କାବୁଲରେ ଆତଙ୍କୀଙ୍କ ରକେଟ ମାଡ଼: ୬୨ ମ୍‌ତାହତ


ଆତଙ୍କୀଙ୍କ ରକେଟ ମାଡ଼ରେ କାବୁଲର ଜନବସତି ଅଞ୍ଚଳ ଧ୍ବସ୍ତବିଧ୍ବସ୍ତ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଶନିବାର ବ୍ୟାପକ ରକେଟ୍‌ ମାଡ଼ ହେବା କାରଣରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ସୂତ୍ରରୁ ପ୍ରକାଶ। ସୂଚନାନୁଯାୟୀ କାବୁଲ ସହର ଉପରକୁ ଆତଙ୍କବାଦୀମାନେ ୨୩ଟି ରକେଟ୍‌ ନିକ୍ଷେପ କରିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣାରେ ୩୧ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ଅନ୍ୟ ୩୧ ଜଣ ଆହତ ହୋଇଥିବା ଗୃହ ମନ୍ତ୍ରାଳୟର ମୁଖପାତ୍ର ତାରିକ ଆରିଆନ୍‌ କହିଛନ୍ତି। ସେ ଏଥିପାଇଁ ତାଲିବାନକୁ ଦାୟୀ କରିଛନ୍ତି। ପୋଲିସ ପକ୍ଷରୁ ମଧ୍ୟ ମୃତ୍ୟୁସଂଖ୍ୟାକୁ ସୁନିଶ୍ଚିତ କରାଯାଇଛି।

କାବୁଲର କେନ୍ଦ୍ରୀୟ ଓ ଉତ୍ତର ଭାଗ ଅଞ୍ଚଳରେ ଦୂତାବାସ ଓ ଅନ୍ତର୍ଜାତୀୟ କମ୍ପାନୀସବୁ ରହିଥିବା ବେଳେ ଏହି ଗ୍ରୀନ ଜୋନରେ ସକାଳ ୯ଟା ପୂର୍ବରୁ ବହୁ ସଂଖ୍ୟକ ରକେଟ୍‌ ମାଡ଼ ହୋଇଥିବା ଜଣାପଡ଼ିଛି। ଦୁର୍ଯୋଗକୁ ରକେଟ୍‌ ସବୁ ଜନବସତି ଅଞ୍ଚଳରେ ପଡ଼ିଛି। ଅପରପକ୍ଷେ ଏହି ଆକ୍ରମଣରେ ହାତ ନ ଥିବା କଥା ତାଲିବାନ କହିଥିବା ବେଳେ ଅନ୍ୟ କୌଣସି ସଂଗଠନ ଏଥିପାଇଁ ଦାୟୀ ବୋଲି ଦାବି କରିନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ