍ୟନାଥ ଏପରି ଭାଷଣ ଦେବା ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ବୋଲି ଏତଲାରେ ଦର୍ଶାଯାଇଥିଲା। ଏହି ମାମଲାର ତଦନ୍ତ ପରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ୧୫୩-କ ଧାରାରେ ଚାର୍ଜଶିଟ୍‌ ଦାଖଲ କରିବା ସକାଶେ ସୁପାରିସ୍‌ କରାଯାଇଥିଲା ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌-ସିଆଇଡି ଇନ୍ସପେକ୍ଟର ଚନ୍ଦ୍ର ଭୂଷଣ ଉପାଧ୍ୟାୟ ସୂଚନା ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

ଶ୍ରୀମନ୍ଦିରରେ ସେବାୟତଙ୍କ ମନମୁଖୀ କାର୍ଯ୍ୟକଳାପ ଓ ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ରୋକିବା ଲାଗି ସୁପ୍ରିମକୋର୍ଟ ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ଆପଣ ଏକମତ ତ ?