ପାକିସ୍ତାନରେ ମିଳିଲା ୧୩୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ


ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାତ ଜିଲ୍ଲାର ଏକ ପର୍ବତରୁ ମିଳିଥିବା ବିଷ୍ଣୁ ମନ୍ଦିର
ଇସଲାମାବାଦ: ଇସଲାମାବାଦର ଉତ୍ତର ପଶ୍ଚିମ ପାକିସ୍ତାନରେ ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଖୋଜି ବାହାର କରିଛନ୍ତି। ଏହି ମନ୍ଦିର ସ୍ବାତ ଜିଲ୍ଲାର ଏକ ପର୍ବତରେ ରହିଛି। ଖନନ ସମୟରେ ଏହି ମନ୍ଦିର ସେଠାରେ ଥିବା ସମ୍ପର୍କରେ ଜଣାପଡ଼ିଥିଲା ବୋଲି ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କ ବୋଲି ଜଣାପଡ଼ିଛି। ମନ୍ଦିର ପାଖରେ ଏକ ପୁଷ୍କରିଣୀ ମଧ୍ୟ ରହିଥିବା ଦେଖିବାକୁ ମିଳିଛି।

ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଫଜଲ ଖାଲିକ କହିଛନ୍ତି ଯେ ଏହି ମନ୍ଦିର ୧୩୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ୮୫୦ରୁ ୧୦୨୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ହିନ୍ଦୁ ଶାହି ନାମରେ ଏକ ହିନ୍ଦୁ ରାଜବଂଶ ଥିଲା। ସେହି ରାଜବଂଶ କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧାର (ଆଧୁନିକ ପାକିସ୍ତାନ) ଏବଂ ବର୍ତ୍ତମାନର ଉତ୍ତର-ପଶ୍ଚିମ ଭାରତରେ ଶାସନ କରୁଥିଲେ। ମନ୍ଦିର ପାର୍ଶ୍ବରେ ପୁଷ୍କରିଣୀ ଥିବାରୁ ହୁଏତ ଏଥିରେ ସ୍ନାନ କରିବା ପରେ ମନ୍ଦିର ଭିତରକୁ ଯିବାର ପ୍ରଥା ରହିଥିଲା ବୋଲି ପ୍ରତ୍ନତତ୍ତ୍ବ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ