ଜମାକାରୀଙ୍କୁ ଫେରସ୍ତ ପାଇଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଖରେ ଟଙ୍କା ରହିଛି: ଆରବିଆଇ ପ୍ରଶାସକ


ଆରବିଆଇ ପ୍ରଶାସକ ଟିଏନ୍ ମନୋହରନ (ଫାଇଲ ଫଟୋ)
ଦେବାଳିଆ ହୋଇଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଜମାକରୀଙ୍କ ପାଇଁ ଖୁସି ଖବର ଆସିଛି। ଆରବିଆଇ ଦ୍ବାରା ନିଯୁକ୍ତି ପାଇଥିବା ପ୍ରଶାସକ ଟିଏନ୍ ମନୋହରନ ଦାୟିତ୍ବ ଗ୍ରହଣ କରିବା ସହ କହିଛନ୍ତି ଯେ ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଖରେ ଟଙ୍କା ରହିଛି। ତେଣୁ ଯେଉଁ ଜମାକାରୀ ଏଠାରେ ଟଙ୍କା ରଖିଛନ୍ତି, ସେମାନଙ୍କ ଟଙ୍କା ସୁରକ୍ଷିତ ବୋଲି ସେ ପ୍ରତିଶ୍ରୁତି ରଖିଛନ୍ତି। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସଠିକ ଭାବେ ଡିବିଏସ ଇଣ୍ଡିଆ ସହ ମିଶ୍ରଣ ହେବ। ଜମାକାରୀ ସେମାନଙ୍କର ଟଙ୍କା ଫେରି ପାଇବେ। ସେ ଆହୁରି କହିଛନ୍ତି ଯେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଖରେ ୨୦ ହଜାର କୋଟି ଟଙ୍କା ଜମା ରହିଛି ଓ ୧୭ ହଜାର କୋଟି ଟଙ୍କା ଅଗ୍ରୀମ ଆକାରରେ ରହିଛି।

ଦେବାଳିଆ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ସରକାର ମଙ୍ଗଳବାର ମୋରାଟୋରିୟମ ଲାଗୁ କରିବା ସହ ମାସକ ପାଇଁ ଟଙ୍କା ଉଠାଣ ସୀମା ୨୫ ହଜାର ଟଙ୍କା ଭିତରେ ସୀମିତ ରଖିଥିଲେ। ଯାହାକୁ ନେଇ ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଜମା ରଖିଥିବା ଜମାକାରୀଙ୍କ ମଧ୍ୟରେ ହତାଶା ଭାବ ଦେଖା ଦେଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ସରକାର ସିଙ୍ଗାପୁର ସ୍ଥିତ ଡିବିଏସ ବ୍ୟାଙ୍କ ସହ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ କରି ଜମାକାରୀଙ୍କ ଟଙ୍କା ସୁରକ୍ଷିତ କରିବା ପାଇଁ ମଙ୍ଗଳବାର ନିଷ୍ପତ୍ତି ନେବା ସହ ଜଣେ ନୂଆ ପ୍ରଶାସକ ନିଯୁକ୍ତି କରିଥିଲେ। ଚେନ୍ନାଇରେ ମୁଖ୍ୟାଳୟ ଥିବା ଏହି ବ୍ୟାଙ୍କ ଯେତେବେଳେ ଛୋଟ ବ୍ୟବସାୟୀଙ୍କ ଉପରୁ ଫୋକସ ହଟାଇ ବଡ଼ ବ୍ୟବସାୟୀଙ୍କୁ ଋଣ ପ୍ରଦାନକୁ ଗୁରୁତ୍ବ ଦେଲା, ସେବେଠାରୁ ଦେବାଳିଆ ହୋଇଥିଲା। ଆଉ ଏହି ବ୍ୟାଙ୍କ ଉପରେ ଆରବିଆଇ ମଧ୍ୟ ତୀକ୍ଷଣ ନଜର ରଖିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ