Pratinidhi Odia

ଉତ୍ତର କୋରିଆରେ ମୃଦୁ ଭୂମିକମ୍ପ, ଚୀନ୍‌ର ବିସ୍ଫୋରଣ ସନ୍ଦେହ


ବେଜିଂ: ଶନିବାର ଉତ୍ତର କୋରିଆରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ପ୍ରାତଃ ସାଢ଼େ ୮ଟା ବେଳେ ସଂଘଟିତ ଏହି ଭୂମିକମ୍ପକୁ ପଡ଼ୋଶୀ ଦେଶ ଚୀନ୍‌ ଭୂମିକମ୍ପ ପ୍ରଶାସନ ପକ୍ଷରୁ ଏହାକୁ ଏକ ବିସ୍ଫୋରଣ ବୋଲି କୁହାଯାଇଛି।

ନିଜର ୱେବ୍‌ସାଇଟ୍‌ରେ ଭୂମିକମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଉତ୍ତର କୋରିଆ ପରମାଣୁ ବୋମା ପରୀକ୍ଷଣ କରିବା ବେଳେ ମୃଦୁ ଭୂମିକମ୍ପ ପରି ଅନୁଭୂତ ହୋଇଆସିଛି। ଆଜି ଘଟିଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଶୂନ କିମି ଥିବାରୁ ଏହା ଏକ ପରମାଣୁ ବୋମା ପରୀକ୍ଷଣ ବୋଲି ଚୀନ୍‌ ଭୂମିକମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଦକ୍ଷିଣ କୋରିଆ ପାଣିପାଗ ଏଜେନ୍ସି ପକ୍ଷରୁ ଏହି ଭୂମିକମ୍ପର ପରୀକ୍ଷଣ କରାଯାଇଛି ଓ ପ୍ରାଥମିକ ଆକଳନ ପରେ ଏହା ଏକ ପ୍ରାକୃତିକ ଭୂମିକମ୍ପ ବୋଲି ବିଭାଗ ସ୍ପଷ୍ଟ କରିଛି।ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର କୋରିଆର ପରମାଣୁ ପରୀକ୍ଷଣ କେନ୍ଦ୍ର ନିକଟରେ ଥିବା କୁହାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?