ସଂସ୍କାର ଓ ଭଜନ କୀର୍ତ୍ତନରେ ଦୂର ହୋଇପାରେ ଅବସାଦ


ପ୍ରତୀକାତ୍ମକ ଫଟୋ
ବର୍ତ୍ତମାନ ସମୟରେ ଯୁବପିଢ଼ି ବିଶେଷକରି ଅବସାଦର ଶିକାର ହେବାରେ ଲାଗିଛନ୍ତି। ଯାହା ଏକ ପ୍ରମୁଖ ଚିନ୍ତାର କାରଣ। ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ର ସଂସ୍କୃତି ବିଭାଗ ଏକ ନୂଆ ଅଧ୍ୟୟନରେ ଦାବି କରିଛି ଯେ ଅବସାଦ ଓ ମସ୍ତିଷ୍କ ସମ୍ବନ୍ଧିତ ଅନେକ ସମସ୍ୟା ଦୂର କରିବାରେ ପିଲା ଦିନୁ ଦିଆଯାଉଥିବା ସଂସ୍କାର ଏବଂ ଭଜନ କୀର୍ତ୍ତନ ସହାୟତା କରିପାରିବ। ଏହି ବିକଳ୍ପ ଔଷଧ ସେବନଠାରୁ ବହୁତ ଭଲ। କାରଣ ମନୋଚିକିତ୍ସା ଏବଂ ଔଷଧ ରୋଗୀଙ୍କ ସ୍ଥିତିକୁ ଆହୁରି ଖରାପ କରିଦିଏ।

ଜେଏନ୍‌ୟୁର ବୈଦିକ ଶାସ୍ତ୍ର ପ୍ରଫେସର ସୁଧୀର କୁମାର ଆର୍ଯ୍ୟଙ୍କ କହିବାନୁସାରେ ଏଭଳି ଗବେଷଣା ପ୍ରଥମ ଥର ପାଇଁ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଗବତ ପୁରାଣ ଏବଂ ଅଗ୍ନି ପୁରାଣ ଉପରେ ଆଧାରିତ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରାରମ୍ଭିକ ଅବସ୍ଥାରେ ପିଲାଙ୍କୁ ଦିଆଯାଉଥିବା ନୈତିକ ଶିକ୍ଷା ଦ୍ବାରା ଚିନ୍ତା, ଅବସାଦ, ଚାପ ତଥା ଅନ୍ୟାନ୍ୟ ମାନସିକ ସମସ୍ୟାକୁ ଦୂର କରାଯାଇପାରିବ।

ଏହି ସମସ୍ୟା ସହିତ ଲଢ଼ିବା ପାଇଁ ଯୋଗ ମଧ୍ୟ ଏକ ଉତ୍ତମ ବିକଳ୍ପ। ଏକକ ପରିବାର ଏବଂ ସିଙ୍ଗଲ ଚାଇଲ୍ଡ ଭଳି କନ୍‌ସେପ୍ଟ ଯୁବପିଢ଼ିଙ୍କ ମଧ୍ୟରେ ଅବସାଦ ଏବଂ ଉତ୍ତେଜନାର କାରଣ ପାଲଟିବାରେ ଲାଗିଛି। ଏହି ସବସ୍ୟାରୁ ମୁକ୍ତି ପାଇବା ଲାଗି ଉପଲବ୍ଧ ଚିକିତ୍ସା ଉପଚାର କେବଳ ଶାରୀରିକ ସମସ୍ୟାକୁ ଚିକିତ୍ସା କରିପାରେ। ମାତ୍ର ମାନସିକ ଭାବେ ଏହା ଦୂର ହୋଇ ନ ଥାଏ ବୋଲି ପ୍ରଫେସର ଆର୍ଯ୍ୟ କହିଛନ୍ତି।

ଏହି ଗବେଷଣାରେ ସାମିଲ ଥିବା ଅନ୍ୟ ଜଣେ ଗବେଷକ ନନ୍ଦିନୀ ଦାସ କହିଛନ୍ତି ଅବସାଦ, ଚାପ ଓ ଉତ୍ତେଜନା ଭଳି ସମସ୍ୟା ପୂର୍ବ ଅପେକ୍ଷା ବର୍ତ୍ତମାନ ଆଧୁନିକ ଯୁଗରେ ବେଶୀ ମାତ୍ରାରେ ବୃଦ୍ଧି ପାଇଛି। ତେଣୁ ମାନସିକ ଭାବେ ସୁସ୍ଥ ରହିବା ଲାଗି ଆଧ୍ୟାତ୍ମିକ କାର୍ଯ୍ୟ କରିବା ଆବଶ୍ୟକ। ଭଜନ କୀର୍ତ୍ତନ ଶୁଣିବା ଦ୍ବାରା ମାନସିକ ଚାପ ଭଳି ସମସ୍ୟା ରହେ ନାହିଁ। ତେଣୁ ପିଲାଦିନରୁ ଏହାକୁ ଜୀବନଶୈଳୀ ସହିତ ଯୋଡ଼ିବା ଉଚିତ ବୋଲି ନନ୍ଦିନୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ