ପ୍ରଥମ ଦେଖାରେ ଦିବ୍ୟାଙ୍କୁ ହୃଦୟ ଦେଇ ଦେଇଥିଲେ ଭୂଷଣ, ଏମିତି ଥିଲା ପ୍ରେମକାହାଣୀ


ଭୂଷଣ କୁମାର ଓ ତାଙ୍କ ପତ୍ନୀ
ଟି-ସିରିଜ ମ୍ୟୁଜିକ ଏଣ୍ଡ ଫିଲ୍ମ ପ୍ରଡକ୍ସନ କମ୍ପାନୀର ମାଲିକ ଭୂଷଣ କୁମାର ଶୁକ୍ରବାର ନିଜର ୪୩ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ଜନ୍ମ ୨୭ ନଭେମ୍ବର ୧୯୭୭ରେ ଦିଲ୍ଲୀରେ ହୋଇଥିଲା। ଭୂଷଣ କୁମାରଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ଦିବ୍ୟା ଖୋସଲା କୁମାରଙ୍କ ସହିତ ତାଙ୍କ ପ୍ରେମ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତର କାହାଣୀ।

ଭୂଷଣ ଓ ଦିବ୍ୟାଙ୍କ ବିବାହ ୨୦୦୫ରେ ହୋଇଥିଲା। ଉଭୟଙ୍କ ପ୍ରେମକାହାଣୀର ଆରମ୍ଭ ୨୦୦୪ରେ ହୋଇଥିଲା। ଏହି ସମୟରେ ଦିବ୍ୟା ପ୍ରଥମ ବଲିଉଡ ସିନେମା ‘ଅବ ତୁହ୍ମାରେ ହୱାଲେ ୱତନ ସାଥିୟୋଁ’ରେ କାମ କରୁଥିଲେ। ଏହି ସିନେମାରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ବବି ଦେଓଲଙ୍କ ଭଳି ଅଭିନେତା ଅଭିନୟ କରିଥିଲେ। ଫିଲ୍ମର ଶୁଟିଂ ସମୟରେ ଦିବ୍ୟାଙ୍କ ସାକ୍ଷାତ ଭୂଷଣ କୁମାରଙ୍କ ସହିତ ହୋଇଥିଲା। ମିଡିଆ ରିପୋର୍ଟ ମୁତାବକ ପ୍ରଥମ ଦେଖାରେ ହିଁ ଭୂଷଣ କୁମାରଙ୍କୁ ଦିବ୍ୟା ପସନ୍ଦ ଆସିଯାଇଥିଲେ। ଏଥିପାଇଁ ସେ ଦିବ୍ୟାଙ୍କୁ ମେସେଜ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ କେତେକ ମେସେଜର ରିପ୍ଲାଇ ଦେବା ପରେ ଦିବ୍ୟା ମେସେଜ ରିପ୍ଲାଇ ଦେବା ବନ୍ଦ କରି ଦେଇଥିଲେ। କାରଣ ସେ ଜଣେ ରକ୍ଷଣଶୀଳ ପଞ୍ଜାବୀ ପରିବାରରୁ ଆସିଥିଲେ। ଏଥିସହିତ ସେ କୌଣସି ଧନୀ ଯୁବକଙ୍କର ଏତେ ଶୀଘ୍ର ନିକଟତର ହେବାକୁ ଚାହୁ ନ ଥିଲେ। ଭୂଷଣଙ୍କ ଦ୍ରୁତଗତିରେ କାର ଚାଳନା ମଧ୍ୟ ଦିବ୍ୟାଙ୍କ ପସନ୍ଦ ନ ଥିଲା।

ଦିବ୍ୟା ରିପ୍ଲାଇ ଦେବା ବନ୍ଦ କରିବା ପରେ ଭୂଷଣ ଏହାର କାରଣ ଜାଣିବା ପାଇଁ ନିଜ ଦାଦାପୁଅ ଭାଇ ଅଜୟଙ୍କୁ ଦିଲ୍ଲୀ ପଠାଇଥିଲେ। ଏସବୁ ଜାଣିବା ପରେ ଦିବ୍ୟା ଅନୁଭବ କରିଥିଲେ ଯେ ଭୂଷଣ ତାଙ୍କ ପାଇଁ ସିରିଅସ ଅଛନ୍ତି। ଏହାର କିଛି ଦିନ ପରେ ଭୂଷଣ କୁମାରଙ୍କ ଭଉଣୀଙ୍କ ବିବାହ ହୋଇଥିଲା। ଯେଉଁଥିରେ ପୂରା ଖୋସଲା ପରିବାରକୁ ବିବାହରେ ନିମନ୍ତ୍ରିତ କରାଯାଇଥିଲା। ଏହି ସମୟରେ ଭୂଷଣ କୁମାର ଦିବ୍ୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଧିରେ ଧିରେ ସେମାନଙ୍କ ପ୍ରେମ କାହାଣୀ ଆଗକୁ ବଢ଼ିଥିଲା ଓ ୨୦୦୫ରେ ସେମାନେ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ