ପାଟି ସୁଆଦ
ଗ୍ରିଲ୍ଡ ପଟାଟୋ କବାବର ମଜା ନିଅନ୍ତୁ

ଗ୍ରୀଲ୍ଡ ପଟାଟୋ କବାବ
ଘରେ ପାର୍ଟି ହେଉ ବା ସନ୍ଧ୍ୟା ଚା’ ସହିତ ସ୍ନାକସ ପାଇଁ ଅଲଗା କିଛି ସ୍ବାଦ ନେବାକୁ ଚାହୁଥିଲେ ଗ୍ରୀଲ୍ଡ ପଟାଟୋ ତିଆରି କରିପାରିବେ। ଆପଣ ଏହା ପୂର୍ବରୁ ଅନେକ ଜିନିଷରେ ତିଆରି କବାବର ସ୍ବାଦ ଚାଖି ସାରିଥିବେ। କିନ୍ତୁ ସମସ୍ତ ତରକାରିର ସ୍ବାଦ ବଢ଼ାଉଥିବା ଆଳୁରେ ତିଆରି କବାବର ସ୍ବାଦ କିଛି ନିଆରା। ତେଣୁ ଗ୍ରୀଲ୍ଡ ପଟାଟୋ କବାବ ଟ୍ରାଏ କରିପାରିବେ।
କ’ଣ ଦରକାର
୧ କିଲୋ ସିଝା ଆଳୁ, ୧ ଚାମଚ ଅଦା ପେଷ୍ଟ, ୧୦ଟି ରସୁଣ ପେଷ୍ଟ, ଦେଢ଼ କପ ଦହି, ୨ ଚାମଚ ଲଙ୍କା ଗୁଣ୍ଡ, ୧ ଟେବଲସ୍ପୁନ ଲେମ୍ବୁ ରସ, ୨ ଟେବଲସ୍ପୁନ ଭଜା ବେସନ, ୧ ଚାମଚ ଜିରା ଗୁଣ୍ଡ, ୧ଚାମଚ ରକ ସଲ୍ଟ, ୨ ଟେବଲସ୍ପୁନ କସୁରି ମେଥୀ, ୧ ଟେବଲସ୍ପୁନ ଲୁଣ, ୨ଟେବଲସ୍ପୁନ ଲଙ୍କା ଗୁଣ୍ଡ, ୧ଚାମଚ ଜୁଆଣୀ, ୧ ଚାମଚ ଚାଟ ମସଲା, ସୋରିଷ ତେଲ।
ପ୍ରସ୍ତୁତି ପ୍ରଣାଳୀ
ଗ୍ରୀଲ୍ଡ ପଟାଟୋ କବାବ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ସମସ୍ତ ଶୁଖିଲା ସାମଗ୍ରୀ ସହିତ ଦହି, ଲେମ୍ବୁ ରସ, ଅଦା ପେଷ୍ଟ, କଟା ରସୁଣ ଓ ସୋରିଷ ତେଲ ପକାଇ ଭଲ ଭାବେ ମିଶାନ୍ତୁ। ମିଶ୍ରଣରେ କଟା ଆଳୁ ମିଶାଇ ୨ ଘଣ୍ଟା ଫ୍ରିଜରେ ରଖନ୍ତୁ। ଏହାପରେ ମ୍ୟାରିନେଟ କରାଯାଇଥିବା ଆଳୁକୁ ବର୍ଗାକାର ଭାବେ କାଟି ଗ୍ରିଲରେ ସମ୍ପୂର୍ଣ୍ଣ ଭାବେ ସିଝିବା ଯାଏ ଗ୍ରୀଲ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗ୍ରୀଲ୍ଡ ପଟାଟୋ କବାବ। ଏହାକୁ ଗରମ ଗରମ ପରଷନ୍ତୁ। ତେବେ ପରଷିବା ପୂର୍ବରୁ ଏହା ଉପରେ ହାଲୁକା ସୋରିଷ ତେଲ ଲଗାନ୍ତୁ।