Pratinidhi Odia

ମୁଖ୍ୟ ଖବର

ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା। ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପରେ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ମାଟ୍ରିକ୍‌ ପ୍ରଶ୍ନପତ୍ର ହ୍ବାଟସ୍‌ ଆପ୍‌ରେ ବୁଲୁଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜ୍ୟ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ମହାପାତ୍ର କହିଛନ୍ତି, ପ୍ରଶ୍ନପତ୍ର ଲିକ୍‌ର କୌଣସି ସତ୍ୟତା ନାହିଁ। ଘଟଣାର ଅନୁସନ୍ଧାନ ପରେ ଏହା ଜଣାପଡ଼ିଛି। ହାଟସ୍‌ ଆପ୍‌ ଯୋଗେ ଯେଉଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ଆଜିର ପ୍ରଶ୍ନପତ୍ର ନୁହେଁ ବୋଲି ସେ କହିଛନ୍ତି। ଏଥିସହ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପ୍ରଶ୍ନପତ୍ର ଲିକ୍‌ ହୋଇନାହିଁ। ତେଣୁ ଛାତ୍ରଛାତ୍ରୀମାନେ ଆତଙ୍କିତ ନ ହୋଇ ଆତ୍ମବିଶ୍ବାସର ସହିତ ପରୀକ୍ଷା ଦେବାକୁ ସେ ଅନୁରୋଧ କରିଛନ୍ତି। ସତ୍ୟାସତ୍ୟ ଜଣାପଡ଼ିଲେ ଅଧିକ ତଦନ୍ତ କରାଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।
ପ୍ରାକ୍‌ ନିର୍ବାଚନୀ ହିଂସାକୁ ନେଇ
ଶନିବାର ବିଜେପୁର ଉପନିର୍ବାଚନ। ଗୁରୁବାର ବିଳମ୍ବିତ ରାତ୍ରିରେ ଘଟିଛି ପ୍ରାକ୍‌ ନିର୍ବାଚନୀ ହିଂସା। ସୋହଲା ଥାନା ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗ କେନ୍ଦ୍ର ଆଶ୍ରମ ସାମନାରେ ଗୁଳିକାଣ୍ଡ ଘଟଣା ଘଟିଛି। ହିଂସାକାଣ୍ଡରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି କାର୍ତ୍ତିକ ନାଗ, ବିଚିଣ୍ଡା ଗାଁର ମାଝି ସାହୁ ଏବଂ ଜାମପାଲି ଗ୍ରାମର ଖଗେଶ୍ବର ମଲିକ। ମନ୍ତ୍ରୀଙ୍କ ଭାଇ ସୁବ୍ରତଙ୍କ ସମେତ ଅନ୍ୟ ତିନିଜଣ ଇଟା ପଥର ମାଡ଼ରେ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମାଝୀ ସାହୁଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ବିପଦ ବାହାରେ ଥିବା ମେଡିକାଲ ସୂତ୍ରରୁ ଜଣାଯାଇଛି। ଏହି ଘଟଣାରେ ପୋଲିସ ବାସୁଦେବ ନାୟକ, ଦିଗ୍‌ବିଜୟ ଓ ଜୟପ୍ରକାଶ ଅଗ୍ରୱାଲଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୨ଟି ଟିମ୍‌ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଜୀବନ୍ତ ଗୁଳି, ଦୁଇଟି ଖୋକା, ଗୋଟିଏ ବୁଲେଟ, ଦୁଇଟି କାର୍‌ ଜବତ କରାଯାଇଛି।
ସରିଲା ପ୍ରଚାର: ଅନ୍ଧାରିବିଜେ ନିର୍ଣ୍ଣୟ
ବିଜେପୁର ଉପନିର୍ବାଚନର ଚର୍ଚ୍ଚିତ ବ୍ୟୟବହୁଳ ପ୍ରଚାର ଆଜି ସନ୍ଧ୍ୟାରୁ ସରିଛି। ପ୍ରଚାରର ତାତି କିନ୍ତୁ ଥଣ୍ଡା ପଡ଼ିନି। ପ୍ରଚାର ଶେଷଦିନରେ ବିଜେପି ଜିଲାପାଳଙ୍କୁ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ସାକ୍ଷାତ ଆଲୋଚନା କରି ପରେ ଏକ ସାମ୍ବାଦିକ ସମ୍ମିଳନୀରେ ତୃତୀୟ ମହଲାକୁ ଟାର୍ଗେଟ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଜେପୁରର ନିର୍ବାଚନରେ ରାଜନୈତିକ ଲଢ଼େଇ ହେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚାରିଜଣ ଅଧିକାରୀ ଏହି ଲଢ଼େଇ ଲଢ଼ୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରୁ ଫେରିବା ପରେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ବଛା ବଛା ଶହେ ଜଣ ସରକାରୀ କର୍ମଚାରୀଙ୍କୁ ଛୁଟି ଦେଇ ବିଜେପୁରକୁ ବିଜେଡି ପ୍ରଚାର ପାଇଁ ପଠାଇଛନ୍ତି। ଭି.କେ.ପାଣ୍ଡିଆନ, ଡି.ଏସ.କୁଟ୍ଟେ, ରୁପା ରୋଷନ ସାହୁ, ଗୋପବନ୍ଧୁ ଦାସ ଓ ପ୍ରଦୀପ୍ତ ମହାପାତ୍ର ବିଜେଡିର ପ୍ରଚାରକ ସାଜିଛନ୍ତି। ନିର୍ବାଚନ ସରିବା ଯାଏ ଏମାନଙ୍କର ଗତିବିଧିକୁ ରେକର୍ଡିଂ କରାଯାଉ। ସୋସାଲ ମିଡିଆକୁ ଯାଞ୍ଚ କରାଯାଉ। ସେମାନଙ୍କ ଟେଲିଫୋନ କଲ, ଏସଏମ୍‌ଏସ, ହ୍ବାଟ୍‌ସଆପ ଓ ଟେଲିଗ୍ରାମ ଉପରେ ନଜର ରଖିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ।
ପିଏନ୍‌ବି ମହାଠକେଇ ମାମଲାରେ
ମୁମ୍ବାଇ: ଗତ ସପ୍ତାହରେ ପାଖାପାଖି ସାଢ଼େ ୧୧ ହଜାର କୋଟି ଟଙ୍କାର ମହାଦୁର୍ନୀତି ପଦାକୁ ଆସିବା ପରେ ଦେଶର ଦ୍ବିତୀୟ ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ (ପିଏନ୍‌ବି) ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ବ୍ୟାଙ୍କ୍‌ର କେତେକ ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ବିଶିଷ୍ଟ ହୀରା ଗହଣା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ୍‌ ଚୋକ୍‌ସି ଏହି ଟଙ୍କା ଠକିନେଇଛନ୍ତି। ତେବେ ନିକଟରେ ନିରବ ତାଙ୍କୁ ଋଣ ପରିଶୋଧ ପାଇଁ ଯଥେଷ୍ଟ ସମୟ ଦେଇନାହିଁ ଓ ତାଙ୍କ ସମ୍ପର୍କରେ ସାର୍ବଜନୀନ ଭାବେ ପ୍ରଚାର କରି ବ୍ୟାଙ୍କ୍‌ ସମସ୍ତ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି ବୋଲି କହିଥିଲେ। ଏବେ ଏହି ପ୍ରସଙ୍ଗରେ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି ଯେ ଆଇନ ଅନୁସାରେ ଋଣ ପରିଶୋଧ ପାଇଁ ଯାହା ପଦକ୍ଷେପ ନିଆଯିବା କଥା, ସେହି ଅନୁସାରେ ହିଁ ସବୁକିଛି କରାଯାଇଛି।
ପଦାକୁ ଆସିଲା ଆଉ ଏକ
ନୂଆଦିଲ୍ଲୀ: ସଂପ୍ରତି ପିଏନ୍‌ବି ମହାଠକେଇ ମାମଲା ସବୁ ସ୍ତରରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଥିବା ବେଳେ ଏବେ ପୁଣି ଏକ ମହାଠକେଇ ଘଟଣା ପଦାକୁ ଆସିଛି। ଏଥର ବାସୁମତି ଚାଉଳ ପ୍ରକ୍ରିୟାକରଣ ଫାର୍ମ ହଜାର ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ୍‌ରୁ ଠକିନେଇଥିବା ଜଣାପଡ଼ିଛି। ବୁଧବାର ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ବୁଧବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କେବଳ ଗୋଟିଏ କମ୍ପାନୀର ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ବାସୁମତି ଚାଉଳ ପ୍ରକ୍ରିୟାକରଣ କରୁଥିବା ମେସର୍ସ ଆର୍‌ଇଆଇ ଆଗ୍ରୋ ଲିମିଟେଡ୍‌ ଉପରେ ତଦନ୍ତକାରୀ ଏଜେନ୍ସି ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।
ଦ୍ବିତୀୟ ଟି-୨୦: ଡୁମିନି ଓ
ସେଞ୍ଚୁରିଅନ୍‌: ଚଳିତ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବୁଧବାର ସେଞ୍ଚୁରିଅନ୍‌ଠାରେ ଖେଳାଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଘରୋଇ ଦଳ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଭାରତ ୨୮ ରନ୍‌ରେ ବିଜୟୀ ହୋଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ଭାରତ ୪ ୱିକେଟ୍‌ ହରାଇ ୧୮୮ ରନ୍‌ କରିବା ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଜେପି ଡୁମିନି ଓ ୱିକେଟ୍‌କିପର୍‌ ହେନ୍‌ରିକ୍‌ କ୍ଲାସେନ୍‌ଙ୍କ ଧୂଆଁଧାର ଇନିଂସ ଆଧାରରେ ୧୮.୪ ଓଭର୍‌ରେ ୧୮୯ ରନ୍‌ କରି ୬ ୱିକେଟ୍‌ରେ ବିଜୟୀ ହୋଇଛି। ମାତ୍ର ୩୦ ବଲ୍‌ରେ ୩ ଚୌକା ଓ ୭ ଛକା ବଳରେ ୬୯ ରନ୍‌ କରିଥିବା କ୍ଲାସେନ୍‌ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
କାବେରୀ ଜଳ ବିବାଦ: କର୍ଣ୍ଣାଟକ
ଦକ୍ଷିଣ ଭାରତର ଗଙ୍ଗା, କାବେରୀ ନଦୀ ଜଳ ବିବାଦର ରାୟ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ରାୟ ଅନୁସାରେ ତାମିଲନାଡ଼ୁ ୧୭୭.୨୫ ହଜାର ନିୟୁତ କ୍ୟୁବିକ ଫୁଟ ଜଳ କମ୍‌ ପାଇବା ଏବଂ କର୍ଣ୍ଣାଟକ ୧୪.୭୫ ଟି,ମ୍‌ସି ଜଳ ଅଧିକ ପାଇବା ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆସନ୍ତା ୧୫ ବର୍ଷ ନିମନ୍ତେ ଏହାର ଶୁଣାଣି କରିଛନ୍ତି। ଏହି ରାୟ ଫଳରେ କର୍ଣ୍ଣାଟକର ଭାଗ ୨୭୦ ଟିଏମ୍‌ସିରୁ ବୃଦ୍ଧି ପାଇ ୨୮୪.୭୫ ଟିଏମ୍‌ସିରେ ପହଞ୍ଚିଛି। ୨୦୦୭ରେ ସୁପ୍ରିମକୋର୍ଟ ଏହି ବିବାଦର ବିଚାର କରି ତାମିଲନାଡ଼ୁକୁ ୪୧୯ ଟିଏମ୍‌ସି କର୍ଣ୍ଣାଟକକୁ ୨୭୦ ଟିଏମ୍‌ସି ଏବଂ ପୁଡୁଚେରିକୁ ୩୦ ଟିଏମ୍‌ସି ଜଳ ଦେବାକୁ ନିର୍ଦେଶ ଦେଇଥିଲେ।
ଉପହାର ପ୍ୟାକେଟରେ ବୋମା
ଉପହାର ପ୍ୟାକେଟ ହେଲା କାଳ। ପ୍ୟାକେଟ ଖୋଲିବା ବେଳେ ବିସ୍ଫୋରଣ ଘଟି ବର ଓ ଜେଜେ ମା ପ୍ରାଣ ହରାଇଥିବା ବେଳେ ବଧୂ ଗୁରୁତର ଭାବେ ପୋଡ଼ିଯାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲା ପାଟଣାଗଡ଼ ଅଞ୍ଚଳରେ। ନାତିର ବିବାହ ଉତ୍ସବରେ ମିଳିଥିବା ଉପହାର ପ୍ୟାକେଟ ଖୋଲାଯାଉଥିବା ବେଳେ ଉପହାରଗୁଡ଼ିକୁ ଦେଖିବା ପାଇଁ ଉତ୍ସୁକତାର ସହିତ ପାଖରେ ବସି ଦେଖୁଥିବା ଜେଜେ ମା ଜେମା ସାହୁ ପ୍ୟାକେଟର ବିସ୍ଫୋରଣ ସହିତ ନିଜ ଜୀବନ ଦେଇଥିଲେ। ପ୍ୟାକେଟ ଭିତରେ ଥିବା ବୋମା ଫୁଟିଯିବା କାରଣରୁ ୮୦ ବର୍ଷୀୟା ଜେମା ସାହୁଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସୌମ୍ୟ ଶେଖର ସାହୁ ଓ ତାଙ୍କ ପତ୍ନୀ ରିମା ସାହୁ ପୋଡ଼ିଯାଇଥିଲେ। ସୌମ୍ୟଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କ ପତ୍ନୀ ରିମାଙ୍କୁ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର ସୌମ୍ୟଙ୍କ ଜୀବନ ବି ଚାଲିଯାଇଥିଲା।
ଦେଶର ପର୍ଯ୍ୟଟନ ମାନଚିତ୍ରରେ
ଭାରତରେ ଥିବା ଅନେକ ଦୁର୍ଗ ଏବଂ ମହଲ ନିଜର ସୌନ୍ଦର୍ଯ୍ୟ ଓ ବିଶେଷତ୍ବ ପାଇଁ ସାରା ବିଶ୍ବରେ ଜଣାଶୁଣା। ଆଜି ଆମେ ଆପଣଙ୍କୁ ଭାରତର ଏକ ଦୁର୍ଗ ସମ୍ପର୍କରେ ଜଣାଉଛୁ ଯାହାକୁ ଭାରତର ଗାରିମା ଭାବେ ଗ୍ରହଣ କରାଯାଏ। ମଧ୍ୟ ପ୍ରଦେଶର ଅବସ୍ଥିତ ଗ୍ବାଲିୟର ଦୁର୍ଗ ମଧ୍ୟଯୁଗୀୟ ସ୍ଥାପତ୍ୟର ଏକ ଅଦ୍ଭୁତ ନମୂନା ମଧ୍ୟରେ ଅନ୍ୟତମ। କୁହାଯାଏ ଏହି ଦୁର୍ଗ ଭିତରେ ଧନରତ୍ନ ପୋତା ହୋଇ ରଖାଯାଇଛି। ଯାହାକୁ ଆଜିଯାଏଁ କେହି ବି ଖୋଜି ପାଇ ନାହାନ୍ତି। ସୁରକ୍ଷା ଦେବା ଲାଗି ନିର୍ମାଣ କରାଯାଇଥିବା ଏହି ଦୁର୍ଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ୮ମ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ଦୁର୍ଗର ପରିଦର୍ଶନ ଲାଗି ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଚାଲନ୍ତୁ ଜାଣିବା ଏହି ଗ୍ବାଲିୟର ଦୁର୍ଗ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ।
ଭାଲେଣ୍ଟାଇନ୍‌ ଡେ’ ସେଲିବ୍ରେସନ୍‌
କେତେକ ରାଜନୈତିକ ଦଳ ଏବଂ କଠୋରପନ୍ଥୀ ସଙ୍ଗଠନ ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସକୁ ବିରୋଧ କରିବା କମ୍ କରିଦେଇଛନ୍ତି। ଅପରପକ୍ଷେ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ଭାଲେଣ୍ଟାଇନ୍‌ ଡେ’ ସେଲିବ୍ରେସନ୍‌ କ୍ରେଜ୍‌ କମିବାରେ ଲାଗୁଥିବା ଜଣାପଡ଼ିଛି। ଏହାକୁ ନେଇ ଦୁଇଟି ଭିନ୍ନ ଭିନ୍ନ ସର୍ଭେ କରାଯାଇଥିଲା। ଏକ ମାଟ୍ରିମୋନିଆଲ ୱେବ୍‌ସାଇଟ୍‌ ଏବଂ ଏକ କନ୍‌ଫେକ୍ସନର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଥିଲା ଯେ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ଏବେ କୌଣସି ଗୋଟିଏ ଦିନକୁ ପ୍ରେମ ଦିବସ ଭାବେ ପାଳନ କରିବା ପାଇଁ ଉତ୍ସାହ କମିବାରେ ଲାଗିଛି। ଅନ୍ୟ କେତେକ ଲୋକ ଭାଲେଣ୍ଟାଇନ୍‌ ଡେ’କୁ ଆବଶ୍ୟକତାଠାରୁ ଅଧିକ ବଜାରୀକରଣ କରାଯାଇଥିବାରୁ ଏହାଠାରୁ ଦୂରେଇ ରହୁଥିବା ଜଣାପଡ଼ିଛି।

ଫଟୋ ଗ୍ୟାଲେରୀ

କଞ୍ଚା ଖାଆନ୍ତୁ ଏସବୁ ପନିପରିବା
ଅନିୟନ୍ତ୍ରିତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ ପାଇଁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି। ଓଜନ କମ୍‌ କରିବା ଲାଗି ଡାଏଟିଂ, ଜିମିଂ ଏବଂ ବ୍ୟାୟମ ସହିତ ଆହୁରି ଅନେକ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ମାତ୍ର ଅନେକ ସମୟରେ ଏତେ ସବୁ କରିବା ପରେ ମଧ୍ୟ କୌଣସି ଲାଭ ମିଳୁନାହିଁ। ଏପରିସ୍ଥଳେ କେତେକ ପନିପରିବାକୁ ନ ରାନ୍ଧି ଖାଇବା ଦ୍ବାରା କିଛି ମାତ୍ରାରେ ଓଜନକୁ ନିୟନ୍ତ୍ରଣ କରାଯାଇପାରିବ। ସୂଚନାଯୋଗ୍ୟ ଯେ ଏଭଳି ଅନେକ ଖାଦ୍ୟ ରହିଛି ଯାହାକୁ ରାନ୍ଧି, କାଟି କିମ୍ବା ଗ୍ରାଇଣ୍ଡିଂ କରି ଖାଇବା ଦ୍ବାରା ତାହାର କ୍ୟାଲୋରୀ ବଢ଼ିଯାଏ। ତେଣୁ ଓଜନ କମିବା ବଦଳରେ ବଢ଼ିବାରେ ଲାଗେ। ଯଦି ଆପଣ ନିଜ ଓଜନ କମ୍ କରିବାକୁ ଚାହୁଛନ୍ତି ତେବେ କେତେକ ଖାଦ୍ୟକୁ କଞ୍ଚାରେ ଖାଇବା ଅଭ୍ୟାସ କରନ୍ତୁ। ଚାଲନ୍ତୁ ଜାଣିବା ଏଭଳି କେତେକ ଖାଦ୍ୟ ସମ୍ପର୍କରେ।
ସଂଖ୍ୟାଲଘୁଙ୍କ ପାଇଁ ବିଶ୍ବସ୍ତରୀୟ
ରାଜସ୍ଥାନର ଅଲୱରରେ ଖୁବ୍‌ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ସଂଖ୍ୟାଲଘୁଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ। ଏଥିପାଇଁ ୧୦୦ ଏକର ଜମି ଅଧିଗ୍ରହଣ ହୋଇସାରିଥିବା ଜଣାଯାଇଛି। ସରକାର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ଟି ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକ୍‌ଭୀ ସୂଚନା ଦେଇ କହିଛନ୍ତି ଯେ ଏହି ଅନୁଷ୍ଠାନ ଖୋଲିବା କେନ୍ଦ୍ର ସରକାରଙ୍କ ଆଉ ଏକ ମହତ୍ତ୍ବାକାଙ୍‌କ୍ଷା ଯୋଜନା। ଅଲୱାରର ୧୦୦ ଏକର ପରିମିତ ଜମି ଉପରେ ବିଶ୍ବସ୍ତରୀୟ ଏଭଳି ଏକ ଶିକ୍ଷା ପ୍ରତିଷ୍ଠାନ ଖୋଲାଗଲେ ଦେଶ ବିଦେଶରୁ ବିଦ୍ୟାର୍ଥୀମାନେ ଅଧ୍ୟୟନ ପାଇଁ ଆସିବେ। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଏଭଳି ୫ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ। ଏପରି ଅନୁଷ୍ଠାନ ସ୍ଥାପନା କରାଯିବାର ଲକ୍ଷ୍ୟ ୨୦୧୬ରୁ ରହିଥିଲା। ଏଥିପାଇଁ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ସଂଖ୍ୟାଲଘୁ ମନ୍ତ୍ରାଳୟକୁ ନିଜର ରିପୋର୍ଟ ପ୍ରଦାନ କରିଛି।
ଗେରୁଆ ଟୋପିରେ ଗଉରୀ ନାନୀ
ସତରେ ପରିବେଶଟା ଥିଲା ଠିକ୍‌ ସେମିତିକା। ଗୌରୀନାନୀ କହିଲେ ଓଡ଼ିଆ ଲୋକେ ଆଖି ବୁଜିଦେଇ ମହାଶ୍ବେତାଙ୍କୁ ବୁଝିବେ। ଖାଲି ସେତିକି ନୁହେଁ, ଲାଲପାନ ବିବି, କଣ୍ଢେଇ, ଶାମୁକା, ଚୁମୁକି ଏମିତି କେତେ ନାଁ ତାଙ୍କ ସହିତ ଯୋଡ଼ାହେଇଛି। ତାଙ୍କୁ ବିଜେପି କାର୍ଯ୍ୟାଳୟରେ ପାଇ ତଳଠାରୁ ଉପର କାର୍ଯ୍ୟକର୍ତ୍ତା ସବୁତକ ଖୁସିରେ କୁରୁଳୁଥାନ୍ତି। ସେ ରାଜନୀତିରେ ପୋଖତ ନ ହେଲେ ମଧ୍ୟ ତାଙ୍କ ଉପସ୍ଥିତି ହିଁ ଯଥେଷ୍ଟ ବୋଲି ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୁଖମଣ୍ଡଳରୁ ବାରିହୋଇ ପଡ଼ୁଥିଲା। ଆଉ ଯେତେବେଳେ ଆମ ତେଲ ଓ ଗ୍ୟାସ ମନ୍ତ୍ରୀ ଗେରୁଆ ଟୋପିଟିକୁ ତାଙ୍କୁ ପିନ୍ଧାଇ ଦେଇଥେଲେ, ତାଙ୍କ ମୁହଁରେ ବି ଚମକ। ହବନି କମିତି କହୁନା। ସହଜେ ତ ଏବେ ମିଶାମିଶି ପର୍ବ ଚାଲିଛି। ଏଣୁ ମିଶ୍ରଣ ପର୍ବରେ ମହାଶ୍ବେତା ଦେବୀ ନିଶ୍ଚିତ ଭାବେ ମୁକୁଭାଇଙ୍କୁ ଶାମୁକାରୁ ମୁକ୍ତା ପାଇଲା ଭଳି ନାଗୁଥେବ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!