ଭାରତରେ ଲଞ୍ଚ ହେଲା ଟାଇମେକ୍ସ ପ୍ରିମିଅମ ଆକ୍ଟିଭ ଆଇକନେକ୍ଟ ସ୍ମାର୍ଟୱାଚ


ଟାଇମେକ୍ସ ପ୍ରିମିଅମ ଆକ୍ଟିଭ ଆଇକନେକ୍ଟ ସ୍ମାର୍ଟୱାଚ
ଟାଇମେକ୍ସ ନିଜର ସ୍ମାର୍ଟୱାଚ ‘ଟାଇମେକ୍ସ ପ୍ରିମିଅମ ଆକ୍ଟିଭ ଆଇକନେକ୍ଟ’କୁ ଭାରତୀୟ ବଜାରରେ ଲଞ୍ଚ କରିଛି। ଟାଇମେକ୍ସ ଆଇକନେକ୍ଟରେ ସଫ୍ଟ ସିଲିକନ ଓ ଷ୍ଟେନଲେସ ଷ୍ଟିଲର ଷ୍ଟ୍ରାଇପ ରହିଛି। ଏଥିରେ ଫୋନରେ ଆସୁଥିବା କଲ, ମେସେଜ ଓ କ୍ୟାଲେଣ୍ଡର ଆଦିର ନୋଟିଫିକେସନ ମିଳିବ। ଟାଇମେକ୍ସର ଏହି ସ୍ମାର୍ଟୱାଚରେ ହାର୍ଟ ରେଟ ମନିଟର ସହିତ ଆକ୍ଟିଭିଟି ଟ୍ରାକର, ମ୍ୟୁଜିକ ପ୍ଲେବ୍ୟାକ ଓ ସ୍ଲିପ ମନିଟରିଂ ରହିଛି। ଟାଇମେକ୍ସ ଆଇକନେକ୍ଟରେ ୱାଟର ଓ ଡଷ୍ଟ ରେଜିଷ୍ଟାଣ୍ଟ ରହିଛି। ଏହାର ବ୍ୟାଟେରୀ ପାଞ୍ଚ ଦିନ ଯାଏ ବ୍ୟାକଅପ ଦେବ ବୋଲି ଦାବି କରାଯାଉଛି।

ଏହି ଟାଇମେକ୍ସ ଆଇକନେକ୍ଟ ସ୍ମାର୍ଟୱାଚର ଦାମ ୬,୯୯୫ ଟଙ୍କା। ଷ୍ଟେନଲେସ ଷ୍ଟିଲ ଷ୍ଟ୍ରାଇପ ମଡେଲର ଦାମ ୭,୨୯୫ ଟଙ୍କା। ଏହା ସିଲିକନ ଷ୍ଟ୍ରାଇପଯୁକ୍ତ ବ୍ଲାକ ଏବଂ ପିଙ୍କ ରଙ୍ଗରେ ଉପଲବ୍ଧ ହେଉଛି। ସେହିପରି ଷ୍ଟେନଲେସ ଷ୍ଟିଲ ମଡେଲକୁ ସିଲଭର ଓ ଗୋଲ୍ଡ କଲରରେ କିଣାଯାଇପାରିବ।

ବୈଶିଷ୍ଟ୍ୟାବଳୀ
ଟାଇମେକ୍ସ ଆଇକନେକ୍ଟ ସ୍ମାର୍ଟୱାଚରେ ରେକ୍ଟାଙ୍ଗୁଲାର ଡାଏଲ ରହିଛି। ଏହା ୩୬ ଏମଏମର ଅଟେ। ଡିସପ୍ଲେ ଟଚ ସପୋର୍ଟ ଅଟେ।  ଡାଏଲର ଫ୍ରେମ ମେଟାଲରେ ତିଆରି। କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ ରହିଛି। ଚାର୍ଜିଂ ପାଇଁ ମ୍ଯାଗ୍ନେଟିକ ପିନ ରହିଛି। ସୂଚନାଯୋଗ୍ୟ ଯେ ଟାଇମେକ୍ସ କିଛି ଦିନ ପୂର୍ବରୁ ନିଜ ଫିଟନେସ ବ୍ୟାଣ୍ଡ ଭାରତରେ ଲଞ୍ଚ କରିଥିଲା। ଟାଇମେକ୍ସର ଏହି ବ୍ୟାଣ୍ଡରେ ୨.୪ ସେଣ୍ଟିମିଟର ଡିସପ୍ଲେ ରହିଛି ଯାହାକୁ କଲର ଓ ଟଚ ସପୋର୍ଟ ଦିଆଯାଇଛି। ଟାଇମେକ୍ସରର ଏହି ବ୍ୟାଣ୍ଡ ରୋଜ ଗୋଲ୍ଡ ଓ ବ୍ଲାକ ରଙ୍ଗରେ ଉପଲବ୍ଧ ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ