ଜାଣନ୍ତୁ ଗାଈ ଘିଅର ଅନେକ ଫାଇଦା


ପ୍ରତୀକାତ୍ମକ ଫଟୋ
ଗାଈ ଘିଅ ପୂଜା ପାଇଁ ବ୍ୟବହାର କରାଯାଇଥାଏ। ଏହାକୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ। କେତେକ ଲୋକ ଭାବନ୍ତି ଗାଈ ଘିଅ ଓଜନ ବୃଦ୍ଧି କରିଥାଏ। ତେଣୁ ଏହା ଖାଇବା ଠାରୁ ସେମାନେ ଦୂରେଇ ରହିଥାନ୍ତି। କିନ୍ତୁ ସବୁ ଠାରୁ ବଡ଼ କଥା ହେଉଛି ଗାଈ ଘିଅ ଓଜନ କମ କରିବାରେ ସାହାଯ୍ୟ କରିଥାଏ। ଗାଈ  ଘିଅରେ ଭିଟାମିନ ଏ, ଡି, କେ, କ୍ୟାଲସିୟମ, ଫସଫରସ, ମିନେରାଲ୍ସ, ପୋଟାସିୟମ ଭଳି ଅନେକ ପୋଷକତତ୍ତ୍ବ ରହିଛି।

କଫ ଦୂର କରେ
କଫ ଦୂର କରିବାରେ ଗାଈ ଘିଅ ପ୍ରଭାବୀ ଢଙ୍ଗରେ କାମ କରିଥାଏ। ଏଥିପାଇଁ ଘିଅକୁ ହାଲୁକା ଗରମ କରି ଲୁଣ ମିଶାଇ ଛାତିରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା କଫ ବାହାରକୁ ବାହାରିଯିବ। ଗାଈ ଘିଅ ପ୍ରତ୍ୟେକ ଦିନ ଭୋଜନରେ ସାମିଲ କରିବା ଫଳରେ ଶରୀର ସୁସ୍ଥ ରହିଥାଏ। ଏହା କ୍ୟାନସରରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। କୋଲେଷ୍ଟ୍ରଲ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ। ଏହା ପାଚନ ଶକ୍ତି ଓ ରକ୍ତଚାପକୁ ଠିକ କରିଥାଏ। ଗାଈ ଘିଅରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ଘିଅରେ ରହିଛି ଏହି ଫାଇଦା
ଖାଦ୍ୟ ଖାଇବା ପୂର୍ବରୁ ସକାଳେ ଗାଈ ଘିଅର ଦୁଇ ବୁନ୍ଦା ନାକରେ ପକାନ୍ତୁ। ଏପରି କରିବା ଦ୍ବାରା ଅଧକପାଳି ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ। ଗଣ୍ଠି ଯନ୍ତ୍ରଣା ପାଇଁ କଷ୍ଟ ଭୋଗୁଥିଲେ ସବୁଠାରୁ ଉତ୍ତମ ଉପାୟ ହେଉଛି ଗାଈ ଘିଅ ନିୟମିତ ମାଲିସ କରନ୍ତୁ। ଆର୍ଥ୍ରାଇଟିସ ରୋଗୀ ଏହି ଉପାୟ ପ୍ରତ୍ୟେକ ଦିନ ଆପଣାଇଲେ ଯନ୍ତ୍ରଣା ଦୂର ହୋଇଯିବ। ଏକ ଗ୍ଲାସ କ୍ଷୀରରେ ଅଧ ଚାମଚ ଗାଈ ଘିଅ ଓ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ବାରା ଥକାପଣ ଦୂର ହେବା ସହିତ ଶରୀର ଦୁର୍ବଳ ଅନୁଭବ ହେବ ନାହିଁ। ଗାଈ ଘିଅ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ