ରେମଡେସିଭିରକୁ କୋରୋନା ମେଡିସିନ ତାଲିକାରୁ ବାଦ ଦେଲା ହୁ’


ରେମଡେସିଭିର (ଫାଇଲ ଫଟୋ)
ଜେନେଭା: କୋରୋନା ମହାମାରୀ ମୁକାବିଲା ପାଇଁ ଏକାଧିକ ମେଡିସନର ପରୀକ୍ଷଣ ଚାଲିଛି। ଏହିପରି ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ‘ରେମଡେସିଭିର’କୁ  ପ୍ରିକ୍ବାଲିଫିକେସନ ତାଲିକାରୁ ବାଦ ଦେଇଛି। ବିଶେଷକରି ପ୍ରଗତିଶୀଳ ରାଷ୍ଟ୍ରମାନଙ୍କରେ କୋରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଏହି ମେଡିସିନ ଦିଆଯାଉଥିବାରୁ ଏହା ଉପରେ ହୁ ରୋକ ଲଗାଇଛି। ରଏଟର୍ସକୁ ଏକ ଇମେଲ୍ ଯୋଗେ  ହୁ’ର ବରିଷ୍ଠ ଅଧିକାରୀ ତାରିକ ଜାସରଭିକ ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା ହୁ’ ସ୍ପଷ୍ଟ କରିଛି ଯେ କୋରାନା ମୁକାବିଲା ପାଇଁ କୌଣସି ପ୍ରକାର ମେଡିସିନ ବ୍ୟବହାର କଲେ ବି ହୁ’ର ଅନୁମତି ନେବାର ଆବଶ୍ୟକତା ରହିଛି। କାରଣ ଅନେକ ପ୍ରକାର କୋରୋନା ମେଡିସନର ପାର୍ଶ୍ବ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ କେଉଁ ମେଡିସିନ କୋରୋନା ପାଇଁ ଉପଯୋଗୀ ହୋଇପାରିବ ତାହା ଉପରେ ନଜର ରଖିଛି।

ସ୍ବଳ୍ପ ଆୟକାରୀ ରାଷ୍ଟ୍ରଗୁଡ଼ିକ କୋରୋନା ମୁକାବିଲା ପାଇଁ ବାଟ ଖୋଜି ପାଉ ନାହାନ୍ତି। କିପରି ଭାବେ ଏହି କୋରୋନା ମହାମାରୀକୁ ସେମାନେ ସାମ୍ନା କରିବେ ତାହାକୁ ନେଇ ବାଟବଣା ହୋଇଛନ୍ତି। ଏହି ସ୍ଥିତିରେ ସେମାନେ ହୁ’ର ବିନା ଅନୁମୋଦନରେ  କମ ଦାମରେ କୋରୋନା ପ୍ରତିଷେଧକ ସଂଗ୍ରହ କରି ଏହାର ନିଦାନ ପାଇଁ ବ୍ୟବହାର କରୁଛନ୍ତି। ଯାହା ଭବିଷ୍ୟତରେ ଆହୁରି ବିପଦର କାରଣ ହେବ ବୋଲି ହୁ’ ଜାଣିବାକୁ ପାଇଛି। ତେଣୁ ରେମିଡେସିଭିର ପରି ମେଡିସିନକୁ କୋରୋନା ମୁକାବିଲା ପାଇଁ ପ୍ରିକ୍ବାଲିଫିକେସନ ତାଲିକାରୁ ବାଦ ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ