ଘରୋଇ ଉତ୍ପାଦନ ବୃଦ୍ଧି ଓ ଆମଦାନି ନିର୍ଭରତା ହ୍ରାସ କରିବା ନେଇ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ

ଓଏଏଲ୍‌ପି-୫ରେ ପୁରସ୍କୃତ ୧୧ ବ୍ଲକ୍ ପାଇଁ ପେଟ୍ରୋଲିୟମ୍‌ ମନ୍ତ୍ରାଳୟର ଚୁକ୍ତି ସ୍ବାକ୍ଷର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହେଉଛି (ଫଟୋ-ପିଆଇବି)
ନୂଆଦିଲ୍ଲୀଠାରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଓପନ୍‍ ଏକରେଜ୍‍ ଲାଇସେନ୍ସି ପଲିସି(ଓଏଏଲ୍‌ପି)ର ପଞ୍ଚମ ବିଡ୍‌ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ୍‌ ବ୍ଲକ୍‌ ପାଇଁ ଚୁକ୍ତିସ୍ୱାକ୍ଷର କରିଛି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଅନ୍ୱେଷଣ ଏବଂ ଉତ୍ପାଦନ ସେକ୍ଟରରେ ସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍‍ ଅଫ୍‍ ଡୁଇଙ୍ଗ ବିଜନେସ୍‌କୁ ପ୍ରୋତ୍ସାହନ ମିଳିଛି ଏବଂ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର କରିଛି। ଆଗାମୀ ଦିନରେ ନୂତନ ଜ୍ଞାନକୌଶଳ ଏବଂ ଅନ୍ୟାନ୍ୟ ଉପାୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ତଥା ଦେଶର ଆମଦାନି ନିର୍ଭରତାକୁ ହ୍ରାସ କରିବା ନେଇ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ଓଏଓଲପିର ପଞ୍ଚମ ରାଉଣ୍ଡ ଅଧୀନରେ ବିଗତ ବର୍ଷମାନଙ୍କରେ ବ୍ଲକ୍‌ ପୁରସ୍କୁତ ହେବା ନୂଆ ଅନ୍ୱେଷଣ ଲାଇସେନ୍ସିଂ ପଲିସି (ଏନଇଏଲ୍‌ପି) ଦିଗରେ ବୃହତ ପଦକ୍ଷେପ। ଏହି ଅବସରରେ ଧର୍ମେନ୍ଦ୍ର ଇ ଏବଂ ପି ବ୍ଲକ୍‌ର ବିଡିଂ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଇଣ୍ଡିଆନ ଅଏଲ୍‌ ଏବଂ ଓଏନ୍‌ଜିସିକୁ ଅଭିନନ୍ଦନ ଜଣାଇଛନ୍ତି। ଏହାଦ୍ୱାରା ତୈଳ ଏବଂ ଗ୍ୟାସ୍‌ କ୍ଷେତ୍ରରେ ଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ। ଓଏଏଲ୍‌ପିରେ ଏନଇଏଲ୍‌ପିର ସମସ୍ତ ନିୟମାବଳିକୁ ପାଳନ କରାଯାଇଛି। ପୂର୍ବରୁ ଅନ୍ୱେଷଣ ଏକ୍ରେଜ୍‌ରେ ୮୦ ହଜାର ବର୍ଗ କିମି ପରିମିତ କ୍ଷେତ୍ରରେ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ଓଏଏଲ୍‌ପି ପଞ୍ଚମ ରାଉଣ୍ଡରେ ପୁରସ୍କୃତ ବ୍ଲକ୍‌ ଦ୍ୱାରା ଏହା ପାଖାପାଖି ବଢ଼ି ୨ ଲକ୍ଷ ୩୭ ହଜାର ବର୍ଗ କିମି ଉପଲବ୍ଧ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ଏହି ରାଉଣ୍ଡର ଶୁଭାରମ୍ଭ ହୋଇଥିଲା ଏବଂ କୋଭିଡ୍‍ ମହାମାରୀ ସତ୍ତ୍ବେ ବିଡ଼ିଂ ସଫଳତାର ସହ ଜୁନ୍‌ ୩୦ରେ ସମାପ୍ତ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ