ଗ୍ରୀନ ଆଉଟଫିଟରେ କାଇଲିଙ୍କ କାତିଲାନା ଅନ୍ଦାଜ


ଗ୍ରୀନ ଆଉଟଫିଟରେ ହଲିଉଡ ଅଭିନେତ୍ରୀ କାଇଲି ଜେନର
ହଲିଉଡ ଅଭିନେତ୍ରୀ କାଇଲି ଜେନର ନିଜ ବୋଲ୍ଡ ଲୁକ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ। କାଇଲି ସୋସାଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ଅଛନ୍ତି। ସେ ପ୍ରଶଂସକଙ୍କ ସହ ନିଜ ଫଟୋ ଶେୟାର କରିବାରେ ଲାଗିଥାନ୍ତି। ନିକଟରେ କାଇଲି ସୋସାଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ, ଯାହା ଖୁବ ଭାଇରାଲ ହେବାରେ ଲାଗିଛି।

ଶେୟାର କରାଯାଇଥିବା ଏହି ଫଟୋରେ ଅଭିନେତ୍ରୀ କାଇଲି ଗ୍ରୀନ ଆଉଟଫିଟରେ ନଜର ଆସୁଛନ୍ତି। ବହୁତ କମ ମେକଅପରେ ଓ ଲୋ-ବନରେ ଅଭିନେତ୍ରୀ ନିଜ ଲୁକକୁ ପୂରା କରିଥିଲେ। ଏହି ଗ୍ରୀନ ଡ୍ରେସ ସହିତ କାଇଲି ଛୋଟ ଛୋଟ ହ୍ବାଇଟ ଇଅରରିଙ୍ଗସ ଓ ନଖରେ ମଧ୍ୟ ପୋଷାକକୁ ମ୍ୟାଚ କରି ନେଲ ପେଣ୍ଟ ଲଗାଇଥିଲେ। ଏହି ଲୁକରେ କାଇଲି ବହୁତ ହଟ ଦେଖାଯାଉଥିଲେ। ପ୍ରଶଂସକମାନେ କାଇଲିଙ୍କ ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ