ଚାଟ ଅପେକ୍ଷା କଲ ଭଲ, ମଜବୁତ ହେବ ସମ୍ପର୍କ


ପ୍ରତୀକାତ୍ମକ ଫଟୋ
ବର୍ତ୍ତମାନ ସମୟରେ ସୋସାଲ ମିଡିଆର କ୍ରେଜ ବଢ଼ିବାରେ ଲାଗିଛି। ପରସ୍ପରକୁ ଯୋଡ଼ି ରଖୁଥିବା ସୋସାଲ ମିଡିଆ ପ୍ଲାଟଫର୍ମ ଓ ମୋବାଇଲ ଆପ୍ଲିକେସନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାଧାରଣତଃ ଫେସବୁକ, ହ୍ବାଟସଆପ ଭଳି ଆପ୍ଲିକେସନରେ ଲୋକେ ନିଜ ଲୋକଙ୍କ ସହିତ ଚାଟିଂ କରିଥାନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ନିଜ ଲୋକଙ୍କ ସହିତ ଅଧିକାଂଶ ଲୋକ କଲ କରି କଥା ହେବା ଅପେକ୍ଷା ମେସେଜ କିମ୍ବା ଚାଟିଂ କରିଥାନ୍ତି। କଲ କିମ୍ବା ଭିଡ଼ିଓ କଲ ବହୁତ କମ କରୁଛନ୍ତି। ଏହି କାରଣରୁ ଆମର ସୋସାଲ ବଣ୍ଡିଂ ଦୁର୍ବଳ ହେବାରେ ଲାଗିଛି। ଅର୍ଥାତ ସମ୍ପର୍କ ଦୁର୍ବଳ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଆମେରିକାର ଲେବର ସପ୍ଲାଇ କମ୍ପାନୀ ଏଡକୋ ୮ ହଜାର କର୍ମଚାରୀଙ୍କ ମଧ୍ୟରେ ୱାର୍କ ଫ୍ରମ ହୋମକୁ ନେଇ ସର୍ଭେ କରିଥିଲା। ଏହି ସର୍ଭେ ମୁତାବକ ପ୍ରତ୍ୟେକ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ୱାର୍କ ଫ୍ରମ ହୋମ ପସନ୍ଦ ବୋଲି କୁହାଯାଇଛି। ଯଦିଓ ୱାର୍କ ଫ୍ରମ ହୋମ କରିବା ସମୟରେ ସେମାନଙ୍କର କମ୍ୟୁନିକେସନ ଗ୍ୟାପ ବଢ଼ି ଯାଇଛି ଓ ଲୋକେ ଏକୁଟିଆପଣର ସାମ୍ନା କରୁଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଲୋକଙ୍କ ସହିତ ମୁହାଁମୁହିଁ କଥା ହେବା ସମୟ ମଧ୍ୟ କମିଯାଇଛି। ଗବେଷଣା କରିଥିବା ଆମେରିକୀୟ ବୈଜ୍ଞାନିକଙ୍କ କହିବାନୁସାରେ କୋରୋନା ମହାମାରୀ ସମୟରେ ଲକଡାଉନ କାରଣରୁ ୱାର୍କ ଫ୍ରମ ହୋମ କରୁଥିବା ଲୋକଙ୍କ ପାଇଁ କୌଣସି ବନ୍ଧୁଙ୍କ ଗୋଟିଏ ଫୋନ କଲ ତାଙ୍କୁ ନିଜର ଲୋକଙ୍କ ସହିତ ଯୋଡ଼ି ହେବା ଭଳି ଅନୁଭବ କରାଇବା ପାଇଁ ଯଥେଷ୍ଟ। ଏହି ସର୍ଭେ ସମୟରେ ଲୋକଙ୍କୁ ସେମାନଙ୍କ ପୁରୁଣା ବନ୍ଧୁଙ୍କ ସହିତ ଫୋନ, ମେଲ, ଭଏସ ଚାଟ, ଭିଡ଼ିଓ କଲ ଆଦି ଜରିଆରେ ଯୋଡ଼ି ହେବାକୁ କୁହାଯାଇଥିଲା। ଲୋକେ ପରସ୍ପର ସହିତ ଫୋନରେ କଥା ହୋଇ ଅଧିକ ନିକଟତର ଅନୁଭବ କରୁଥିବା ଏଥିରୁ ଜଣାପଡ଼ିଥିଲା।

ଯେଉଁମାନେ ଭଏସ ଚାଟରେ ଯୋଡ଼ି ହେଉଥିଲେ, ସେମାନେ ମଧ୍ୟ ନିଜ ସାଥୀଙ୍କ ସହିତ ଉତ୍ତମ ବଣ୍ଡିଂ ଥିବା ଏହି ସର୍ଭେରେ ଜଣାପଡ଼ିଥିଲା। କିଛି କଥା କହିବାକୁ ସଙ୍କୋଚ ଅନୁଭବ କରୁଥିଲେ ଲୋକେ ଚାଟ କିମ୍ବା ମେଲ ଭଳି ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହୁଥିବା ଏଥିରୁ ଜଣାପଡ଼ିଛି। ଅନେକେ ଭାବନ୍ତି କିଛି କଥା କହିଲେ ବହୁତ ଅଜବ ଲାଗିପାରେ କିମ୍ବା କଲ କଲେ ସାମ୍ନା ଲୋକ ଭୁଲ ବୁଝିପାରନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ଲୋକେ ନିଜ ଲୋକଙ୍କ ସ୍ବର ଶୁଣି ଅଧିକ ଆତ୍ମୀୟତା ଅନୁଭବ କରନ୍ତି। ସ୍ବର ଶୁଣି ସେ ସାମ୍ନାଲୋକଙ୍କ ମନର କଥା ମଧ୍ୟ ବୁଝିପାରନ୍ତି। ତେବେ କେତେକ ଲୋକ ଭାବନ୍ତି କଲ କଲେ କାଳେ ସାମ୍ନା ଲୋକ ଡିଷ୍ଟର୍ବ ହେବେ ଏହି କାରଣରୁ ଟେକ୍ସଟ କରିବା ସହଜ ଭାବନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ