ଭେଲଭେଟ ଲେହେଙ୍ଗାରେ ନୋରାଙ୍କ ରୟାଲ ଅନ୍ଦାଜ


ନୋରା ଫତେହୀଙ୍କ ରୟାଲ ଲୁକ
ବଲିଉଡ ଅଭିନେତ୍ରୀ ତଥା ବେଲି ଡ୍ୟାନ୍ସ ପାଇଁ ଲୋକପ୍ରିୟ ନୋରା ଫତେହୀ ନିଜର ସେକ୍ସି ଡ୍ୟାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ସମସ୍ତେ ତାଙ୍କ ଡ୍ୟାନ୍ସର ଦୀୱାନା। ନୋରା ତାଙ୍କ ଡ୍ୟାନ୍ସ ଓ ସେକ୍ସି ଫିଗର ପାଇଁ ଯେତିକି ଲୋକପ୍ରିୟ, ସେତିକି ଡ୍ରେସିଂ ଷ୍ଟାଇଲକୁ ନେଇ ମଧ୍ୟ ଚର୍ଚ୍ଚାରେ। ତାଙ୍କ ଡ୍ରେସିଂ ଷ୍ଟାଇଲ ଅନେକ ଝିଅ ଅନୁସରଣ କରିବାକୁ ପସନ୍ଦ କରିଥାନ୍ତି। ଅଧିକାଂଶ ସମୟରେ ନୋରାଙ୍କୁ ୱେଷ୍ଟର୍ଣ୍ଣ ପୋଷାକରେ ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ନୋରାଙ୍କ ଭେଲଭେଟ ଲେହେଙ୍ଗା ଚର୍ଚ୍ଚାରେ ରହିଛି। ଯାହା ବିବାହ ଋତୁ ପାଇଁ ଏକ ଉପଯୁକ୍ତ ବିକଳ୍ପ। ପ୍ରଶଂସକମାନେ ନୋରାଙ୍କ ଏହି ରୟାଲ ଅନ୍ଦାଜ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।

ଗୋଲ୍ଡେନ ଓ ମେରୁନ ଭେଲଭେଟ ଲେହେଙ୍ଗା ଚୋଲିରେ ନୋରା କୌଣସି ରାଣୀଙ୍କ ଠାରୁ କମ ସୁନ୍ଦର ଦେଖାଯାଉ ନାହାନ୍ତି। ଫ୍ୟାଶନ ଡିଜାଇନର ଆଶିଷ ବତ୍ରାଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଏହି ଲେହେଙ୍ଗା ସେ ପିନ୍ଧିଥିଲେ। ଲେହେଙ୍ଗା ଉପରେ ସୁନାର କାମ ମଧ୍ୟ କରାଯାଇଛି। ଏହି ଲେହେଙ୍ଗା ସହିତ ନୋରା ଚୋକୋ ଜୁଏଲାରୀ ଓ ଗୋଲ୍ଡ ନେକଲେସ ପିନ୍ଧିଛନ୍ତି। କାନରେ ପିନ୍ଧିଥିବା ଝୁମୁକା ଓ ହାତରେ ମୁଦି ସହିତ ନୋରା ନିଜ ଲୁକକୁ ପୂରା କରିଛନ୍ତି। ନୋରା ନିଜ ଲୁକକୁ ଆହୁରି ସୁନ୍ଦର କରିବା ଲାଗି ନ୍ୟୁଡ ମେକଅପ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ