ମାଳଦ୍ବୀପରେ ହନିମୁନ ମନାଇଲେ ହୋଇଯିବ ଛାଡ଼ପତ୍ର!


ପ୍ରତୀକାତ୍ମକ ଫଟୋ
ବାହାଘର ବନ୍ଧନକୁ ସାତ ଜନ୍ମର ଅତୁଟ ବନ୍ଧନ ବୋଲି କୁହାଯାଏ। କିନ୍ତୁ ଛାଡ଼ପତ୍ର ଏହି ବନ୍ଧନ ମଧ୍ୟରେ ଏକ ବଡ଼ ପ୍ରତିବନ୍ଧକ। କମ୍ପେୟାର ଡଟ ବେଟ ଦ୍ବାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ମାଳଦ୍ବୀପରେ ହନିମୁନ ମନାଉଥିବା ଯୋଡ଼ିଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ସବୁଠାରୁ ଅଧିକ ସାମ୍ନାକୁ ଆସିଛି। ଏହି ସର୍ଭେ ୩୧୦୦ ଲୋକଙ୍କ ଉପରେ କରାଯାଇଥିଲା, ଯେଉଁମାନେ ହନିମୁନ ପରେ ଜୀବନସାଥୀଙ୍କ ଠାରୁ ଅଲଗା ରହୁଛନ୍ତି କିମ୍ବା ଛାଡ଼ପତ୍ର ନେଇ ସାରିଛନ୍ତି। ସନ ୟୁକେରେ ପ୍ରକାଶିତ ଏହି ସର୍ଭେ ରିପୋର୍ଟ ମୁତାବକ ଥାଇଲ୍ୟାଣ୍ଡ, କ୍ୟାନକମ ଓ ବ୍ୟାଙ୍କକ ସୁରକ୍ଷିତ ହନିମୁନ ଡେଷ୍ଟିନେସନ କୁହାଯାଇଛି।

ମାଳଦ୍ବୀପ ତାଲିକାର ଶୀର୍ଷରେ
ସୂଚନାଯୋଗ୍ୟ ଯେ ୩୧୦୦ ଲୋକଙ୍କ ମଧ୍ୟରେ ୬୨୦ ଅର୍ଥାତ ୨୦ ପ୍ରତିଶତ ଛାଡ଼ପତ୍ର ନେଇଥିବା ବ୍ୟକ୍ତି ମାଳଦ୍ବୀପରେ ହନିମୁନ କରିବାକୁ ଯାଇଥିଲେ। ସର୍ଭେ ମୁତାବକ ମାଳଦ୍ବୀପ ସେହି ଦେଶ ତାଲିକାରେ ଶୀର୍ଷରେ ରହିଛି, ଯେଉଁଠି ବିବାହିତ ଯୋଡ଼ି ହନିମୁନ ମନାଇବା ପରେ ଶୀଘ୍ର ଛାଡ଼ପତ୍ର ପରିସ୍ଥିତି ଆସିଯାଇଥାଏ। ମାଳଦ୍ବୀପ ପରେ ମରକ୍କୋର ମାରାକେସ ଦ୍ବିତୀୟ ଏଭଳି ସହର, ଯେଉଁଠି ହନୁମୁନ ମନାଇବା ପରେ ୫୨୭ ଜଣ (୧୭ ପ୍ରତିଶତ) ଲୋକଙ୍କ ଛାଡ଼ପତ୍ର ହୋଇଯାଇଛି। ସେହିପରି ଏହି ତାଲିକାର ତୃତୀୟ ସ୍ଥାନରେ ବୋରାବୋରାରେ ହନିମୁନ ଉପଭୋଗ କରିଥିବା ୧୩ ପ୍ରତିଶତ ଲୋକଙ୍କ ଛାଡ଼ପତ୍ର ହୋଇଯାଇଥିବା ସର୍ଭେରୁ ଜଣାପଡ଼ିଛି।

ସୁରକ୍ଷିତ ହନିମୁନ ଡେଷ୍ଟିନେସନ
ବିବାହିତ ଯୋଡ଼ିଙ୍କ ପାଇଁ ସୁରକ୍ଷିତ ହନିମୁନ ଡେଷ୍ଟିନେସନ ମଧ୍ୟରେ କାଲିଫର୍ଣ୍ଣିଆର ନାପା ଭ୍ୟାଲି, ବ୍ୟାଙ୍କକ ଏହି ତାଲିକାର ଶୀର୍ଷରେ ରହିଛି। ଏଥିସହିତ ମେକ୍ସିକୋର ସହର କାନକମରେ ହନିମୁନ କରିବାକୁ ଯାଇଥିବା ମାତ୍ର ୩ ପ୍ରତିଶତ ଲୋକଙ୍କ ଛାଡ଼ପତ୍ର ହୋଇଥିବା ସର୍ଭେରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ କାନକମ ବିଶ୍ବର ସବୁଠାରୁ ଲୋକପ୍ରିୟ ହନିମୁନ ଡେଷ୍ଟିନେସନ ମଧ୍ୟରେ ଅନ୍ୟତମ।

ବଢ଼ୁଛି ସୋଲେମୁନ୍ସର ଚଳଣି
ଏହି ସର୍ଭେ ମୁତାବକ ହନିମୁନ ପାଇଁ ଆପଣ ବ୍ରିଟେନ ଯାଇପାରିବେ। କାରଣ ୧୫ ହନିମୁନ ଡେଷ୍ଟିନେସନର ଏହି ତାଲିକାରେ ବ୍ରିଟେନର ଗୋଟିଏ ବି ଡେଷ୍ଟିନେସନ ସାମିଲ ନାହିଁ। ସେହିପରି ୟୁରୋପୀୟ ଦେଶରେ ଗ୍ରୀକର ସାଣ୍ଟାରିନ (୫ ପ୍ରତିଶତ), ରୋମର ଭେନିସ (୫ ପ୍ରତିଶତ) ଓ କ୍ରୋଏସିଆର ଡୁବ୍ରୋଭନିକ (୪ ପ୍ରତିଶତ)ରେ ହନିମୁନ ମନାଇଥିବା ଯୋଡ଼ିଙ୍କ ମଧ୍ୟରେ ଛାଡ଼ପତ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଏକ ନୂଆ ଚଳଣି ଦେଖିବାକୁ ମିଳୁଛି। କପଲମାନେ ପରସ୍ପରଙ୍କ ବିନା ହଲିଡେ’ରେ ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ସୋଲୋମୁନ୍ସ ଭାବେ ନାମିତ କରାଯାଇଛି। ହଲି ଡେ’ ଡେଷ୍ଟିନେସନରେ ସୋଲୋମୁନ୍ସର ଚଳଣି ବଢ଼ିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ