ସାରା ଜୀବନ ଦିବ୍ୟାଙ୍ଗ କରିପାରେ ଫାଇଲେରିଆ


ପ୍ରତୀକାତ୍ମକ ଫଟୋ
ଫାଇଲେରିଆ ଏକ ଗୁରୁତର ରୋଗ। ଏହି ରୋଗ ବ୍ୟକ୍ତିକୁ ଦିବ୍ୟାଙ୍ଗ କରିପାରେ। ଫାଇଲେରିଆ ବା ଲିମ୍ଫାଟିକ ଫାଇଲେରିଆସିସ ମଶା କାମୁଡାରୁ ବ୍ୟାପିଥାଏ। ଭାରତରେ ପାଖାପାଖି ୬୫ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବା କୁହାଯାଉଛି। ଅଧିକାଂଶ ଲୋକଙ୍କ ଠାରେ ଏହି ରୋଗ ଗୋପନ ଅବସ୍ଥାରେ ରହିଥିବାରୁ ଏ ସମ୍ପର୍କରେ ଜାଣିପାରି ନ ଥାନ୍ତି। ଫାଇଲେରିଆ ମଧ୍ୟ ମଶା କାମୁଡ଼ିବା ଫଳରେ ହେଉଥିବା ରୋଗ, ଯେଉଁଥିରୁ ବର୍ତ୍ତିବାର ଉପାୟ ମଧ୍ୟ ବହୁତ ସାଧାରଣ। ଏଥିପାଇଁ ମଶା କାମୁଡ଼ାଠାରୁ ଦୂରେଇ ରହିବା ଉଚିତ।

ଫାଇଲେରିଆକୁ କହନ୍ତି ହାତୀ ପାଦ ରୋଗ
ଭାରତରେ ଫାଇଲେରିଆର ପାଖାପାଖି କୋଟି କୋଟି ରୋଗୀ ଅଛନ୍ତି। ଏହି ରୋଗର ଲକ୍ଷଣ ଦେଖାଯାଉ ନ ଥିବାରୁ, ଅନେକ ଭାବନ୍ତି ଏହା ସେମିତି କିଛି ବଡ଼ ରୋଗ ନୁହେଁ। ଏହି ରୋଗ ହେଲେ ହାତ, ଗୋଡ଼ ଆଦି ଫୁଲିଯାଉଥିବାରୁ ଏହାକୁ ହାତୀ ପାଦ ରୋଗ ମଧ୍ୟ କୁହାଯାଏ। ଭାରତରେ ଫାଇଲେରିଆର ୯୦ ପ୍ରତିଶତ ରୋଗୀ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା ଓ ମଧ୍ୟ ପ୍ରଦେଶରେ ଅଛନ୍ତି।

ମଶା କାମୁଡ଼ାରୁ ବ୍ୟାପିଥାଏ ରୋଗ
ଏହି ରୋଗ ସଂକ୍ରମିତ ମଶା କାମୁଡ଼ିବା ଫଳରେ ବ୍ୟାପିଥାଏ। ସଂକ୍ରମିତ ମଶା ବାରମ୍ବାର କାମୁଡ଼ିବା ଫଳରେ ଧିରେ ଧିରେ ଏହି ରୋଗ ଶରୀରରେ ସୃଷ୍ଟି ହୋଇଥାଏ। ମଶାଙ୍କ ଦ୍ବାରା ମାଇକ୍ରୋ ଫାଇଲେରିଆ ବ୍ୟକ୍ତିର ଶରୀରରେ ପହଞ୍ଚି ରୋଗର ଆରମ୍ଭ ହୋଇଥାଏ। ତେବେ ଏହି ରୋଗ ଜୀବନନାଶକ ହୋଇ ନ ଥାଏ।

ଫାଇଲେରିଆ ରୋଗର ଲକ୍ଷଣ
ଫାଇଲେରିଆ ସଂକ୍ରମିତ ମଶା କାମୁଡ଼ିବା ପରେ ବ୍ୟକ୍ତିଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥାଏ। ଅଚାନକ ଜ୍ବର ଆସିବା, ଏସନଫିଲିଆ ବ୍‌ଦ୍ଧି ପାଇବା, ହାତ ଫୁଲିବା, ପାଦ ଫୁଲିବା କାରଣରୁ ପାଦ ବହୁତ ମୋଟା ହୋଇଯାଏ। ଫାଇଲେରିଆ ଚିହ୍ନଟ କରିବା ଲାଗି ରକ୍ତ ପରୀକ୍ଷା କରିବାକୁ ପଡ଼ିଥାଏ। ମାଇକ୍ରୋ ଫାଇଲେରିଆର ପାରାସାଇଟ ଦିନରେ ଲିମ୍ଫାଟିକ ସିଷ୍ଟମରେ ଆରାମ କରିଥାନ୍ତି ଓ ରାତିରେ ରକ୍ତକୁ ଆସିଥାନ୍ତି। ଏଥିପାଇଁ ଏହି ରୋଗର ପରୀକ୍ଷା ରାତିରେ କରିବାକୁ ପଡ଼ିଥାଏ।

କିପରି ରକ୍ଷା ପାଇବେ
ଫାଇଲେରିଆରୁ ରକ୍ଷା ପାଇବା ଲାଗି ଏକ ମାତ୍ର ଉପାୟ ହେଉଛି ମଶାଠାରୁ ଦୂରେଇ ରହିବା। ନିଜ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଶୋଇବା ସମୟରେ ମଶାରି ବ୍ୟବହାର କରନ୍ତୁ। ଡାକ୍ତରଙ୍କ ପରାମର୍ଶରେ ଫାଇଲେରିଆ ଔଷଧ ସେବନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ