ଅନେକ ଥର ଯୌନ ଶୋଷଣର ଶିକାର ହୋଇଛି: କଣ୍ଠଶିଳ୍ପୀ ନେହା ଭସିନ


କଣ୍ଠଶିଳ୍ପୀ ନେହା ଭସିନ
ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା ଭସିନ ନିଜ ଜୀବନ ସହିତ ଜଡ଼ିତ ଏଭଳି ଏକ ଖୁଲାସା କରିଛନ୍ତି, ଯାହା ଶୁଣି ସମସ୍ତେ ଚକିତ ହୋଇଯାଇଛନ୍ତି। ନେହାଙ୍କ କହିବାନୁସାରେ ସେ ଅନେକ ଥର ଯୌନ ଶୋଷଣର ଶିକାର ହୋଇସାରିଛନ୍ତି।

ମିଡିଆକୁ ସାକ୍ଷାତକାର ଦେଇ ନେହା କହିଛନ୍ତି ଯେ ଯେତେବେଳେ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା, ହରିଦ୍ବାରରେ ଜଣେ ବ୍ୟକ୍ତି ତାଙ୍କୁ ପଛପଟୁ ଭୁଲ ଢଙ୍ଗରେ ସ୍ପର୍ଶ କରିଥିଲେ। ଏହି ଘଟଣା ତାଙ୍କୁ ଏତେ ମାତ୍ରାରେ ଡରାଇ ଦେଇଥିଲା ଯେ ସେ ଦୌଡ଼ିଯାଇ ନିଜ ମା’ଙ୍କୁ ଜାବୁଡ଼ି ଧରିଥିଲେ। ଏହାର କିଛି ବର୍ଷ ପରେ ପୁଣିଥରେ ଏକ ହଲରେ ଯୌନ ଶୋଷଣର ଶିକାର ହୋଇଥିଲେ। ଜଣେ ବ୍ୟକ୍ତି ତାଙ୍କୁ ଭୁଲ ଭାବେ ସ୍ପର୍ଶ କରିଥିଲେ, ଯାହା ତାଙ୍କର ଏବେ ବି ମନେଅଛି ବୋଲି ନେହା କହିଛନ୍ତି।

ନେହା ଭସିନ ସାଇବର ବୁଲିଂ ସମ୍ପର୍କରେ ମନେପକାଇ କହିଛନ୍ତି ଯେ ପୁଣିଥରେ କେ-ପପ ବ୍ୟାଣ୍ଡର ପ୍ରଶଂସକ ତାଙ୍କୁ ଦୁଷ୍କର୍ମ କରିବା ଓ ଜୀବନରୁ ମାରିବାକୁ ଧମକ ଦେଇଥିଲେ। କାରଣ ସେ ଅନ୍ୟ ଜଣେ କଣ୍ଠଶିଳ୍ପୀଙ୍କ ଦୃଷ୍ଟିକୋଣକୁ ସମର୍ଥନ କରିଥିଲେ। ଏହାପରେ ତାଙ୍କୁ ପୁଣିଥରେ ଟ୍ରୋଲ କରିବା ଆରମ୍ଭ ହୋଇଥିଲା। ଏଥିପାଇଁ ସେ ପୋଲିସରେ ଅଭିଯୋଗ କରିଥିଲେ ବୋଲି ନେହା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ