ଘରୋଇ ଉପାୟରେ ତିଆରି କରନ୍ତୁ କେମିକାଲ ଫ୍ରି ହେଆର ମାସ୍କ


ପ୍ରତୀକାତ୍ମକ ଫଟୋ
ଋତୁ ବଦଳିବାରେ ଅଧିକ ଚାପର ପ୍ରଭାବ କେଶ ଉପରେ ଦେଖିବାକୁ ମିଳିଥାଏ। ଫଳରେ କେଶ ମୂଳରୁ ଦୁର୍ବଳ ହୋଇ ଝଡ଼ିବା ସହିତ ଧଳା ହେବାରେ ଲାଗିଥାଏ। ଏ ସମସ୍ୟାରୁ ମୁକ୍ତି ପାଇବା ଲାଗି ଲୋକେ ମହଙ୍ଗା ଶାମ୍ପୁ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ପ୍ରଭାବ କିଛି ସମୟ ରହିଥାଏ। ଏପରିସ୍ଥଳେ କିଚେନରେ ଥିବା କେତେକ ଜିନିଷରେ ହେଆର ପ୍ୟାକ ତିଆରି କରି ନିଜ କେଶର ଯତ୍ନ ନେଇପାରିବେ। ଏହାଦ୍ବାରା ଆପଣଙ୍କ କେଶରେ ଚମକ ଆସିଯିବ। କାରଣ ବଜାରରେ ମିଳୁଥିବା ବିଉଟି ପ୍ରଡକ୍ଟରେ କେମିକାଲ ରହିଛି।

ଭୃସଙ୍ଗ ପତ୍ର
ଏକ ଗିନାରେ ୧୦ରୁ ୧୨ଟି ଭୃସଙ୍ଗ ପତ୍ରକୁ ଦୁଇ ଚାମଚ ନଡ଼ିଆ ତେଲ ସହିତ ଗରମ କରନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ କେଶ ମୂଳ ଓ କେଶରେ ଲଗାନ୍ତୁ। ରାତିସାରା ଏମିତି ଏହାକୁ ଛାଡ଼ି ଦିଅନ୍ତୁ। ପରଦିନ କେଶକୁ କୌଣସି ଶାମ୍ପୁରେ ଭଲ ଭାବେ ସଫା କରନ୍ତୁ। ଯଦି କେଶ ଝଡ଼ୁଛି କିମ୍ବା ଅସମୟରେ ପାଚୁଛି, ତେବେ ଏହାଦ୍ବାରା ଫାଇଦା ମିଳିବ।

ମହୁ ଓ ଆପଲ ସାଇଡର ଭିନେଗାର
ଏକ ଗିନାରେ ୧ ଚାମଚ ମହୁ, ୧ ଚାମଚ ଆପଲ ସାଇଡର ଭିନେଗାର ଓ ଗୋଟିଏ ଅଣ୍ଡା ମିଶାଇ ଏହାକୁ କେଶରେ ଲଗାନ୍ତୁ। ପାଖାପାଖି ୩୦ ମିନିଟ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ। କେଶ ଝଡ଼ୁଥିଲେ ଏହାର ମାସ୍କ ବହୁତ ଲାଭଦାୟକ। ଏହା କେଶକୁ ମଏଶ୍ଚରାଇଜର କରିବା ସହିତ ହାଇଡ୍ରେଟ କରାଏ।

ଦହି, ମହୁ, ଲେମ୍ବୁ
ଅଧ କପ ଦହିରେ ୧ ଚାମଚ ଲେମ୍ବୁ ଓ ମହୁ ଭଲ ଭାବେ ମିଶାନ୍ତୁ। କେଶ ମୂଳରେ ହେଆର ମାସ୍କ ଲଗାନ୍ତୁ। ଏହାକୁ ପାଖାପାଖି ୩୦ ମିନିଟ ଛାଡ଼ି ଦିଅନ୍ତୁ। ପରେ ଶାମ୍ପୁ କରନ୍ତୁ। ଏହା ରୁପି ସମସ୍ୟା ଦୂର କରିଥାଏ।

ତେଲ
ଅଁଳା, ନଡ଼ିଆ, ଅଲିଭ, ବାଦାମ କିମ୍ବା ଲାଭେଣ୍ଡର ତେଲରେ କେଶ ମାଲିସ କରନ୍ତୁ। ଏକ ଗିନାରେ ତେଲ ଗରମ କରନ୍ତୁ। ଏହି ତେଲକୁ କେଶ ମୂଳ ଓ କେଶରେ ମାଲିସ କରନ୍ତୁ। ଏହାପରେ ଏକ ଟାୱେଲକୁ ଗରମ ପାଣିରେ ବୁଡ଼ାଇ ଚିପୁଡ଼ି ଦିଅନ୍ତୁ। ଏଥିରେ କେଶ ଗୁଡ଼ାନ୍ତୁ ୨୦ରୁ ୨୫ ମିନିଟ ପରେ ଶାମ୍ପୁରେ କେଶ ସଫା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ