ଓଡ଼ିଶାରେ ଚମକିବ ଇକୋ ଟୁରିଜିମ: ଏଣିକି ପର୍ଯ୍ୟଟକଙ୍କୁ ମିଳିବ ହୋମ ଷ୍ଟେ ସୁବିଧା

ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ସହ ଗାଁକୁ ଯୋଡ଼ିବାର ବନ୍ଦୋବସ୍ତ କରୁଛନ୍ତି ସରକାର

ଓଡ଼ିଶାରେ ଇକୋ ଟୁରିଜିମ
ଓଡ଼ିଶାରେ ରହିଛି ପର୍ଯ୍ୟଟନର ଅପାର ସମ୍ଭାବନା। ସୁଦୀର୍ଘ ସମୁଦ୍ର କୂଳ, ଘଞ୍ଚ ବନାନୀ, ଉତ୍ତୁଙ୍ଗ ଶିଖରୀ, ବନ୍ୟ ଜୀବଜନ୍ତୁ, ବିବିଧତା ଭରା ଜୈବସମ୍ବଳ ଓ ବହୁବିଧ ଜନଜାତିଙ୍କ ଆଦିମ ବସତି, ଅସଂଖ୍ୟ ଜଳ ପ୍ରପାତ, ଝରଣା, ନଦୀ ଓ ଐତିହ୍ୟ ଗ୍ରାମ ସାଙ୍ଗକୁ ପ୍ରତ୍ନତାତ୍ତ୍ବିକ ଗୁରୁତ୍ବ ବହନ କରୁଥିବା ମନ୍ଦିର ପର୍ଯ୍ୟଟନ ପାଇଁ ଓଡ଼ିଶା ହେଉଛି ପ୍ରକ୍‌ଷ୍ଟ ସ୍ଥାନ। ଓଡ଼ିଶାର ପ୍ରାକ୍‌ତିକ ନୈସର୍ଗିକ ପରିବେଶରେ ରହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନେ ଆଗ୍ରହୀ। ଏହାକୁ ଦ୍‌ଷ୍ଟିରେ ରଖି ରାଜ୍ୟ ସରକାର ଇକୋ ଟୁରିଜିମ ସ୍ଥଳୀ ଗୁଡ଼ିକର ବିକାଶକୁ ପ୍ରାଥମିକତା ଦେଇଛନ୍ତି। ସ୍ଥାନୀୟ ଗ୍ରାମ ଗୋଷ୍ଠୀଙ୍କୁ ଏଗୁଡ଼ିକର ପରିଚାଳନା ଦାୟିତ୍ବ ଦିଆଯାଇଛି। ଏସବୁ ସତ୍ତ୍ବେ ଏବେ ପର୍ଯ୍ୟଟକମାନଙ୍କ ରହିବା ଭଳି ବ୍ୟବସ୍ଥା ଇକୋ ଟୁରିଜିମ ସ୍ଥଳୀ ଗୁଡ଼ିକର ଆଖପାଖରେ ନ ଥିବାରୁ ଯେଉଁ ସମସ୍ୟା ଉପୁଜୁଥିଲା ସେଗୁଡ଼ିକର ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ। ଏଣିକି ଇକୋ ଟୁରିଜିମ କିମ୍ବା ପ୍ରାକ୍‌ତିକ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଯେଉଁଠି ହୋଟେଲ ସୁବିଧା ନାହିଁ, ସେଠାରେ ପର୍ଯ୍ୟଟକଙ୍କୁ ଗାଁ ପରିବେଶ ମଧ୍ୟରେ କିଭଳି ରଖାଯାଇ ପାରିବ, ସେ କଥା ଚିନ୍ତା କରାଯାଉଛି।

ଘର ମାଲିକଙ୍କୁ ଦିଆଯିବ ତାଲିମ
ପର୍ଯ୍ୟଟକମାନଙ୍କୁ ହୋମ ଷ୍ଟେ ସୁବିଧା ଆଗାମୀ ୨୦୨୧ ମାର୍ଚ୍ଚରୁ ଅରମ୍ଭ ହେବ। ପ୍ରାଥମିକତା ଭିତ୍ତିରେ ୨୦୨୧ରୁ ୨୦୩୧ ପର୍ଯ୍ୟନ୍ତ ୧୦ ବର୍ଷ ଯାଏ ଏଭଳି ସୁବିଧା ଉପଲବ୍ଧ ପାଇଁ ଇଚ୍ଛୁକ ଘର ମାଲିକମାନଙ୍କୁ ଚିହ୍ନଟ କରି ତାଲିମ ପ୍ରଦାନ କରାଯିବ। ପର୍ଯ୍ୟଟକମାନଙ୍କ ସୁବିଧା ଥିବା ଭଳି ବ୍ୟବସ୍ଥା ଘର ମାଲିକମାନେ କରିବେ। ଏଥିପାଇଁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଗୋଟିଏ ବଖରାରୁ ୬ଟି ବଖରା ଯାଏ ଭଡ଼ା ଦେବା ଭଳି ବ୍ୟବସ୍ଥା କରିବେ। ପ୍ରତ୍ୟେକ ବଖରା ୧୨୦ ବର୍ଗ ଫୁଟର ହୋଇଥିବା ଦରକାର। ଗୋଟିଏ ବଖରାରେ ଅନ୍ୟୁନ ଦୁଇଜଣ ଅତିଥି ଯେଭଳି ରହିପାରୁଥିବେ। ଏଥିରେ ଗାଧୁଆ ଘର, ପାଇଖାନା ସଂଲଗ୍ନ ରହିଥିବ। ପଙ୍ଖା, ଏୟାର କୁଲର, ରୋଷେଇଘର,୨୪ ଘଣ୍ଟା ବିଜୁଳି ଯୋଗାଣ ବ୍ୟବସ୍ଥା, କୀଟନାଶକ, ଆଶୁ ଚିକିତ୍ସା ସୁବିଧା ଆଦି ହୋମ ଷ୍ଟେ ବ୍ୟବସ୍ଥାରେ ଯୋଗାଇ ଦିଆଯିବ। ହୋମ ଷ୍ଟେ ପାଇଁ ଘର ପ୍ରସ୍ତୁତି ଦିଗରେ ଘର ମାଲିକମାନଙ୍କୁ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବେ ଏବଂ ଘର ମାଲିକମାନେ ଅତିଥିଙ୍କ ଠାରୁ ଭଡ଼ା ପାଇ ନିଜେ ରଖିବେ।

ସରକାରଙ୍କୁ ଘର ଭଡ଼ା ଦେବାକୁ ପଡ଼ିବ ନାହିଁ। ଓଲଟି ସରକାର ଘରମାଲିକମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେବେ। ପର୍ଯ୍ୟଟକ ମାନଙ୍କୁ ନିଜର ଅତିଥି ଭାବି କିଭଳି ବ୍ୟବହାର କରିବେ, ସେ କଥା ଘରମାଲିକ ବୁଝିବେ। ଆନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବେ। ହୋମ ଷ୍ଟେ ସୁବିଧା ପ୍ରଦାନକାରୀ ବ୍ୟକ୍ତି ପର୍ଯ୍ୟଟକମାନଙ୍କୁ ଗୁଣାତ୍ମକ ଆତିଥେୟତା, ସ୍ବାସ୍ଥ୍ୟପ୍ରଦ ପରିବେଶ ଓ ନିରାପତ୍ତା ଯୋଗାଇ ଦେବେ। ଏଥିପାଇଁ ସମ୍ପ୍‌କ୍ତ ଗାଁ ବା ରହଣିସ୍ଥଳର ବିକାଶ ପାଇଁ ସରକାର ଅର୍ଥ ଖର୍ଚ୍ଚ କରିବେ।

ସରକାର ଯୋଗାଡ଼ କରିବେ ପର୍ଯ୍ୟଟକ
ହୋମ ଷ୍ଟେ ସୁବିଧା ବିକାଶ ହେବା ପରେ ଗ୍ଲୋବାଲ ଅନଲାଇନ ପର୍ଯ୍ୟଟନ ସଂସ୍ଥା ତଥା ଏୟାରବିଏନବି, ଓୟୋ, ମେକ ମାଇଁ ଟ୍ରିପ ସହିତ ଓଡ଼ିଶା ପର୍ଯ୍ୟଟନକୁ ଯୋଡ଼ାଯିବ। ସରକାର ଏହାର ପ୍ରଚାର ପ୍ରସାର ଦାୟିତ୍ବ ନେବେ। ବିଭିନ୍ନ ହୋଟେଲ ତଥା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ସହ ଏହାକୁ ଯୋଡ଼ାଯିବ। ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ ଆଗମନକୁ ଦ୍‌ଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରିବ।

ଏଭଳି ପ୍ରୟାସ ନୂଆ ନୁହେଁ
ବର୍ତ୍ତମାନ ଅନୁରୂପ ସୁବିଧା ସୁଯୋଗ ଚିଲିକା ହ୍ରଦର ମଙ୍ଗଳା ଯୋଡ଼ି ଓ ଭିତରକନିକା ଅଭୟାରଣ୍ୟର ଡାଙ୍ଗମାଳରେ ମିଳୁଛି। ଏ ଦୁଇ ଜାଗାରେ ମିଳୁଥିବା ହୋମ ଷ୍ଟେ ବ୍ୟବସ୍ଥା ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକ୍‌ଷ୍ଟ କରିପାରିଛି। ଏହି ଦାୟିତ୍ବରେ ଥିବା ବ୍ୟକ୍ତିମାନଙ୍କର ଆର୍ଥିକ ଉନ୍ନତି କ୍ଷେତ୍ରରେ ଏହା ବେଶ ସହାୟକ ହୋଇପାରିଛି।

ପ୍ରସ୍ତାବିତ ସ୍ଥାନ
ପ୍ରଥମ ପର୍ଯ୍ୟାୟରେ ଏଭଳି ହୋମ ଷ୍ଟେ ସୁବିଧା ରତ୍ନଗିରି, ଲଳିତଗିରି-ଉଦୟଗିରି ବୌଦ୍ଧ ସର୍କିଟ, କୋରାପୁଟର ଅଣକାଡେଲି, ଡାଙ୍ଗମାଳ, ଭିତରକନିକା, ଦାରିଙ୍ଗବାଡ଼ି, ବେଲଘର, ଶିମିଳିପାଳ, ପିଠାବଟା, ଟିକରପଡ଼ା, ସାତକୋଶିଆ, ମଙ୍ଗଳାଯୋଡ଼ି, ଚିଲିକା, ଧୋଡ଼ା କୁସୁମ ଓ ହୀରାକୁଦର ଜିରୋ ପଏଣ୍ଟ ଭଳି ଜାଗାରେ ହେବ। ଏସବୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ୮୦ଟି ହୋମ ଷ୍ଟେ ବ୍ୟବସ୍ଥା ପାଇଁ ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ପ୍ରଦାନ କରିବେ। ରାଜ୍ୟରେ ଇକୋ ଟୁରିଜିମର ବିକାଶ ସାଙ୍ଗକୁ ସ୍ଥାନୀୟ ଜନଗଣଙ୍କ ଅର୍ଥନୀତିରେ ମଧ୍ୟ ଉନ୍ନତି ହୋଇପାରିବ ବୋଲି ରାଜ୍ୟ ସରକାର ଆଶା କରିଛନ୍ତି।

ପ୍ରାକ୍‌ତିକ ପର୍ଯ୍ୟଟନ-ଏକ ବିକାଶୋନ୍ମୁଖୀ ଉଦ୍ୟୋଗ
ଏକଥା ସତ ଯେ ପ୍ରାକ୍‌ତିକ ପର୍ଯ୍ୟଟନ ସହ ଗାଁ ଗୁଡ଼ିକୁ ଯୋଡ଼ି ଭିତ୍ତିଭୂମି ବିକାଶ କରାଯାଇ ପାରିଲେ ନିଜ ଗାଁରେ ରୋଜଗାରର ସୁଯୋଗ ସ୍‌ଷ୍ଟି ହୋଇପାରିବ। ଭାରତରେ ୨୦୦ ଗାଁରେ ଏହାକୁ ସଫଳ କରାଇଛି ‘ଗ୍ରାସରୁଟସ’ ନାମକ ଏକ ସଂସ୍ଥା। ଏଣୁ ଗ୍ରାମ୍ୟ ପର୍ଯ୍ୟଟନ ଆଡ଼କୁ ମଧ୍ୟ ରାଜ୍ୟ ଦ୍‌ଷ୍ଟି ଦେବା ଉଚିତ ନ୍ୟାୟରେ ଓଡ଼ିଶା ସରକାର ଏଭଳି ପଦକ୍ଷେପମାନ ହାତକୁ ନେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ