ହାଜତ ମୃତ୍ୟୁ ଓ ସ୍କୁଲ୍‌ ବନ୍ଦ ପ୍ରସଙ୍ଗକୁ ନେଇ ଗୃହ ଅଚଳ


ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ
ଭୁବନେଶ୍ବର: ବିଧାନସଭା ଅଧିବେଶନର ଦ୍ବିତୀୟ ଦିନରେ ପୁଣି ଉଠିଛି ହାଜତ ମୃତ୍ୟୁ ପ୍ରସଙ୍ଗ। ଏଥିସହ ରାଜ୍ୟରେ ସ୍କୁଲ୍‌ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ। ରାଜ୍ୟରେ ୧୪ ହଜାର ସ୍କୁଲ୍‌ ବନ୍ଦ କରିବାକୁ ପ୍ରସ୍ତାବ ଥିବା ନେଇ ବିରୋଧୀ ହଙ୍ଗାମା କରିଥିବା ବେଳେ ଉଭୟ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେଣୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ୧୫ ମିନିଟ୍‌ ଏବଂ ପରେ ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ପ୍ରଥମେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ଉଠାଇଥିଲେ। ସେ ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ସବୁ କାର୍ଯ୍ୟସୂଚୀ ବାତିଲ୍ କରି ମୋସନ୍‌ ଆକାରରେ ଆଲୋଚନା ଦାବି କରିଛନ୍ତି। ସେ ହାଜତ ମୃତ୍ୟୁ ଘଟଣାକୁ ନିନ୍ଦା କରିଛନ୍ତି। ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀଦଳ ନେତା। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର ଉକ୍ତ ପ୍ରସଙ୍ଗ ଉଠାଇ  କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏବେ ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ଏହି ଘଟଣାକୁ ନେଇ ଏନ୍‌ଏଚ୍‌ଆର୍‌ସି ତାଗିଦ୍‌ କଲେ। ମାନବ ଅଧିକାର ଉଲ୍ଲଂଘନ ହେଉଛି। ଏସ୍‌ପିଙ୍କୁ କେବଳ ବଦଳି କଲେ ହେବନି, ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ନରସିଂହ ମିଶ୍ର କହିଥିଲେ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା। ମୁଲତବୀ ନୋଟିସ୍‌ ଦେଇଛନ୍ତି ବିରୋଧୀ। କିନ୍ତୁ ମୋସନ୍‌ ଆକାରରେ କାହିଁକି ଆଲୋଚନା କରିବାକୁ ଦାବି କରୁଛନ୍ତି ।ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି। ତେଣୁ ଏହା ଉପରେ ଯଦି ଆଲୋଚନା ହୁଏ, ତେବେ ଘଟଣା ପ୍ରଭାବିତ ହେବାରେ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ବିରୋଧୀ ଦଳର ଅଭିଯୋଗ ଉପରେ ଉତ୍ତର ରଖି ବିଜେଡି  ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ସରକାର ସ୍କୁଲ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନେଇନାହାନ୍ତି। ବ୍ଲକ୍‌ ସ୍ତରରେ କମିଟି ଗଠନ କରାଯଇଛି, ସେମାନେ ନିଷ୍ପତ୍ତି ନେବେ। ହଠାତ୍‌ ସରକାର ସ୍କୁଲ ବନ୍ଦ କରିବେ ନାହିଁ। ସରକାର ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି ବୋଲି ଦେବୀ ମିଶ୍ର କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ