୧୬ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ କ୍ରିକେଟ ଟିମ୍


ଇଂଲଣ୍ଡ କ୍ରିକେଟ ଟିମର ବେନ ଷ୍ଟୋକ୍ସ ଓ ଇଅନ୍‌ ମୋର୍ଗାନ (ଫାଇଲ ଫଟୋ)
ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ଇଂଲଣ୍ଡ କ୍ରିକେଟ ଟିମ ପାକିସ୍ତାନ ଗସ୍ତ କରିବାକୁ ଚୂଡ଼ାନ୍ତ ହୋଇଛି। ଏନେଇ ଉଭୟ ଦେଶର କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର ୧୪ ଓ ୧୫ ତାରିଖରେ ଦୁଇ ଦେଶ ମଧ୍ୟରେ କରାଚୀରେ ୨ଟି ଟି-୨୦ ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ବର୍ଷ ଅକ୍ଟୋବର ଓ ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ପୂର୍ବରୁ ଦୁଇ ଦେଶ ପ୍ରସ୍ତୁତି ସ୍ବରୂପ ଟି-୨୦ ଖେଳି ସିଧାସଳଖ ଭାରତ ଆସିବେ ବୋଲି ଦୁଇ ଦେଶର କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ଜାନୁଆରୀରେ ଦ୍ବିପାକ୍ଷିକ ସିରିଜ ଖେଳିବା ନେଇ ପାକିସ୍ତାନ ଇଂଲଣ୍ଡ ଟିମକୁ ନିମନ୍ତ୍ରଣ କରିଥିଲା, ମାତ୍ର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଓ ଫଣ୍ଡ ଅଭାବ ପାଇଁ ଜାନୁଆରୀରେ ସିରିଜ ଖେଳିବା ସମ୍ଭବ ନୁହେଁ ବୋଲି ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଥିଲା।

୨୦୨୧ରେ ଇଂଲଣ୍ଡ ପାକିସ୍ତାନ ଗସ୍ତ କରିବା ପରେ ୨୦୨୨-୨୩ରେ ଦ୍ବିପାକ୍ଷିକ ଦିନିକିଆ ସିରିଜ ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଆହୁରି କୁହାଯାଇଛି ଯେ ଏଫଟିପି କମିଟମେଣ୍ଟ ଅନୁସାରେ ଅଷ୍ଟ୍ରେଲିଆ ମଧ୍ୟ ପାକିସ୍ତାନ ଗସ୍ତ କରି ମ୍ୟାଚ ଖେଳିବ। ପାକିସ୍ତାନ କ୍ରିକେଟ ବୋର୍ଡ କାର୍ଯ୍ୟନିର୍ବାହୀ ୱାସିକ ଖାନ କହିଛନ୍ତି ଯେ ଆସନ୍ତା ଅକ୍ଟୋବରରେ ଇଂଲଣ୍ଡ ଟିମ ପାକିସ୍ତାନ ଗସ୍ତ କରି ସାରିବା ପରେ ସମସ୍ତେ ଜାଣିବାକୁ ପାଇବେ ଯେ ସିରିଜ ଖେଳିବା ପାଇଁ ପାକିସ୍ତାନ କିପରି ଭାବେ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ