ଆଇଏଏସ ଟପର ଟିନା ଡାବି ଓ ଅଥର ଖାନଙ୍କ ପକ୍ଷରୁ ଛାଡ଼ପତ୍ର ଆବେଦନ


ଟିନା ଡାବି ଓ ଅଥର ଖାନ (ଫାଇଲ ଫଟୋ)
ଜୟପୁର: ୨୦୧୫ ଆଇଏଏ ଟପ୍ପର ହୋଇଥିବା ଟିନା ଡାବି ଓ ଦୁଇ ନମ୍ବର ରାଙ୍କରେ ଥିବା ଅଥର ଖାନଙ୍କ ମଧ୍ୟରେ ବାହାଘରକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଆଇଏଏସ ଟପର ହୋଇଥିବା ଟିନା ତାଙ୍କର ଜୀବନ ସାଥୀ ଭାବେ ଜଣେ ମୁସଲମାନ ଯୁବକଙ୍କୁ ବାଛିବାକୁ ନେଇ ସାରା ଦେଶରୁ ପ୍ରଶଂସା ଓ ଆଶୀର୍ବାଦ ଅଜାଡ଼ି ହୋଇ ପଡ଼ିଥିଲା। ଏହା ମଧ୍ୟରେ ସେମାନଙ୍କ ବୈବାହିକ ଜୀବନ ପଞ୍ଚମ ବର୍ଷରେ ପଦାର୍ପଣ କରିଥିଲା ବେଳେ ଉଭୟେ ଜୟପୁରରେ ଏକ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ଆଇଏଏସ ଟପ୍ପର ହେବା ପରେ ଟିନା ଓ ଅଥର ରାଜସ୍ଥାନ କ୍ୟାଡର ବାଛିଥିଲେ। ଆଉ ୨୦୧୫ ପରଠାରୁ ସେମାନେ ରାଜସ୍ଥାନରେ ରହି ଆସୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ମତଭେଦ ନେଇ କୌଣସି ରିପୋର୍ଟ ଗଣମାଧ୍ୟମକୁ ଆସି ନ ଥିଲା ବେଳେ ଏବେ ପରସ୍ପରକୁ ସହମତିରେ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଥିବା ସାମ୍ନାକୁ ଆସିଛି। ଅଥରଙ୍କ ଘର ଦକ୍ଷିଣ କଶ୍ମୀର ହୋଇଥିଲା ବେଳେ ସେ ୨୦୧୫ ବ୍ୟାଚରେ ନମ୍ବର-୨ ସ୍ଥାନରେ ରହି କଶ୍ମୀରବାସୀଙ୍କ ପାଇଁ ଗୌରବ ଆଣିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ