ଶାଶୁ-ବୋହୂଙ୍କ ସମ୍ପର୍କ ମଜବୁତ କରିବ ଏହି ଟିପ୍ସ


ପ୍ରତୀକାତ୍ମକ ଫଟୋ
ବାହାଘର ପରେ ନୂଆ ଘରେ ନିଜକୁ ଅଚାନକ ଖାପଖୁଆଇବାରେ ବହୁତ ସମସ୍ୟା ହୋଇଥାଏ। ନୂଆବୋହୂଙ୍କୁ ପରିବାରର ସମସ୍ତ ସଦସ୍ୟ ବିଶେଷକରି ଶାଶୁଙ୍କ ସହ ତାଳମେଳ ରଖିବାକୁ ପଡ଼ିଥାଏ। ସେହିପରି ଶାଶୁଙ୍କୁ ମଧ୍ୟ ନୂଆ ବୋହୂଙ୍କ ଘର ପରିବାର ସହିତ ତାଳମେଳ ରଖିବାକୁ ପଡ଼ିଥାଏ। ଶାଶୁ-ବୋହୂଙ୍କ ସମ୍ପର୍କ ଉପରେ ହିଁ ପୂରା ପରିବାରର ମୂଳଦୁଆ ନିର୍ଭର କରିଥାଏ। ଏହି ସମ୍ପର୍କକୁ ପ୍ରେମ ଓ ଧୈର୍ଯ୍ୟ ସହିତ ନିଭାଇବା ଉଚିତ। ଏପରିସ୍ଥଳେ ଘରେ ଯଦି ଦୁଇ ଜଣ ବୋହୂ ଅଛନ୍ତି, ତେବେ ସେମାନଙ୍କ ସହିତ ଭଲରେ ଚଳିବା କିଛି ମାତ୍ରାରେ କଠିନ ହୋଇପାରେ। କାହାରି କିଛି ବି ଭୁଲ ପୂରା ଘରର ସୁଖଶାନ୍ତି ଭଙ୍ଗ କରିପାରେ। ଏପରିସ୍ଥଳେ ଶାଶୁ ମା’ଙ୍କୁ ଏଭଳି କିଛି ପଦକ୍ଷେପ ଉଠାଇବା ଉଚିତ ଯାହାଫଳରେ ଦୁଇ ବୋହୂଙ୍କ ସହିତ ମଜବୁତ ସମ୍ପର୍କ ରହିବ।

ଦାୟିତ୍ବ ସମାନ ଭାବେ ବାଣ୍ଟନ୍ତୁ
ପ୍ରତ୍ୟେକ ଶାଶୁ ମା’ ଦୁଇ ବୋହୂଙ୍କ ମଧ୍ୟରେ ଦାୟିତ୍ବ ସମାନ ଭାବେ ବାଣ୍ଟିବା ଉଚିତ। ଏଭଳି କରିବା ଦ୍ବାରା କାମ ଠିକ ଭାବେ ହୋଇଯିବା ସହିତ ଝଗଡ଼ା ପରିସ୍ଥିତି ସୃଷ୍ଟି ହେବ ନାହିଁ। କିନ୍ତୁ ଏକଥା ଧ୍ୟାନରେ ରଖନ୍ତୁ ଯେ ଯେଉଁ ବୋହୂ ଯେଉଁ କାମ କରିବା ପାଇଁ ସକ୍ଷମ, ତାଙ୍କୁ ସେହି କାମ ଦଅନ୍ତୁ।

ବୋହୂଙ୍କୁ ସମାନ ବ୍ୟବହାର କରନ୍ତୁ
ଦୁଇ ବୋହୂଙ୍କ ପ୍ରତି ଶାଶୁ ସମାନ ବ୍ୟବହାର କରିବା ଉଚିତ। ଯଦି କେବେ କୌଣସି ଏକ ବୋହୂ ଅନୁଭବ କରନ୍ତି ଯେ ଆପଣ ପକ୍ଷପାତ କରୁଛନ୍ତି ତେବେ ଅନ୍ୟ ବୋହୂ ପ୍ରତି ତାଙ୍କର ଈର୍ଷା ଭାବ ଆସିବା ଆରମ୍ଭ ହେବ। ଏହା ଘରର ବାତାବରଣକୁ ଖରାପ କରିଦେବ।

ଦୁଃଖ ସୁଖ ବାଣ୍ଟନ୍ତୁ
ଶାଶୁଙ୍କୁ ତାଙ୍କ ବୋହୂ ସହିତ କଥା ହୋଇ ସୁଖ ଦୁଃଖ ଶେୟାର କରିବା ଉଚିତ। ଆପଣ ଚାହିଲେ ଅଲଗା ଅଲଗା ଭାବେ ବୋହୂଙ୍କ ସହିତ କଥା ହୋଇ ତାଙ୍କ ସମସ୍ୟା ବୁଝିପାରିବେ। ଏପରି କରିବା  ଦ୍ବାରା ତାଙ୍କ ମନରେ କ’ଣ ଅଛି, ତାହା ଜାଣିପାରିବେ।

ଭୁଲ ବୁଝାମଣା ହେବାକୁ ଦିଅନ୍ତୁନି
ଯେ କୌଣସି ନୂଆ ସମ୍ପର୍କକୁ ବହୁତ ସମ୍ଭାଳିବାକୁ ପଡ଼ିଥାଏ। ଶାଶୁ ବୋହୂଙ୍କ ସମ୍ପର୍କରେ ଅନେକ ଭୁଲ ବୁଝାମଣା ହେବା ଆରମ୍ଭ ହୋଇଥାଏ। ଏପରି ହେଲେ ଲଢ଼ିବା ବଦଳରେ ସେମାନଙ୍କୁ ଏକାଠି ବସାଇ ଭୁଲ ବୁଝାମଣାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ। ଏହାକୁ ଦୂର କରିବା ବଦଳରେ ଯଦି କମେଣ୍ଟ କରିବେ, ତେବେ ସମ୍ପର୍କରେ ଫାଟ ସୃଷ୍ଟି ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ