ୟମି ଅଣ୍ଡା ହଲୱାର ମଜା ନିଅନ୍ତୁ


ଅଣ୍ଡା ହଲୱା
ଆପଣ କେବେ ବି ଅଣ୍ଡା ହଲୱା ସମ୍ପର୍କରେ ଶୁଣିଛନ୍ତି କି? ଅଣ୍ଡା ଅମଲେଟ, ହାଫ ଫ୍ରାଏ, ଭୁର୍ଜି କିମ୍ବା ତରକାରୀ ତ ନିହାତି ଖାଇଥିବେ। କିନ୍ତୁ ଅଣ୍ଡା ହଲାର ସ୍ବାଦ ହୁଏତ ଆପଣ କେବେ ବି ଚାଖି ନ ଥିବେ। ଅଣ୍ଡାର ହଲୱା ତିଆରି କରିବା ମଧ୍ୟ ବହୁତ ସହଜ। ଏହା ତିଆରି କରିବା ପାଇଁ ବେଶୀ ସମୟ କିମ୍ବା ପରିଶ୍ରମ ମଧ୍ୟ କରିବାକୁ ପଡ଼ି ନ ଥାଏ। ଅଣ୍ଡାର ହଲୱା ଖାଇବା ପରେ ଆପଣ ଅନ୍ୟ କିଛି ହଲୱା ଖାଇବାକୁ ଇଚ୍ଛା ମଧ୍ୟ ହେବ ନାହିଁ।

କ’ଣ ଦରକାର
୫ଟି ଅଣ୍ଡା, ୨୦୦ ଗ୍ରାମ ଚିନି, ୨୦୦ ଗ୍ରାମ ମିଲ୍କ ମେଡ, ୨୦୦ ମିଲିଲିଟର କ୍ଷୀର, ୧୧ଟି କାଜୁ ଓ ୮ଟି ପିସ୍ତା ବାଦାମ, ୧ ଚାମଚ ଗୁଜରାତି ଗୁଣ୍ଡ, ୫୦ ଗ୍ରାମ ଘିଅ, ଚିମୁଟେ ରଙ୍ଗ।

ପ୍ରସ୍ତୁତି ପ୍ରଣାଳୀ
ଅଣ୍ଡା ହଲୱା ତିଆରି କରିବା ଲାଗି ପ୍ରଥମେ ଚିନିକୁ ପାଉଡର କରନ୍ତୁ। ଏହି ଚିନି ପାଉଡରରେ ଗୁଜରାତି ଗୁଣ୍ଡ ମିଶାନ୍ତୁ। ଏବେ ଅଣ୍ଡାକୁ ଭାଙ୍ଗି ଏହି ଚିନି ପାଉଡରରେ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ ମିଲ୍କମେଡ, ଘିଅ ପକାଇ ମିଶାଇ ଗାଢ଼ା ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟରେ ଚିମୁଟେ ଫୁଡ କଲର ମିଶାଇ ଭଲ ଭାବେ ମିକ୍ସ କରନ୍ତୁ। ଏବେ ଗ୍ୟାସକୁ ଧିମା ଆଞ୍ଚରେ ଏକ କଡ଼େଇ ବସାଇ ଏହି ମିଶ୍ରଣକୁ କଡ଼େଇରେ ଢାଳନ୍ତୁ।

ଏହି ମିଶ୍ରଣକୁ ଧିମା ଆଞ୍ଚରେ ହିଁ ରଖିବାକୁ ପଡ଼ିବ। ନଚେତ ଅଣ୍ଡା ଶୀଘ୍ର ସିଝିଯିବ ଓ ହଲୱା ଖରାପ ହୋଇଯିବ। ଏହାକୁ ଲଗାତର ଘାଣ୍ଟିବା ମଧ୍ୟ ନିହାତି ଦରକାର। ଏହି ମିଶ୍ରଣକୁ ଧିମା ଆଞ୍ଚରେ ଅତିକମରେ ୧୦ ମିନିଟ ଯାଏ ଗୋଳାନ୍ତୁ। ମିଶ୍ରଣ ଗାଢ଼ ହୋଇଗଲା ପରେ ଏଥିରେ ଡ୍ରାଏ ଫ୍ରୁଟ ପକାନ୍ତୁ। ଏହି ମିଶ୍ରଣ ଘିଅ ଛାଡ଼ିବା ଆରମ୍ଭ କଲା ପରେ ଏହାକୁ ଆହୁରି ୫ ମିନିଟ ଯାଏ ଗୋଳାଇ ଗ୍ୟାସ ବନ୍ଦ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଅଣ୍ଡା ହଲୱା। ଏହାକୁ ସର୍ଭିଙ୍ଗ ଗିନାକୁ ବାହାର କରି ଡ୍ରାଏ ଫ୍ରୁଟରେ ସଜାଇ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ