ବିଶ୍ବ ଐତିହ୍ୟ ସପ୍ତାହ: ଏହି ୫ଟି ଐତିହାସିକ ସ୍ଥଳୀ ଗାଏ ଭାରତର ଇତିହାସ


ଭାରତର କେତେକ ଐତିହାସିକ ସ୍ଥଳ
ଭାରତ ଭ୍ରମଣ କରିବା ପାଇଁ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଶୈଳ ନିବାସ, ମଲ, ମନ୍ଦିର ଓ ଐତିହାସିକ ସ୍ଥଳରେ ପରିପୂର୍ଣ୍ଣ ଏହି ଦେଶ ସାରା ବିଶ୍ବରେ ଲୋକପ୍ରିୟ। ଏଠାକୁ ପ୍ରତ୍ୟେକ ବର୍ଷ ଦେଶ ବିଦେଶରୁ ଲୋକେ ଛୁଟି ବିତାଇବାକୁ ଆସିଥାନ୍ତି। ଏଠାରେ ଥିବା ବିଶ୍ବପ୍ରସିଦ୍ଧ ଐତିହାସିକ ସ୍ଥଳ ଭ୍ରମଣ କରି ପର୍ଯ୍ୟଟକମାନେ ଭାରତର ଇତିହାସ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ବିଶ୍ବ ଐତିହ୍ୟ ସପ୍ତାହ ଅବସରରେ ଭାରତର କେତେକ ଐତିହାସିକ ସ୍ଥଳ ସମ୍ପର୍କରେ। ଏଠାରେ ବୁଲିବା ସହିତ ଭାରତର ଇତିହାସକୁ ପାଖରୁ ଦେଖିପାରିବେ ଓ ଜାଣିପାରିବେ।

ତାଜମହଲ
ବିଶ୍ବର ସପ୍ତାଶ୍ଚର୍ଯ୍ୟ ତାଲିକାରେ ତାଜମହଲ ରହିଛି। ଆଗ୍ରାରେ ଅବସ୍ଥିତ ଏହି ସ୍ମାରକ ଶାହଜହାଁଙ୍କ ଦ୍ବାରା ନିଜ ପତ୍ନୀ ମୁମତାଜଙ୍କ ସ୍ମୁତିରେ ନିର୍ମାଣ କରାଯାଇଥିଲା। ଶୁଭ୍ର ମାର୍ବଲରେ ତିଆରି ଏହି ତାଜମହଲ ଯେ କୌଣସି ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ। ଏଠାରେ ଥିବା ସବୁଜ ବଗିଚାରେ ବୁଲିବାର ମଜା ନେଇପାରିବେ।

ଲାଲ କିଲା
ଦିଲ୍ଲୀର ଲାଲ କିଲା ୧୬୩୮ ମସିହାରେ ନିର୍ମାଣ କରାଯାଇଥିଲା। ସ୍ୟାଣ୍ଡଷ୍ଟୋନରେ ନିର୍ମିତ ଏହି ଲାଲ କିଲା ଦେଖିବାକୁ ବହୁତ ସୁନ୍ଦର। ଏହାକୁ ଭିତରୁ ମାର୍ବଲ ପଥର ଦ୍ବାରା ଓ ଲାଲ ରଙ୍ଗର ଶିଳ୍ପ କାରିଗରିରେ ତିଆରି କରାଯାଇଛି। ଏହାକୁ ସୁନ୍ଦର ଓ ମୂଲ୍ୟବାନ ପଥରରେ ସଜା ଯାଇଥିଲା। କିନ୍ତୁ ଇଂଗ୍ରେଜମାନେ ଚୋରି କରି ନେଇଯାଇଛନ୍ତି। ଆଜି ବି ଏହାକୁ ଦେଖିଲେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ।

ହୁମାୟୁଁ କା ମକବରା
ଲାଲ କିଲା ସହିତ ହୁମାୟୁଁ କା ମକବରା ମଧ୍ୟ ଦିଲ୍ଲୀରେ ନିର୍ମିତ ଏକ ଐତିହାସିକ ସ୍ମାରକ। ଏହାକୁ ମୋଗଲଙ୍କ ଦ୍ବାରା ସେହି ସମୟରେ ତିଆରି କରାଯାଇଥିଲା, ଯେତେବେଳେ ଦେଶରେ ମୋଗଲ ଶାସକ ଥିଲେ।

ଆଗ୍ରା ଫୋର୍ଟ
ଆଗ୍ରାର ତାଜମହଲ ସହିତ ଆଗ୍ରା ଫୋର୍ଟ ମଧ୍ୟ ଲୋକପ୍ରିୟ। ପ୍ରତ୍ୟେକ ବର୍ଷ ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥାଏ। ମୋଗଲ ଶାସକ ହିମାୟୁଁ, ଶାହଜହାଁ, ଅକବର, ଜହାଙ୍ଗୀର ଏହି ଫୋର୍ଟରେ ରହି ଶାସନ କରିଥିଲେ। ହାତୀ ମୂର୍ତ୍ତି ସଜାଯାଇଥିବା ଏହି ଫୋର୍ଟରେ ଇତିହାସର ଝଲକ ଦେଖିବାକୁ ମିଳେ।

ହୱା ମହଲ

ପିଙ୍କ ସିଟି ନାମରେ ପରିଚିତ ଜୟପୁରରେ ରହିଛି ହୱା ମହଲ। ଏହାକୁ ମହାରାଜା ସବାଇ ପ୍ରତାପ ନିର୍ମାଣ କରିଥିଲେ। ଦେଖିବାକୁ ବହୁତ ବଡ଼ ଏହି ମହଲରେ ଗୋଟିଏ ବି କୋଠରି ନ ଥାଇ କେବଳ ଝରକା ତିଆରି କରାଯାଇଛି। ୫ ମହଲା ବିଶିଷ୍ଟ ଏହି ଐତିହାସିକ ମହଲ ଏକଦମ ସିଧା ଦଣ୍ଡାୟମାନ ହୋଇଛି। ଏହାର ଡିଜାଇନ ଇସଲାମିକ ସହିତ ହିନ୍ଦୁ ରାଜପୁତ ବାସ୍ତୁକଳାର ମିଶ୍ରଣ ଦେଖିବାକୁ ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ