ପାଟି ସୁଆଦ
ଏଥର ଟ୍ରାଏ କରନ୍ତୁ ଆଳୁ କଢ଼ି

ଚଟପଟା ଆଳୁ କଢ଼ି
କଢ଼ିର ସ୍ବାଦ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଯଦି ଆପଣ ସବୁବେଳେ ବେସନ କଢ଼ି ଖାଇ ବୋର ହୋଇଗଲେଣି, ତେବେ ଏଥର ଟ୍ରାଏ କରନ୍ତୁ ଚଟପଟା ଆଳୁରେ ତିଆରି କଢ଼ି। ଏହି କଢ଼ି ତିଆରି କରିବା ବହୁତ ସହଜ ଓ ଖାଇବାକୁ ସ୍ବାଦିଷ୍ଟ। ସବୁଠାରୁ ବଡ଼ କଥା ଅନେକ ସ୍ଥାନରେ ଲୋକେ ବ୍ରତରେ ଏହା ଖାଇବାକୁ ପସନ୍ଦ କରନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ଆଳୁ କଢ଼ି କିପରି ତିଆରି କରିବେ।
କ’ଣ ଦରକାର
୮୦ ଗ୍ରାମ ଆଳୁ, ୨୦ ଗ୍ରାମ କୁଟ୍ଟୁ ଅଟା, ୧୫୦ ଗ୍ରାମ ଦହି, ୩ ଗ୍ରାମ ମେଥି ଦାନା, ୩ ଗ୍ରାମ ଜିରା, ୩ ଗ୍ରାମ ହଳଦୀ, ୫ ଗ୍ରାମ କଟା କଞ୍ଚାଲଙ୍କା, ୨ ଗ୍ରାମ ଲଙ୍କା ଗୁଣ୍ଡ, ୫ ଗ୍ରାମ କଟା ଧନିଆ ପତ୍ର, ୩ ଗ୍ରାମ ରକ ସଲ୍ଟ, ୫୦ ମିଲି ତେଲ।
ପ୍ରସ୍ତୁତି ପ୍ରଣାଳୀ
ଆଳୁ କଢ଼ି ତିଆରି ପାଇଁ ପ୍ରଥମେ ଏକ ପାତ୍ରରେ ଦହି, ହଳଦୀ ଗୁଣ୍ଡ, କୁଟ୍ଟୁ ଅଟା, ରକ ସଲ୍ଟକୁ ମଧ୍ୟମ ଆଞ୍ଚରେ ୧୦ ମିନିଟ ଗରମ କରନ୍ତୁ। ଏବେ ଏଥିରେ କଟା ଆଳୁ ପକାଇ ସିଝିବାକୁ ଦିଅନ୍ତୁ। ଅନ୍ୟ ଏକ ପ୍ୟାନରେ ତେଲ ଗରମ କରି ଏଥିରେ ମେଥି ଦାନା, ଜିରା, ଲଙ୍କା ଗୁଣ୍ଡ, କଟା କଞ୍ଚାଲଙ୍କା ଫୁଟାଇ ଫୁଟଣ କରନ୍ତୁ। ଏବେ କଢ଼ି ଉପରେ ଏହାକୁ ପକାଇ ଗୋଳାନ୍ତୁ। ଏବେ ଏହି କଢ଼ିକୁ ଗିନାକୁ ବାହାର କରି ଉପରେ ଧନିଆ ପତ୍ରରେ ସଜାଇ ପରଷନ୍ତୁ।