ହିମ୍ମତୱାଲା ଦାନ ସିଂ: ଚାକିରି ହରାଇ ବି ଚା’ ବ୍ୟବସାୟରୁ ମାସକୁ କମାଉଛନ୍ତି ଲକ୍ଷେ


ହର୍ବାଲ ଚା’ର ଉପାଦାନ ସଂଗ୍ରହ କରୁଛନ୍ତି ଦାନ ସିଂ
ଉତ୍ତରାଖଣ୍ଡର ଅଲମୋଡାରେ ରହୁଥିବା ଦାନ ସିଂ ଦିଲ୍ଲୀ ମେଟ୍ରୋରେ ଚାକିରି କରୁଥିଲେ। କୋରୋନା ଭାଇରସ କାରଣରୁ ଲାଗିଥିବା ଲକଡାଉନ ଯୋଗୁ ତାଙ୍କର ଚାକିରି ଚାଲିଯାଇଥିଲା। ଏହାପରେ ସେ ଅନେକ ଅଫିସରେ କାମ ଖୋଜିଥିଲେ। କିନ୍ତୁ ତାଙ୍କୁ ଚାକିରି ମିଳି ନ ଥିଲା। ଇତିମଧ୍ୟରେ ସେ ତାଙ୍କ ଗାଁରେ ପାହାଡ଼ି ଘାସରୁ ହର୍ବାଲ ଚା’ ତିଆରି କରିବା କାମ କରିଥିଲେ। ଦେଖୁ ଦେଖୁ କିଛି ଦିନ ମଧ୍ୟରେ ତାଙ୍କ ଚା’ର ଚାହିଦା ବଢ଼ିବାରେ ଲାଗିଲା। ଏବେ ଏହି ହର୍ବାଲ ଚା’ ବିକ୍ରି କରି ଦାନ ସିଂ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ସୂଚନାଯୋଗ୍ୟ ଯେ କୋରୋନା ଭାଇରସ ବ୍ୟାପିବା କାରଣରୁ କିଛି ଦିନ ପୂର୍ବରୁ ଦାନ ସିଂ ଗାଁକୁ ଆସିଥିଲେ। ଏପରିସ୍ଥଳେ ଦେଶରେ ଲକଡାଉନ ଲାଗିଥିଲା। ଫଳରେ ସେ ଆଉ ବାହାରି ପାରି ନ ଥିଲେ। ତେଣୁ ଦାନ ସିଂଙ୍କ ଚାକିରି ଚାଲିଯାଇଥିଲା। କୋରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପରାମର୍ଶ ଦେଉଛନ୍ତି। ତେଣୁ କାଢ଼ା ଓ ହର୍ବାଲ ଟି’ର ଚାହିଦା ବଢ଼ି ଯାଇଛି। ଏପରିସ୍ଥଳେ ଦାନ ସିଂଙ୍କ ଧ୍ୟାନ ପାହାଡ଼ ଉପରେ ଉଠୁଥିବା ଏକ ସ୍ବତନ୍ତ୍ର ପ୍ରଜାତିର ଘାସ ଉପରକୁ ଯାଇଥିଲା। ଏହି ଘାସକୁ ଲୋକେ ଥଣ୍ଡା ଜ୍ବର ହେଲେ ଘରୋଇ ଉପାୟ ଭାବେ ସେବନ କରିଥାନ୍ତି। ଦାନ ସିଂ ଏହି ଘାସରୁ ଚା’ ତିଆରି କରି ଥଣ୍ଡା ଜ୍ବରରେ ପୀଡ଼ିତ ଲୋକଙ୍କୁ ସେବନ କରାଇଲେ। ଏହାଦ୍ବାରା ସେମାନଙ୍କୁ ଆରାମ ମିଳୁଥିବା ଦେଖିବାକୁ ମିଳିଥିଲା।

ଦାନ ସିଂ ପ୍ରତ୍ୟେକ ଦିନ ସକାଳେ ପାହାଡ଼ ଉପରକୁ ଯାଇ ଘାସ ଉପାଡ଼ି ଆଣନ୍ତି। ଏହାପରେ ଘାସକୁ ସଫା କରି ଶୁଖାଇଥାନ୍ତି। ଦୁଇ ତିନି ଦିନ ପରେ ଘାସ ଶୁଖିଯାଇଥାଏ। ଏହାପରେ ଏହାକୁ ହାତରେ ରଗଡ଼ି ଏଥିରେ ଲେମନ ଗ୍ରାସ, ତେଜପତ୍ର, ତୁଳସୀ ପତ୍ର ଓ ଅଦା ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତି। ପରେ ଏବେ ଗାଁର ଅନ୍ୟ ଲୋକମାନେ ମଧ୍ୟ ଏହି ଘାସ ଉପଯୋଗ କରୁଛନ୍ତି। ଏହି ପାହାଡ଼ୀ ଘାସକୁ କଣ୍ଡାଲି କହନ୍ତି। ଏହି ଘାସରେ ତରକାରୀ ମଧ୍ୟ ତିଆରି କରାଯାଏ। ଏଥିରେ ଭିଟାମିନ ସି ଓ ଭିଟାମିନ ଏ ରହିଛି। ଏହା ଏକ ଇମ୍ୟୁନିଟି ବୁଷ୍ଟର ମଧ୍ୟ। ମଧୁମେହ ଓ ଆର୍ଥ୍ରାଇଟିସ ରୋଗ ପାଇଁ ଏହି ଘାସ ଲାଭଦାୟକ।

ଦାନ ସିଂ ଏହି ହର୍ବାଲ ଚା’ ବ୍ରାଣ୍ଡର ନାମ ମାଉେଣ୍ଟନ ଟି’ ରଖିଛନ୍ତି। ଦାନ ସିଂଙ୍କ ସହିତ ଏହି କାମରେ ତାଙ୍କୁ ଆହୁରି ୫ ଜଣ ସାହାଯ୍ୟ କରୁଛନ୍ତି। ବର୍ତ୍ତମାନ ସମୟରେ ଏହି ଚା’ର ଚାହିଦା ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଦିଲ୍ଲୀ ଭଳି ରାଜ୍ୟରେ ଅଧିକ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ