ଚଟପଟା ମୂଳା ପରଟାର ମଜା ନିଅନ୍ତୁ


ସ୍ବାଦିଷ୍ଟ ମୂଳା ପରଟା
ଶୀତଦିନେ ଅଧିକ ମାତ୍ରାରେ ମୂଳା ବଜାରରେ ଉପଲବ୍ଧ ହୋଇଥାଏ। ଯଦି ଆପଣ କିଛି ଚଟପଟା ଖାଇବାକୁ ଇଚ୍ଛା କରନ୍ତି, ମୂଳା ପରଟା ଖାଇପାରିବେ। ଏହା ତିଆରି କରିବା ମଧ୍ୟ ବହୁତ ସହଜ। ପିଲାଙ୍କ ଟିଫିନ ପାଇଁ ଏହି ବ୍ରେକଫାଷ୍ଟ ଏକ ଉତ୍ତମ ବିକଳ୍ପ ହୋଇପାରେ।

କ’ଣ ଦରକାର
ମୂଳା, ଏକ ବଡ଼ ଚାମଚ ତେଲ, ୨ ଚିମୁଟା ଜୁଆଣି, ଅଧଚାମଚ ଜିରା, ଅଧଚାମଚ ଆମଚୁର ପାଉଡର, ଅଧଚାମଚ ଗରମ ମସଲା, ୨ଟି କଟା କଞ୍ଚାଲଙ୍କା, ୧ଚାମଚ ଅଦା ପେଷ୍ଟ, ଦରକାର ଅନୁସାରେ ଲଙ୍କା ଗୁଣ୍ଡ, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପ୍ୟାନରେ ଅଳ୍ପ ତେଲ ଗରମ କରି ଜୁଆଣି ଭାଜନ୍ତୁ। ଏବେ ଏଥିରେ ଗ୍ରେଟେଡ ମୂଳା ଭାଜନ୍ତୁ। ମୂଳା ଭାଜି ହୋଇଗଲା ପରେ ଗ୍ୟାସ ବନ୍ଦ କରନ୍ତୁ। ଏବେ ଅଟା ଚକଟି ଏହାକୁ ରୁଟି ଭଳି ବେଲନ୍ତୁ। ମଝିରେ ମୂଳାର ମିଶ୍ରଣକୁ ଦେଇ ଏହାକୁ ପୁଣିଥରେ ଏହାକୁ ବେଲନ୍ତୁ ତାୱା ଗରମ କରି ପରଟା ସେକିବା ପାଇଁ ପକାନ୍ତୁ। ଏଥିରେ ତେଲ ପକାଇ ପରଟା ସେକନ୍ତୁ। ଦୁଇପଟ ବ୍ରାଉନ ହୋଇଗଲା ପରେ ଏହାକୁ ପ୍ଲେଟକୁ ବାହାର କରନ୍ତୁ ଓ ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ