ଅହମଦାବାଦରେ ପୁଣି ଲାଗିଲା ରାତ୍ରକାଳୀନ କର୍ଫ୍ୟୁ


ଅହମଦାବାଦରେ ରାତ୍ରକାଳୀନ କର୍ଫ୍ୟୁ
ଗୁଜରାଟର ଅହମଦାବାଦ ସହରରେ ପୁଣି ଥରେ ସ୍ଥାନୀୟ ପ୍ରଶାସନ ରାତ୍ରକାଳୀନ କର୍ଫ୍ୟୁ ଜାରି କରିଛନ୍ତି। କୋରୋନା ସଂକ୍ରମଣ ପୁଣି ଥରେ ସହରରେ ଉପରମୁହାଁ ହେବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଅହମଦାବାଦ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାରେ କୁହାଯାଇଛି ଯେ ୨୦ ତାରିଖରୁ ରାତ୍ରକାଳୀନ କର୍ଫ୍ୟୁ ଜାରି ନେଇ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି। ଫଳରେ ରାତି ୯ଟାରୁ ସକାଳ ୬ଟା ଭିତରେ ଅବାଧ ଯାତ୍ରା ଉପରେ ଲାଗିଛି କଟକଣା। ଅତି ଜରୁରୀ କାମ ନ ଥିଲେ କେହି ସହର ଭିତରେ ଏହି ସମୟ ଭିତରେ ଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଇଛି।

ସହରରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ମାନଙ୍କରେ ବେଡ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ସୂଚନାନୁସାରେ ଘରୋଇ ହସ୍ପିଟାଲରେ କେବଳ ୪୦୦ ବେଡ ଖାଲି ରହିଛି। ସେହିପରି ଭାବେ ସରକାରୀ ହସ୍ପିଟାଲରେ ୨ ହଜାର ୬ ଶହ ବେଡ ଖାଲି ରହିଥିବା କୁହାଯାଇଛି। ମାତ୍ର ଯେଉଁପରି ଭାବେ ପୁଣି ଥରେ ସଂକ୍ରମଣ ବଢ଼ୁଛି, ଆଗକୁ ଅଧିକ ବେଡର ଆବଶ୍ୟକତା ଥିବାରୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ କୋରୋନା ଆକ୍ରାନ୍ତଙ୍କ ପାଇଁ ବେଡ ସଂଖ୍ୟା ବଢ଼ାଇବାକୁ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ମଧ୍ୟ ନିଆଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ