କିଭଳି ଥିଲା କୋରୋନା କାଳର ଦୀପାବଳି


କୋରୋନା କାଳରେ ବି ଦୀପାବଳି ପାଇଁ କମିନି ଆଗ୍ରହ
ଆଲୋକର ପର୍ବ ଦୀପାବଳି। ଏଥର ସିନା ବାଣ ଫୁଟିଲାନି ହେଲେ ଦୀପ ଓ ଆଲୋକମାଳାରେ ଝଲସୁଥିଲା ସହର ଆଉ ଗାଁ। ଆଲୋକ ସହ ଦୀପର ଆଲୋକରେ ସଜାଯାଇଥିଲା। ଦେଶର ବିଭିନ୍ନ ଭାଗରେ ଲୋକେ ଭିନ୍ନ ଭିନ୍ନ ବିଶ୍ବାସ ଓ ଚଳଣିକୁ ନେଇ ମାନିଥିଲେ ଦୀପାବଳିର ପରମ୍ପରା। କେଉଁଠି ଲକ୍ଷ୍ମୀ ଗଣେଶଙ୍କ ପୂଜା କରାଯାଉଥିବା ବେଳେ କେଉଁଠି କାଳୀ, ଭଦ୍ରକାଳୀଙ୍କ ପୂଜା ଆରାଧନା କରାଯାଇଛି। ବଙ୍ଗଳା, ଓଡ଼ିଶା, ଆସାମ ଓ ବିହାରରେ ମା’ କାଳୀଙ୍କ ପୂଜା କରାଯାଇଛି। ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥିବା ବେଳେ ମିଥିଳା ଓ ନେପାଳରେ ମହାନିଶାଙ୍କ ପୂଜା ସମ୍ପାଦିତ ହୋଇଛି। ଅନେକଙ୍କ ବିଶ୍ବାସ ଦୀପାବଳି ତିଥିରେ ମହାଲକ୍ଷ୍ମୀଙ୍କ ସହ ବିଷ୍ଣୁଙ୍କ ବିବାହ ହୋଇଥିଲା। ତେଣୁ ଭଗବାନଙ୍କ ବିବାହ ବାର୍ଷିକୀର ସ୍ମ୍‌ତିସ୍ବରୂପ ଲୋକେ ନିଜ ଘରକୁ ଆଲୋକମାଳାରେ ସଜାଇଥାନ୍ତି। ଆଉ କେତେକଙ୍କ ମତରେ ଏହିଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିବାର ଦିନ ଥିଲା। ରାମ ଜନ୍ମଭୂମି ଅଯୋଧ୍ୟାରେ ଦୀପାବଳି ପୂର୍ବ ରାତିରେ ୫ ଲକ୍ଷ ୮୬ ହଜାର ଦୀପ ପ୍ରଜ୍ବଳିତ କରାଯାଇ କଳିଯୁଗରେ ତ୍ରେତୟାର ଭ୍ରମ ସ୍‌ଷ୍ଟି କରାଯାଇଥିଲା। ଓଡ଼ିଶାର ଲୋକେ ନିଜ ନିଜ ଘରେ କାଉଁରିଆ କାଠି ଜଳାଇ, ତୁଳସୀ ଚଉରା ନିକଟରେ ପୟାଶ୍ରାଦ୍ଧ କରି ପିତ୍‌ପୁରୁଷଙ୍କୁ ଆଲୋକରେ ଆବାହନ କରି ସ୍ବର୍ଗଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଏକାଠି ହୋଇ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜାଳି ପାରିନାହାନ୍ତି କି ବାଇଶି ପାହାଚରେ ପିଣ୍ଡଦାନ କରିପାରି ନାହାନ୍ତି। ବିନ୍ଦୁସାଗର କୂଳରେ ବି ପିଣ୍ଡଦାନ ହୋଇନି। କିନ୍ତୁ ଦୀପାବଳି ପାଳନ ପାଇଁ କୌଣସି ଉତ୍ସାହ ହ୍ରାସ ପାଇଥିବା ଭଳି ଦେଖାଯାଇନି। ଉତ୍ସାହ ଓ ଉଦ୍ଦୀପନା ଭିତରେ ଓଡ଼ିଶାବାସୀ ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗର ଆଲୋକମାଳା ଓ ଦୀପ ଜଳାଇ ପୟାଶ୍ରାଦ୍ଧ ସମ୍ପାଦନ କରିଛନ୍ତି। ବଡ଼ବଡ଼ିଆଙ୍କୁ ଅନ୍ଧାରରେ ଆସି ଆଲୁଅରେ ଫେରିଯିବାକୁ ପ୍ରାର୍ଥନା କରିଛନ୍ତି। ବଡ଼ବଡ଼ିଆ ଡାକ ଭିତରୁ ଦୀପାବଳିର ଉତ୍ସାହକୁ ଅନୁଭବ କରାଯାଇଛି ଏଥର।

ଗ୍ରୀନ ଟ୍ରିବ୍ୟୁନନାଲ, ରାଜ୍ୟ ସରକାର ଓ କେତେକ କ୍ଷେତ୍ରରେ ସୁପ୍ରିମ କୋର୍ଟର ହସ୍ତକ୍ଷେପ ଫଳରେ ବାଣ ବିକ୍ରି ଓ ବାଣଫୁଟା ଉପରେ ଅଙ୍କୁଶ ଲାଗିଥିଲା। କାଁ ଭାଁ ଚୋରାରେ ଏହାର ବିକ୍ରି ସାଙ୍ଗକୁ ବ୍ୟବହାର ଦେଖିବାକୁ ମିଳିଥିଲା। କିନ୍ତୁ ଏହା ନଗଣ୍ୟ ଥିଲା।

ଚୀନୀ ମାଲ ନିଷେଧ କାଟୁ କଲାନି
ବଏକଟ ଚୀନୀ ନାଁରେ କିଛିଦିନ ଧରି ଚାଲିଥିବା ଅଭିଯାନ ସମ୍ପୂର୍ଣ୍ଣ ମାତ୍ରାରେ ସଫଳ ହୋଇ ନ ଥିଲା। ବାଣ ବିକ୍ରି ବେଆଇନ ହେବା ଫଳରେ ବଜାରରେ ହଜାର ହଜାର କୋଟିର ଚୀନୀ ବାଣର ବ୍ୟବସାୟ ଠପ ହୋଇଯାଇଥିଲା ସତ କିନ୍ତୁ ବଜାରରେ ପ୍ରବେଶ କରି ସାରିଥିବା ବିଜୁଳି ଆଲୋକର ମାଳା ଓ ଗ୍‌ହ ସାଜସଜ୍ଜା ଉପକରଣ ଧୁମ ବିକ୍ରି ହୋଇଥିଲା। ବାଣ ନିଷେଧ ପରେ ବିଜୁଳି ଉତ୍ପାଦ ଗୁଡ଼ିକର ରାତାରାତି ଚାହିଦା ବଢ଼ିଯାଇଥିଲା ଓ ଚୀନୀ ବୈଦ୍ୟୁତିକ ସାମଗ୍ରୀ ଗୁଡ଼ିକର ବଜାରରେ ଭଲ ବିକ୍ରି ହୋଇଥିଲା।

ମାଟି ଦୀପ, ତେଲ ସଳିତାର ଧୁମ ବିକ୍ରି
ବିଭିନ୍ନ ଆକାର ରଙ୍ଗ ଓ ପ୍ରକାରର ମାଟି ଓ ଗୋମୟ ଦୀପର ବେଶ ଭଲ ଚାହିଦା ଥିଲା। ଆକର୍ଷଣୀୟ ପ୍ୟାକରେ ଆସିଥିବା ମହମବତି ଗୁଡ଼ିକ ମଧ୍ୟ ଭଲ ବଜାର ପାଇଥିଲା। କିନ୍ତୁ ମିଠା ଦୋକାନ ଗୁଡ଼ିକରେ ସେତେ ବେଶି କାରବାର ହୋଇ ନ ଥିବା ଦେଖିବାକୁ ମିଳିଛି। ଫ୍ଲିପକାର୍ଟ ଓ ଆମାଜନ ଭଳି ଅନଲାଇନ ପ୍ଲାଟଫର୍ମ ଗୁଡ଼ିକରେ ବିଗ ଡେ ସେଲ ଅଫରର ଭରପୂର ଫାଇଦା ଗ୍ରାହକମାନେ ନେଇଛନ୍ତି। ଦୀପାବଳି ବଜାରରେ କୋରୋନାର ପ୍ରଭାବ ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ଦୀପାବଳି ପୂର୍ବଦିନ ଧନତେରସ ଅବସରରେ ଅସମ୍ଭବ ଟ୍ରାଫିକ ଜାମ ହେବାର ଦ୍‌ଶ୍ୟ ସୂଚାଇ ଦେଉଛି ଯେ କୋରୋନା ସଙ୍କଟ ସତ୍ତ୍ବେ ଓଡ଼ିଶାବାସୀ ପର୍ବ ପାଳନର ଉତ୍ସାହକୁ ହରାଇ ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ