କୁକୁଡ଼ା ପାଇଁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ


ପ୍ରତୀକାତ୍ମକ ଫଟୋ
କୁକୁଡ଼ା ପାଇଁ ହୋଇଛି ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା ଅଁରା ଗ୍ରାମରେ। ମୃତକ ହେଲେ ଆନନ୍ଦ ନାୟକ।

ସୂଚନାଯୋଗ୍ୟ, ତିନି ଦିନ ତଳେ ଅଁରା ଗ୍ରାମର ଲକ୍ଷ୍ମୀଧର ମଳିକଙ୍କ କୁକୁଡ଼ା ଭୀମସେନ ଖଣ୍ଡେଇଙ୍କ ବାଡ଼ିରେ ପଶିଥିଲା। ଭୀମସେନ ତାଙ୍କ ବାଡ଼ିରେ ହୋଇଥିବା ଶୀତଦିନିଆ ଫସଲରେ କୀଟନାଶକ ପ୍ରୟୋଗ କରିଥିବାରୁ କୁକୁଡ଼ାଟି ଖାଇ ମରିଯାଇଥିଲା। ଏନେଇ ଶୁକ୍ରବାର ରାତିରେ ଉକ୍ତ ଗାଁରେ କୁକୁଡ଼ାକୁ ନେଇ ଏକ ନ୍ୟାୟ ବୈଠକ ବସିଥିଲା। ତେବେ ନ୍ୟାୟ ନିଶାପ ସମୟରେ ଲକ୍ଷ୍ମୀଧର ମଲ୍ଲୀକ ଏବଂ ଲକ୍ଷ୍ମଣ ଖଣ୍ଡେଇଙ୍କ ପରିବାରକୁ ଛାଡ଼ି ଆନନ୍ଦ ନାୟକ ଏବଂ ବାବନ ବେହେରାଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା। ଉଭୟ ପରିବାର ଭଦ୍ରଲୋକ ହୋଇ ନ୍ୟାୟ କରୁଥିଲେ। ଉତ୍‌କ୍ଷିପ୍ତ ହୋଇ ବାବନ ବେହେରାଙ୍କ ପୁଅ ଏକ କ୍ରିକେଟ୍ ବ୍ୟାଟ୍‌ରେ ଆନନ୍ଦଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ବାବନ ବେହେରାଙ୍କ ପରିବାର ଏବେ ଫେରାର୍‌ ରହିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ