ଶୀତର ୫ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀର ମଜା ନିଅନ୍ତୁ

କୋରୋନା ପ୍ରସ୍ତୁତି ସହ ବାହାରନ୍ତୁ ଶୀତ ପର୍ଯ୍ୟଟନରେ

ବରଫରେ ଅପରୂପା ମସୂରୀ
ବିଦାୟ ନେଇଛି ମୌସୁମୀ। ଧରାପ୍‌ଷ୍ଠକୁ ଆସିଛି ଶୀତ। ଦୀପାବଳି ପୂର୍ବରୁ ଦେଶର ବେଶ କେତେକ ଅଞ୍ଚଳରେ ଅନୁଭୂତ ହୋଇଥିବା ଶୀତଳ ସ୍ପର୍ଶ ଏବେ ଦୀପାବଳି ପରେ ଆଉ ଟିକେ ଅଧିକ ଅନୁଭୂତ କରିହେଉଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳର ଦାରିଙ୍ଗବାଡ଼ିକୁ ଏବର୍ଷ ସଅଳ ଆସିଛି ଶୀତ। କୋରାପୁଟର ଲକ୍ଷ୍ମୀପୁର, ପଟାଙ୍ଗୀ, କାକିରିଗୁମାରେ ସଞ୍ଜ ନ ହେଉଣୁ ଶୀତର ଶୀତଳ ସ୍ପର୍ଶ ଦେହରେ ବାଜୁଛି। ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ଫୁଟିଲାଣି ଶୀତ ଋତୁର ଫୁଲ। ବଦଳିଲାଣି ପରିବେଶ। ଶୀତଦିନ ଆସିଲେ କୁଆଡ଼େ ଟିକେ ବୁଲିଯିବାକୁ ଇଚ୍ଛା ହୁଏ। ଦଶହରା, ଦୀପାବଳି ପରେ ପରେ ୬ ମାସ ପାଇଁ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏ ଶୀତର ମଜା ସହ ଆସେ ପର୍ଯ୍ୟଟନ ଋତୁ। କୋରୋନା କାଳରେ ସମସ୍ତ କଟକଣାକୁ ମାନି ମଧ୍ୟ ପର୍ଯ୍ୟଟନର ମଜା ନେଇହେବ। ବିଭିନ୍ନ ରାଜ୍ୟ ତଥା ଜିଲା ପ୍ରଶାସନ ଏ ଦିଗେର ସମସ୍ତ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଅନଲକ ପର୍ଯ୍ୟାୟରେ ବିମାନବନ୍ଦର ଗୁଡ଼ିକ ଖୋଲିଯାଇଛି। ଟ୍ରେନ ଚଳାଚଳ ଆରମ୍ଭ କରିଛି। ତେବେ ପୂରାମାତ୍ରାରେ ସବୁ ରୁଟରେ ସବୁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ ଆଗୁଆ ସ୍ବତନ୍ତ୍ର ଟ୍ରେନର ରୁଟ ବୁଝିବାକୁ ପଡ଼ିବ। ବସ ଚଳାଚଳ ହେଲାଣି। ଲଜିଂ, ହୋଟେଲ ଖୋଲିଛି। ଟ୍ରାଭେଲ ଏଜେନ୍ସିରୁ ଗାଡ଼ି ବୁକ କରିହେବ। କେତେକ ରାଜ୍ୟର ମନ୍ଦିର ଖୋଲିଲାଣି। ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ଐତିହ୍ୟସ୍ଥଳୀ ଖୋଲିସାରିଛି। ବିଭିନ୍ନ ରାଜ୍ୟର ପାନ୍ଥନିବାସ, ଯାତ୍ରୀନିବାସ, ଅତିଥି ନିବାସ, ସରକାରଙ୍କ ନିୟନ୍ତ୍ରଣରେ ଥିବା ହୋଟେଲ ଓ ଘରୋଇ ହୋଟେଲ ଗୁଡ଼ିକ ଅନଲାଇନରେ ଆଗୁଆ ବୁକ କରିହେବ। ଶୀତ ଋତୁର ସମସ୍ତ ସତର୍କତା ବିଶେଷକରି କୋରୋନା ସଚେତନତା ଓ ମାର୍ଗଦର୍ଶିକାକୁ ମାନି ଶୀତଦିନିଆ ପର୍ଯ୍ୟଟନର ମଜା ନେବା ପାଇଁ ଏଥର ବାହାରି ପାରିବେ।

ବରଫରେ ଢାଙ୍କି ହୋଇଥିବା ଦେବଦାରୁର ଉପତ୍ୟକା
ହିମାଚଳ ପ୍ରଦେଶରେ ଥିବା ‘ଡଲହୌଜି’ ନିଜର ପ୍ରାକ୍‌ତିକ ଶୋଭା ସୁଷମା ପାଇଁ ପ୍ରସିଦ୍ଧ। ଏଠାରେ ଶୀତଋତୁ ଅଧିକ ସୁନ୍ଦର। ବରଫରେ ଘୋଡ଼େଇ ହୋଇଥିବା ବିଶାଳକାୟ ଦେବଦାରୁ ଗଛ ଗୁଡ଼ିକର ଭିଡ଼ ଭିତରେ ଏକ ନିଆରା ଅନୁଭବ କରିହେବ ଏଠାରେ। ପାଉଁଶିଆ ଧୂମାଳ ପରିବେଶ ସାଙ୍ଗକୁ ହିମ ହିଲ୍ଲୋଳର ପରଷ ଆପଣଙ୍କ ମନ ଓ ଶରୀରରେ ତାଜାପଣ ଆଣିଦେବ।

ଡ୍ରିମଲ୍ୟାଣ୍ଡ ଓଲି
ଉତ୍ତରାଖଣ୍ଡର ଏହି ଛୋଟ ସହର ଶୀତଋତୁରେ ସ୍ବପ୍ନପୁରୀରେ ପରିଣତ ହୋଇଯାଏ। ଏହାର ଚାରିପଟେ କେବଳ ବରଫ ଆଉ ବରଫ। ଆକାଶରେ ଶୁଭ୍ର ନୀଳ ମେଘଖଣ୍ଡ ଓ ଚତୁପାର୍ଶ୍ବରେ ବରଫର ଶ୍ବେତ ଚାଦର ଓ ସୂର୍ଯ୍ୟାଲୋକରେ ଚିକ ଚିକ କରୁଥିବା ଜଳଉତ୍ସ ପର୍ଯ୍ୟଟକର ସକଳ କ୍ଳେଶକୁ ମୁହୂର୍ତ୍ତରେ ରୋମାଞ୍ଚକର ଖୁସିରେ ବଦଳାଇ ଦିଏ।

ଶୀତର ଶ୍ରେଷ୍ଠ ଗନ୍ତବ୍ୟ ସ୍ଥଳ ମନାଲି
ହନିମୁନ କପଲଙ୍କ ପାଇଁ ଅଲଟାଇମ ବେଷ୍ଟ ଡେଷ୍ଟିନେସନ ପାଲଟିଥିବା ହିମାଚଳ ପ୍ରଦେଶର ମନାଲି ଶୀତ ଆସିଲେ ଆଉ ଟିକେ ସଜେଇ ହୋଇ ସୁନ୍ଦରୀ ଦେଖାଯାଏ। ମନାଲି ହେଉଛି ଭାରତର ଅତ୍ୟନ୍ତ ସୁନ୍ଦର ଆଉ ମନଲୋଭା ହିଲଷ୍ଟେସନ ମଧ୍ୟରୁ ଅନ୍ୟତମ। ଆକାଶକୁ ସଗର୍ବେ ମୁଣ୍ଡ ଟେକିଥିବା ପାହାଡ଼, ବରଫ ଗୁଣ୍ଡରେ ଲେସି ହୋଇ ପଡ଼ିଥିବା କାନ୍ଥ ଆଉ ଚଟାଣ ତଥା ପ୍ରବହମାନ ଜଳଧାରା ପର୍ଯ୍ୟଟକ ମନରେ ପୁଲକ ଆଣିଦେଇଥାଏ।

ବରଫ ଶେଜରେ ସ୍କେଟିଂର ମଜା ଦିଏ ଗୁଲମାର୍ଗ
ଜମ୍ମୁ-କଶ୍ମୀରର ସବୁଠୁ ସୁନ୍ଦର ଜାଗା ହେଉଛି ଗୁଲମାର୍ଗ। ଏଠାରେ ଅଧିକ ବରଫ ପଡ଼େ। ସାରା ବିଶ୍ବର ପର୍ଯ୍ୟଟକମାନଙ୍କ ପାଇଁ ବରଫ କ୍ରୀଡ଼ାର ଚଟାଣ ପାଲଟେ ଗୁଲମାର୍ଗ। ବରଫ ଚଟାଣରେ ଦୌଡ଼ିବାର ରୋମାଞ୍ଚ ପାଇଁ ଏଠାକୁ ଆସନ୍ତୁ... ଜୀବନ ସାରା ଅମୂଲ୍ୟ ହୋଇ ରହିବ ସ୍ମ୍‌ତି। କଶ୍ମୀରର ସୋନମାର୍ଗରେ ବି ବରଫର ମଜା ନେଇପାରିବେ। ବରଫ ଆସ୍ତରଣରେ ନିଜକୁ ଘୋଡ଼ାଇ ରଖିଥିବା ଝରଣାର କୂଳେ କୂଳେ ବୁଲିବାର ମଜା ଦିଏ ସୋନମାର୍ଗ।

ମସୂରୀରେ ଶୀତ ସତରେ ଅଭୁଲା
ଉତ୍ତରାଖଣ୍ଡର ମସୌରୀକୁ ଦେଶ ସାରାର ଲୋକେ ଛୁଟି କଟାଇବାକୁ ପସନ୍ଦ କରିଥାନ୍ତି। ଏହା ଶୀତ ଆସିଲେ ଅପରୂପ ପାଲଟିଯାଏ। ବଦଳିଯାଏ ଏହାର ଦ୍‌ଶ୍ୟପଟ୍ଟ। ଉତ୍ତରାଖଣ୍ଡର ପିଥୋରାଗଡ଼ରୁ ପ୍ରାୟ ୧୨୫ କିମି ଦୂରରେ ଥିବା ମୁନସାରୀ ଅନ୍ୟ ଏକ ଶୀତ ପର୍ଯ୍ୟଟନର ଗୁରୁତ୍ବପୂର୍ଣ୍ଣ ସ୍ଥାନ। ଏଠାରେ ପ୍ରବଳ ବରଫ ପଡ଼େ। ଅରୁଣାଚଳ ପ୍ରଦେଶର ତବାଙ୍ଗରେ ସୁନ୍ଦରତାର ଯାଦୁକୁ ଭେଟିବେ ପର୍ଯ୍ୟଟକ। ବରଫାବ୍‌ତ୍ତ ଉପତ୍ୟକା ମନ୍ତ୍ରମୁଗ୍ଧ କରାଇଥାଏ। ଯଦି ଆପଣ ନିଜର ନୂଆବର୍ଷ ଦେଶର ଏକ ଖୁବ ସୁନ୍ଦର ସ୍ଥାନରେ ବିତାଇବାକୁ ଚାହୁଁଥାନ୍ତି, ତେବେ ଏଥର ସିକିମ ଆସନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ