ଡ୍ରିମ ଲଭଷ୍ଟୋରୀର ଶେଷ ଦୃଶ୍ୟ: ଅଲଗା ହେବେ ଟିନା ଡାବୀ ଓ ଅତହର


ଟିନା ଓ ଅତହର ବିବାହ ବେଳର ଫଟୋ
୨୦୧୫ ବ୍ୟାଚର ଆଇଏଏସ ଟପ୍ପର ଟିନା ଡାବୀ ଓ ଦ୍ବିତୀୟ ରାଙ୍କରେ ଥିବା ଅତହର ଆମିର ସଫିଖାନଙ୍କ ୨୦୧୮ରେ ଯେତେବେଳେ ବିବାହ ହେଲା, ସେତେବେଳେ ଏ ଖବର ଦେଶର ବେଶ ଚର୍ଚ୍ଚା ଓ ଶିରୋନାମା ପାଲଟିଥିଲା। କିନ୍ତୁ ହିନ୍ଦୁ ମହାସଭା କହିଥିଲା ଯେ ଏ ବିବାହ ନିଷ୍ପତ୍ତି ଭାରତରେ ଚାଲିଥିବା ଲଭ ଜିହାଦର ଅଂଶବିଶେଷ। ଅନ୍ୟ ଏକ ଗୋଷ୍ଠୀ କହିଲେ ଯେ ବହୁତ ଭଲ ପ୍ରୟାସ। ଉଭୟ ସମ୍ପ୍ରଦାୟ ମଧ୍ୟରେ ଦ୍‌ଢ଼ ସମ୍ପର୍କ ସ୍ଥାପନ ହୋଇପାରିବ। କିନ୍ତୁ ସମ୍ପର୍କ ଦ୍‌ଢ଼ ହେବା ବଦଳରେ ଏବେ ଭାଙ୍ଗିବାକୁ ବସିଛି। ଉଭୟେ ଟିନା ଏବଂ ଅତହର ରାଜସ୍ଥାନର ଏକ ପାରିବାରିକ ଅଦାଲତରେ ସହମତି ଭିତ୍ତିରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ତଲାକ ପାଇଁ ଆବେଦନ କରିବାର କିଛିଦିନ ପୂର୍ବରୁ ଏହାର ଆଭାସ ମିଳିଥିଲା। ଏହି ଆଇଏଏସ ଯୋଡ଼ି ପରସ୍ପର ଠାରୁ ଦୂରେଇ ଯିବା ସେତେବେଳେ ଅଧିକ ସ୍ପଷ୍ଟ ହେଲା, ଯେତେବେଳେ ଦୁହେଁ ସୋସାଲ ମିଡିଆରେ ପରସ୍ପରକୁ ଅନଫଲୋ କରିଥିଲେ। ପ୍ରଥମେ ଅତହର ଟିନାଙ୍କୁ ଟ୍ବିଟରରେ ଅନଫଲୋ କରିବା ପରେ ପରେ ଟିନା ମଧ୍ୟ ଅତହରଙ୍କୁ ଅନଫଲୋ କରିଥିଲେ। ଏବେ ପୁଣି ଦୁହେଁ ଦୁହିଁଙ୍କୁ ଫଲୋ କରୁଥିଲେ ହେଁ ଦାମ୍ପତ୍ୟ ଜୀବନର ବନ୍ଧନରେ ଆଉ ରହିବା ପାଇଁ ଚାହୁଁ ନ ଥିବା ସ୍ପଷ୍ଟ ହୋଇଯାଇଛି।

ଟିନା ବିବାହ ପରେ ନିଜ ନାମ ସହିତ ଖାନ ସାଙ୍ଗିଆ ଲେଖିବା ଆରମ୍ଭ କରିଥିଲେ। ଏବେ କିଛିଦିନ ପୂର୍ବରୁ ସେ ଖାନ ସାଙ୍ଗିଆ ଉଠାଇ ନେଇଥିଲେ। ଏହା ସହିତ ସେ ନିଜର ଇନଷ୍ଟାଗ୍ରାମ ବାୟୋରେ ଉଲ୍ଲେଖ କରିଥିବା ‘କଶ୍ମୀର ବୋହୂ’ ଶବ୍ଦକୁ ମଧ୍ୟ ବିଲୋପ କରିଦେଇଛନ୍ତି। ଟିନା ଏବଂ ଅତହର ଦୁହେଁ ଏବେ ପରସ୍ପର ସହ ସମ୍ପର୍କରେ ରହିବାକୁ ଚାହୁଁ ନ ଥିବା ଅଦାଲତକୁ ଜଣାଇ ଦେବା ପରେ ଏହାକୁ ନେଇ ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଭୋପାଳରେ ରହୁଥିବା ଟିନା ୨୦୧୫ରେ ୟୁପିଏସସିରେ ଦେଶରେ ପ୍ରଥମ ହୋଇଥିଲେ। ସେହିବର୍ଷ ରାଙ୍କର ଦ୍ବିତୀୟ ସ୍ଥାନରେ ଥିଲେ ଅତହର। ଟ୍ରେନିଂ ସମୟରେ ଅତହର ପ୍ରଥମେ ଟିନାଙ୍କୁ ପ୍ରପୋଜ କରିଥିଲେ। କିଛିଦିନ ପରେ ଟିନାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ପହଞ୍ଚିଥିଲେ। ଉଭୟ ଟିନା ଓ ଅତହରଙ୍କ ଏଭଳି ନିଷ୍ପତ୍ତିକୁ ପରିବାର ମାନି ନେଇଥିଲେ। କଶ୍ମୀରର ସବୁଠୁ ଅଧିକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ପହଲଗାଓଁରେ ବିବାହର ସ୍ଥାନ ସ୍ଥିରୀକ୍‌ତ ହୋଇଥିଲା।

ଟିନା ଓ ଅତହରଙ୍କ ଧର୍ମ ଅଲଗା ଅଲଗା ହୋଇଥିବା ସତ୍ତ୍ବେ ବିବାହ ପାଇଁ ସେମାନଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ସାରା ଦେଶରେ ଆଲୋଡ଼ନ ସ୍‌ଷ୍ଟି କରିଥିଲା। ଯେତେବେଳେ ସେମାନଙ୍କ ବିବାହ ହେଉଥିଲା ଲିବରାଲ ଗୋଷ୍ଠୀ ଏହାକୁ ସାମ୍ପ୍ରଦାୟିକ ଏକତା କହି ଲମ୍ବା ଚଉଡ଼ା ଭାଷଣମାନ ଝାଡ଼ୁଥିଲେ। ଏବେ ଏହି ଦୁଇ ଯୋଡ଼ିଙ୍କ ସଂସାର ଉଜୁଡ଼ିବାକୁ ବସିଥିବା ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ ଏବେ ଏକତା ମଞ୍ଚବାଲା ସବୁ ନିଖୋଜ ହୋଇଯାଇଛନ୍ତି।

ଟିନା ଓ ଅତହରଙ୍କ ବିବାହ ଉତ୍ସବ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା। ପରସ୍ପରକୁ ନିବିଡ଼ ଭଲପାଇବାର ଏହା ନିଦର୍ଶନ ବୋଲି ସେ ସମୟରେ ଅତହର କହିଥିଲେ। ୨୦ ମାର୍ଚ୍ଚ ୨୦୧୯ରେ ଉଭୟେ ଜୟପୁର ଜିଲାପାଳ ସିଦ୍ଧାର୍ଥ ମହାଜନଙ୍କ ଉପସ୍ଥିତିରେ ବିବାହ କରିଥିବା ବେଳେ ବିବାହ ଉତ୍ସବର ଦ୍ବିତୀୟ ସ୍ଥାନ ଥିଲା କଶ୍ମୀରର ପହଲଗାଓଁ ଏବଂ ଏପ୍ରିଲ ୧୪ରେ ଦିଲ୍ଲୀରେ ହୋଇଥିଲା ଭବ୍ୟ ଆୟୋଜନ। ଜୟପୁରରେ ଥିଲା କୋର୍ଟ ମ୍ୟାରେଜ। ଟିନା ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପାଇଁ ଆୟୋଜିତ ୟୁପିଏସସି ପରୀକ୍ଷାରେ ଥିଲେ ଟପ୍ପର। ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ପାଇଥିଲେ ସ୍ବର୍ଣ୍ଣପଦକ। ୟୁପିଏସସି ସାକ୍ଷାତକାରରେ କିଭଳି ସଫଳତା ପାଇହେବ ତାକୁ ନେଇ ସେ ସୋସାଲ ମିଡିଆରେ ନିଜ ହାତ ଲେଖା ଟିପସମାନ ଅପଲୋଡ଼ କରି ପ୍ରଶଂସା ସାଉଁଟିଛନ୍ତି। କିନ୍ତୁ ନିଜ ସଂସାର ତାଙ୍କୁ କାହିଁକି ଅସଫଳ ଦେଲା ତାକୁ ନେଇ ଏବେ ନାନା ମନ୍ତବ୍ୟ ଶୁଣାଯାଉଛି।

ଅନେକଥର ଖବରର ଶିରୋନାମାରେ ଟିନା
ଆଇଏଏସ ଅଧିକାରୀ ହେବା ପରେ ଟିନା ଡାବୀ ଅନେକ ଥର ଖବରର ଶିରୋନାମାକୁ ଆସିଛନ୍ତି। ନିକଟରେ ତାଙ୍କ ନାମ ନେଇ ଫେସବୁକ ଚଲାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ। ଅଜ୍ଞାତ ଲୋକଙ୍କ ଦ୍ବାରା ତାଙ୍କ ନାମରେ ୧୦ରୁ ଅଧିକ ଫେସବୁକ ପରିଚାଳନା କରାଯାଉଥିବା ସେ କହିଛନ୍ତି। କୋରୋନା ପରିଚାଳନାକୁ ନେଇ ସେ ପ୍ରଶଂସା ପାଇଛନ୍ତି। ଭିଲୱାଡ଼ା ଏସଡିଏମ ଭାବେ ସେ ଦକ୍ଷତାର ସହିତ ସଙ୍ଗରୋଧ ବ୍ୟବସ୍ଥା ପରିଚାଳନା କରିଥିଲେ। ବୈବାହିକ ଜୀବନ ନେଇ ସେ ଅସୁଖୀ ଥିବାର ଖବର ଚର୍ଚ୍ଚାକୁ ଆସିଥିଲା। ନିଜ ନାମର ସାଙ୍ଗିଆରୁ ଖାନ ଉଠାଇନେବା ପରେ ଏବଂ ଇନଷ୍ଟାଗ୍ରାମ ବାୟୋରୁ ‘କଶ୍ମୀର ବୋହୂ’ ଶବ୍ଦ ବିଲୋପ କରିବା ପରେ ତାଙ୍କ ଇନଷ୍ଟାଗ୍ରାମରୁ ଇଦ ମୁବାରକ ଫଟୋ ମଧ୍ୟ ବିଲୋପ ହୋଇଥିବା ନେଇ ଜନତା କା ରିପୋର୍ଟରେ ଖବର ପ୍ରକାଶ ପାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ