୭ ହଜାରକୁ ଖସିଲା ସକ୍ରିୟ ସଂକ୍ରମଣ: ଆଜି ଆଉ ୭୭୮ ଆକ୍ରାନ୍ତ ଚିହ୍ନଟ


କୋରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ
ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏକପ୍ରକାର ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି  ୭୭୮ ନୂଆ କୋରୋନା ଆକ୍ରାନ୍ତ। ଅନ୍ୟପକ୍ଷରେ ରାଜ୍ୟର ୧୦ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ତଳେ ରହିଛି। ସେହିପରି ଗତକାଲି ପରି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେରୁ କମ୍‌ ରହିଛନ୍ତି। ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରୁ ୪୪୬ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ୩୩୨ ରହିଛି।  ଅନ୍ୟପକ୍ଷରେ ସଂକ୍ରମଣ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଗତକାଲି ୧୧୦୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ତଳକୁ ଖସି ଆସିଛି।

୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୮ଜଣ, ବାଲେଶ୍ୱର ଜିଲ୍ଲାରୁ ୬୧ ଜଣ, ବରଗଡ଼ ଜିଲ୍ଲାରୁ ୩୦ ଜଣ, ଭଦ୍ରକ ଜିଲ୍ଲାରୁ ୬ ଜଣ, ବଲାଙ୍ଗିର ଜିଲ୍ଲାରୁ ୨୯ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୫୪ ଜଣ, ଦେଓଗଡ଼ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ ଜଣ, ଗଜପତି ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଜିଲ୍ଲାରୁ ୧୮ ଜଣ, ଜଗତସିଂହପୁର ଜିଲ୍ଲାରେ ୪୦ ଜଣ, ଯାଜପୁର ଜିଲ୍ଲାରୁ ୨୧ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୩ ଜଣ, କନ୍ଧମାଳ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୬ ଜଣ, କେନ୍ଦୁଝର ଜିଲ୍ଲାରୁ ୫୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧ ଜଣ, କୋରାପୁଟ ଜିଲ୍ଲାରୁ ୧୦ ଜଣ, ମାଲକାନାଗିରି ଜିଲ୍ଲାରୁ ୪ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ ଜଣ, ନୟାଗଡ଼ ଜିଲ୍ଲାରୁ ୪ ଜଣ, ନୂଆପଡ଼ା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୨୦ ଜଣ, ରାୟଗଡ଼ା ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୪୦ ଜଣ, ସୋନପୁର ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୧୩ ଜଣ ଆକ୍ରାନ୍ତ।

ସୂଚନାଯୋଗ୍ୟ, ରାଜ୍ୟ‌ରେ ୫୫ ଲକ୍ଷ ଅତିକ୍ରମ କରିଛି ନମୁନା ପରୀକ୍ଷଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ  ୧୮ ହଜାର ୬୪୪ ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୩ ହଜାର ୩୨୩ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩ ହଜାର ୮୯୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ହଜାର ୭୪୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୧୭ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା ୧୬୨୫ ରେ ପହଞ୍ଚିଯାଇଛି। ସେହିପରି ଆଉ ୫୩ କୋରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେମାନଙ୍କର ମୃତ୍ୟୁ କୋରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ